Odisha news

ନବରଙ୍ଗପୁର କୋଷାଗୁମୁଡାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ପୋଲ ଭୁଶୁଡ଼ି ଯୋଗାଯୋଗ ବିଚ୍ଛିନ୍ନ

0

ନବରଙ୍ଗପୁର ଜିଲ୍ଲାକୋଷାଗୁମୁଡା ବ୍ଲକ ମୁଖ୍ୟ ରାସ୍ତା ର ବଡ଼ମସିଗାଁ ଗ୍ରାମ ନିକଟରେ ଥିବା ଏକ ପୋଲ ଭୁଶୁଡି ଯାଇଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାଇ ବଡ଼ମସିଗାଁ ଗ୍ରାମ ନିକଟରେ ଟୁରି ନଦୀ ରେ ବହୁ ବର୍ଷ ତଳେ ଏକ ପୋଲ ନିର୍ମାଣ କରାଯାଇଥିଲା ।

କିନ୍ତୁ ପ୍ରାୟ ତିନି ବର୍ଷ ରୁ ଉର୍ଦ୍ଧ ସମୟ ହେବ ଉକ୍ତ ପୋଲ ନଷ୍ଟ ହେବାକୁ ଥିବା ଦେଖି ସ୍ଥାନୀୟ ଜନସାଧାରଣ ନୂତନ ପୋଲ ନିର୍ମାଣ ପାଇଁ ଜିଲ୍ଲା ପ୍ରଶାସନ ଓ ଜନପ୍ରତିନିଧି ମାନଙ୍କୁ ବହୁବାର ନିବେଦନ କରିଥିଲେ । କିନ୍ତୁ କେହି ମଧ୍ୟ ଏଥି ପ୍ରତି ଧ୍ୟାନ ଦେଇନଥିଲେ । ଗତ ଦୁଇ ଦିନ ଧରି ପ୍ରବଳ ବର୍ଷା  ହେବାରୁ ଉକ୍ତ ପୋଲ ସମ୍ପୂର୍ଣ୍ଣ ଭୁଶୁଡି ଯାଇଥିବା ଆଜି ଦେଖିବାକୁ ମିଳିଛି ।

ପ୍ରଶାସନ ଓ ସ୍ଥାନୀୟ ନେତା ମାନଙ୍କ ଅବହେଳା ଯୋଗୁଁ ଉକ୍ତ ପୋଲ ନିର୍ମାଣ ହୋଇ ପାରିନଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି । ଏବେ କୋଷାଗୁମୁଡା , ରାଜୋଡା , ମଦେଇଗାଁ ଭଳି ଅନେକ ଗ୍ରାମକୁ ସମ୍ପୂର୍ଣ୍ଣ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି ।

Leave A Reply