Odisha news

ବାବାଙ୍କ ମଦ ଆଡ୍ଡା : ଭାଙ୍ଗିଲେ କୁଡିଆ ବନ ବିଭାଗ

0
ବୁଗୁଡ଼ା :-ଜନୈକ ଯାଯାବର ବାବା ପାଙ୍ଗିଡି ଅନ୍ତର୍ଗତ ସାପୁଆ ଗ୍ରାମବାସୀଙ୍କ ସହାୟତାରେ ଏକ କୁଡିଆ କରିବା ଆଳରେ ମଦ ଓ ଗଞ୍ଜେଇ ବ୍ୟାପାର କରି ହଟହଟା ହୋଇଥିବା ଜଣାପଡିଛି,
ବନ ବିଭାଗ ପକ୍ଷରୁ କୃଷ୍ଣ ସାରଙ୍କ ନିମନ୍ତେ ନିର୍ମିତ ଏକ ପମ୍ବ ହାମ୍ବସ୍ ଲଗାଇ ଗୋଟିଏ କୁଡିଆ କରି ଏଇ ସ୍ଵୟଂ ଘୋଷିତ ବାବା ଜଣକ ମଦ ଓ ଗଞ୍ଜେଇ ବ୍ୟାପାର କରି ଏଠାରେ ଏକ ଅସାମାଜିକଙ୍କ ଆଡ୍ଡା ସ୍ଥଳ କରି ରହି ଆଖ ପାଖ ଝିଅ ବୋହୂଙ୍କୁ ଅଶ୍ଳୀଳ ଇଙ୍ଗିତ ଦେବା ଯୋଗୁଁ ଗ୍ରାମବାସୀ ଉତ୍ତେଜିତ ହୋଇ ବନ ବିଭାଗ କୁ ଖବର ଦେଇଥିଲେ। ବନଧିକାରୀ ଫକୀର ଚରଣ ବେହେରା, ସଦଳବଳେ ଯାଇ ଉକ୍ତ କୁଡିଆକୁ ଉଛେଦ କରିବା ପରେ ବାବା ଜଣକ ଫେରାର୍ ହୋଇ ଯାଇଥିଲେ।

Leave A Reply