Odisha news

ମହିଳାଙ୍କ ସହ ଚାରି ମଦବେପାରୀ ଗିରଫ

0
ଆସିକା:ସହର ସଂଲଗ୍ନ ପକଲାପଲ୍ଲୀ ଗ୍ରାମ ନିକଟସ୍ଥ  ବସ୍ତିରେ  ଚାଲିଥିବା ଚୋରା ମଦ ପ୍ରସ୍ତୁତି ଓ ବିକ୍ରୀ ସ୍ଥଳ ରେ ପୋଲିସ ଚଢାଉ କରିଛି। ବିଶେଷ ସୂତ୍ର ରୁ ଖବର ପାଇ ଭାର ପ୍ରାପ୍ତ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ଙ୍କ ସଂଯୋଜନା ରେ  ସୋମବାର ସକାଳୁ ଚଢାଉ କରିଥିଲା। ପୋଲିସ  ପ୍ରାୟ ୨୦୦  ଲିଟର ଦେଶୀ ମଦ ସହ ମଦ ପ୍ରସ୍ତୁତି ସରଞ୍ଜାମ  ଓ ୫୦୦ ଲିଟର ମଲାସିସ  ଜବତ କରି ଥିଲା।
ଏଥିରେ ସଂପୃକ୍ତ ଥିବା ଅଭିଯୋଗ ରେ ଜଣେ ମହିଳାଙ୍କ ସହ ଚାରି ମଦବେପାରୀ ଙ୍କୁ ମଧ୍ୟ ଗିରଫ କରାଯାଇଥିବା  ଶ୍ରୀ ସାହୁ ସୂଚନା ଦେଇଛନ୍ତି । ଅଭିଯୁକ୍ତ ମାନଙ୍କୁ  ପୃଥକ ମାମଲା ରେ ଅବକାରୀ  ଓ କରୋନା ଭୂତାଣୁ ସଂକ୍ରମଣ ନିରୋଧ ଆଇନ ରେ  କୋର୍ଟ ଚାଲାଣ କରାଯାଇଥିବା  ଜଣା ଯାଇଛି ।
Leave A Reply