କରୋନା ସଂକ୍ରମଣ ରୋକିବା ନେଇ ଦୀର୍ଘ ତିନି ମାସ ଧରି ଲାଗୁ ହୋଇଥିବା କଟକଣା ପଶୁ ଜାତି ପାଇଁ ଅଭିଶାପ ପାଲଟିଛି। ଦୋକାନ ବଜାର ଓ ହୋଟେଲ୍ ର ବଳକା ଓ ଫିଙ୍ଗା ଯାଉଥିବା ଖାଦ୍ୟ ଖାଇ ଜୀବନ ବିତାଉଥିବା ସହରିଆ ପଶୁ ମାନେ ସଟ ଡାଉନ ଯୋଗୁଁ ବନ୍ଦ ରହୁଥିବା ରୁ ଦୈନଦିନ ଖାଦ୍ୟ ପାଇବା ଘୋର ସମସ୍ୟା ସୃଷ୍ଠି କରିଛି।
ମାଙ୍କଡ, କୁକୁର , ବୁଲା ଗାଈ ଓ ଗୋରୁ ନିଜ ନିଜର ଖାଦ୍ୟ ପାଇବା ର ଅନିଶ୍ଚିତତା କୁ ଦୂର କରିବା ପାଇଁ କିଛି ସମାଜସେବୀ ଓ ପଶୁ ପ୍ରିୟ ବ୍ୟକ୍ତି ଏ ପରିସ୍ଥିତି ରେ ଆଗେଇ ଆସିଛନ୍ତି। ହାଟପଦା ଅଞ୍ଚଳ ର ଏମ୍ ତାରିଣୀ ସେନାପତି ସେମାନଙ୍କ ମଧ୍ୟରେ ଅନ୍ୟତମ। ମାର୍ଚ୍ଚ ଶେଷ ସପ୍ତାହ ରୁ ସେ ରୀତିମତ ଖାଦ୍ୟ ମାଙ୍କଡ ଓ କୁକୁର ଙ୍କୁ ଖାଦ୍ୟ ଯୋଗାଉଛନ୍ତି।ଏପରିକି ଶ୍ରୀ ସେନାପତି ଙ୍କ ହାତରୁ ମାଙ୍କଡ ଓ କୁକୁର ଖାଦ୍ୟ ଗ୍ରହଣ କରିବା ଦୃଶ୍ୟ ବେଶ ଆବେଗ ପୂର୍ଣ୍ଣ ଓ ଉପଭୋଗ୍ୟ ହୋଇଛି। ଶ୍ରୀ ସେନାପତି ଙ୍କ ପଶୁ ଜୀବ ଙ୍କ ପ୍ରତି ସେବା ସାଧାରଣ ରେ ବେଶ ପ୍ରଶଂସନୀୟ।