Odisha news

ପ୍ରତାପ ପୋଲାଇ ହତ୍ୟା ମାମଲାରେ ସମସ୍ତ ୧୬ ଜଣ ଅଭିଯୁକ୍ତ ନିର୍ଦୋଷ ରେ ଖଲାସ

0

ଆସିକା : ଆସିକା ଥାନା ଇଲାକାରେ ଆସିକା  -ବ୍ରହ୍ମପୁର ମୁଖ୍ୟ ରାସ୍ତା ରେ କରଞ୍ଜେଇ ଛକ ନିକଟରେ ୬ ନଭେମ୍ବର ୨୦୧୭ ରାତ୍ରି ପ୍ରାୟ ଆଠ ଘଣ୍ଟ ସମୟରେ ଚଳନ୍ତି  ବସ ରେ ଆସିକା ପକେଲାପଲ୍ଲୀ ଗ୍ରାମ ର ବିଜେଡି ନେତା ପ୍ରତାପ ପୋଲାଇ ଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା ମାମଲା ର ବିଚାର କରି ଅତିରିକ୍ତ ଜିଲ୍ଲା ଓ ଦୌରାଜର୍ଜ ପ୍ରବୀର କୁମାର ଚୌଧୁରୀ ସମସ୍ତ ୧୬ ଜଣ ଅଭିଯୁକ୍ତ ଙ୍କୁ ସାକ୍ଷ ପ୍ରମାଣ ଅଭାବ ରୁ ନିର୍ଦୋଷ ରେ ଖଲାସ କରିଛନ୍ତି।ହତ୍ୟା ଘଟଣା ପରେ ମୃତ ପ୍ରତାପ ଙ୍କ ସ୍ତ୍ରୀ  ଆସିକା ଏନ ଏ ସି ର ପୂର୍ବତନ କାଉନସିଲର ବବିତା ପୋଲାଇ ଙ୍କ ଅଭିଯୋଗ ପ୍ରକାରେ ଆସିକା ଥାନା ରେ ଏକ ହତ୍ୟା ମାମଲା ୨୩୧/୨୦୧୭  ଆଇ ପି ସି ୩୦୨/୧୦୯/
୧୨୦(ଖ)/୩୪, ଆର୍ମସ ଆକ୍ଟ ୨୫(i)(ଖ)ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିଲା। ପ୍ରଥମେ ଥାନା ଅଧିକାରୀ ବାଲେଶ୍ଵର ଗିଧି ଓ ପରେ ଥାନା ଅଧିକାରୀ ସନ୍ତୋଷ କୁମାର ଜେନା ଏହି ମାମଲାରେ ତଦନ୍ତ କରିଥିଲେ। ଏହି ହତ୍ୟା ଘଟଣା ପରେ ଆଇ ଜି ଓ ଏସ ପି ପ୍ରତ୍ୟକ୍ଷ ଭାବେ ଘଟଣା ର ମନିଟର କରିବା ସହିତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଙ୍କ ତତ୍ୱାବଧାନ ରେ ତଦନ୍ତ ହୋଇଥିଲା।ଏହି ମାମଲା ଜେ ଏମ ଏଫ ସି କୋର୍ଟ  ଜି ଆର ୪୨୭/୧୭  ରୁଜୁ ହୋଇ ପାରେ ଅତିରିକ୍ତ ଜିଲ୍ଲା ଓ ଦୌରା ଜର୍ଜ ଙ୍କ କୋର୍ଟ ରେ ଏସ ଟି ୪୫/୧୮ ଓ ଏସ ଟି ୬୦/୧୮ ପ୍ରକାରେ ବିଚାର ଆରମ୍ଭ ହୋଇଥିଲା।ପୋଲିସ ଦୁଇଟି ପର୍ଯ୍ୟାୟରେ ସନ୍ତୋଷ ଦାସ, କୃଷ୍ଣ ଚନ୍ଦ୍ର ବେହେରା,ନୀଳକଣ୍ଠ ଗୌଡ଼, ମନୋରଞ୍ଜନ ନାହାକ, ସାଇ ଶଙ୍କର ପୋଲାଇ, ବିକ୍ରମ ଜେନା, ରବି ନାହାକ, ସମୀର ବିଶ୍ବାଳ, ଭଗବାନ ସ୍ଵାଇଁ, ଲମ୍ବୁ ତାରିଣୀ, ଶଙ୍କର ନାହାକ, କୃଷ୍ଣ ପ୍ରସାଦ ନାହାକ, ସିଲୁ ପୋଲାଇ, ପ୍ରଣବ ବିଷୋୟୀ, କାଳିଆ ସେଠୀ, ସନ୍ତୋଷ ପାତ୍ର ନାମରେ ଚାର୍ଜ ସିଟ ଦାଖଲ କରିଥିଲେ।ମୋଟ ୪୪ ଜଣ ସାକ୍ଷୀ ଙ୍କ ମଧ୍ୟ ରୁ ଅଭିଯୋଗକାରୀ ଙ୍କ ସମେତ ୨୨ ଜଣ ଙ୍କୁ ବିଚାରଣ କରିବା ପରେ ଏହି ରାୟ ପ୍ରକାଶ ପାଇଛି।

Nalco
Leave A Reply