Odisha news

ସ୍ବତନ୍ତ୍ର   ଚିଠା ଭୋଟର ତାଲିକା ପ୍ରକାଶନ ଓ ସଂକ୍ଷିପ୍ତ ସଂଶୋଧନ ପାଇଁ  ବୈଠକ

0
ନୂଆପଡା- ୨୫/୧୦ ସକାଳ ଖବର (ସୁରେନ୍ଦ୍ର ତିୱାରୀ) ଆଜି ନୂଆପଡ଼ା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ନୂଆପଡ଼ା ଜିଲ୍ଲାର ସ୍ବତନ୍ତ୍ର   ଚିଠା ଭୋଟର ତାଲିକା ପ୍ରକାଶନ ଓ ସଂକ୍ଷିପ୍ତ ସଂଶୋଧନ ପାଇଁ ବିଭିନ୍ନ ମାନ୍ୟତାପ୍ରାପ୍ତ ରାଜନୈତିକ ଦଳ ର ପ୍ରତିନିଧି ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର ସମସ୍ତଙ୍କୁ ସ୍ବାଗତ କରି ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l ଜିଲ୍ଲାରେ ୨୦ ଅଗଷ୍ଟ ରୁ ୧୮ ଅକ୍ଟୋବର ମଧ୍ୟରେ ବିଏଲଓ ମାନେ ଘର ଘର ବୁଲି ନୂତନ ଭୋଟର ତାଲିକା ପ୍ରସ୍ତୁତି ଏଵଂ ଆବଶ୍ୟକ ତଥ୍ୟ ସଂଗ୍ରହ କରିଛନ୍ତି l ଚଳିତ ମାସ ୨୮ ତାରିଖ ମଧ୍ୟରେ ଆବଶ୍ୟକ ସଂଶୋଧନ କରି ୨୯ ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶିତ ହେବ l ୨୮ ନଭେମ୍ବର ଯାଏଁ ଭୋଟର୍ ମାନେ ଆବଶ୍ୟକ ସଂଶୋଧନ କରିବା ପାଇଁ ଆବେଦନ କରି ପାରିବେ l ୬ ଜାନୁୟାରୀ ୨୦୨୫ ରେ ସଂଶୋଧିତ ଭୋଟର୍ ତାଲିକା ପ୍ରକାଶିତ ହେବ l ସେହିପରି କେନ୍ଦ୍ର ନିର୍ବାଚନ କମିଶନଙ୍କ ନିର୍ଦେଶ ଅନୁଯାୟୀ ଗୋଟାଏ ଗାଁ ରେ ୧୫୦୦ ରୁ ଅଧିକ ଭୋଟର ଥିଲେ ଦ୍ୱିତୀୟ ମତଦାନ କେନ୍ଦ୍ର ର ବ୍ୟବସ୍ଥା ଥିବାରୁ ନୂଆପଡା ନିର୍ବାଚନ ମଣ୍ଡଳୀର ମହୁଆଭଟା ଗାଁ ର ୧୫୩୮ ଭୋଟର ମାନଙ୍କ ପାଇଁ ଦ୍ଵିତୀୟ ବୁଥ୍ ର ବ୍ୟବସ୍ଥା କରାଯାଇଛି l ଆଗ ଜିଲ୍ଲାରେ ୫୮ ଜଣ ଇ ଆର୍ ଓ ଥିଲାବେଳେ ଏବେ ୧୩୩ ଜଣ ଅଛନ୍ତି l ସମସ୍ତଙ୍କୁ ଆବଶ୍ୟକ ତାଲିମ୍ ପ୍ରଦାନ କରାଯାଇଅଛି l ଆଜିର ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ, ଉପଜିଲ୍ଲାପାଳ ତଥା ଏ ଆର୍ ଓ ଯୋଗେନ୍ଦ୍ର ମାଝୀ, ନିର୍ବାଚନ ଶାଖା ଡେପୁଟି କଲେକ୍ଟର ଶେଖ୍ ନସିମ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ l ବିଭିନ୍ନ ମାନ୍ୟତାପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ମଧ୍ୟରେ ବିଜୁ ଜନତା ଦଳର ରମାକାନ୍ତ ସିଂ ଠାକୁର୍, ବିଜେପି ରୁ କମାଲେଶ କୁମାର୍ ଦୀକ୍ଷିତ, ଇଣ୍ଡିଆନ୍ ନେସନାଲ କଂଗ୍ରେସ୍ ରୁ ଦେବଦତ୍ତ ଦୀକ୍ଷିତ, ଆମ୍ ଆଦମୀ ପାର୍ଟି ରୁ ଲକ୍ଷ୍ମୀକାନ୍ତ ତାଣ୍ଡି, ବହୁଜନ ସମାଜ ପାର୍ଟି ରୁ କୁନ୍ତି ସାହୁ ପ୍ରତିନିଧିତ୍ଵ କରିଥିଲେ l ଭୋଟର୍ ତାଲିକା କୁ ସମ୍ପୂର୍ଣ୍ଣ ତୃଟିଶୁନ୍ୟ କରି ପ୍ରସ୍ତୁତି କରିବାରେ ଜନସାଧାରଣ ବିଶେଷତଃ ନୂତନ ଭୋଟର ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲାପାଳ ମଧୁସୂଦନ ଦାଶ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହଯୋଗ କାମନା କରିଥିଲେ l
Nalco
Leave A Reply