Odisha news

“ଦାରିଙ୍ଗବାଡିର ଅଭୁଲା ସ୍ମୃତି” ବହି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ

0
 ବାଲିଗୁଡା : ଓଡିଶାର କଶ୍ମୀର ଦାରିଙ୍ଗବାଡିକୁ ମୁଁ ୨୦୧୪ରେ ଯାଇଥିଲି। ବହୁଦିନ ଧରି ଦାରିଙ୍ଗବାଡିରେ ଉପନିର୍ବାଚନ ପାଇଁ ପ୍ରଚାର କରିଥିଲି। ଗାଁଗାଁ ବୁଲି ଆଦିବାସୀ ଲୋକଙ୍କୁ ଭେଟିଛି, ଅତି ସୁନ୍ଦର ପରିବେଶ ମଧ୍ୟରେ ଲୋକ ବସବାସ କରନ୍ତି। ଦାରିଙ୍ଗବାଡି ବାସିନ୍ଦାଙ୍କ ସ୍ନେହ କେବେ ଭୁଲିପାରିବିନି। ପୁଣି ଦାରିଙ୍ଗବାଡି ଯିବି। ଲୋକଙ୍କ ସେବା କରିବାର ସୁଯୋଗ ମିଳିଛି ନିଶ୍ଚିତ ଦାରିଙ୍ଗବାଡି ଯିବି ବୋଲି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଭଳି ଦାରିଙ୍ଗବାଡି ବିଡିିଓ ଗଦାଧର ପାତ୍ରଙ୍କୁ କହିଛନ୍ତି । ଏହି ଅବସରରେ ଦାରିଙ୍ଗବାଡି ବିଡିଓ ଗଦାଧର ପାତ୍ର ନିଜ କଲମରୁ ଲେଖିଥିବା ଦାରିଙ୍ଗବାଡି ଅଭୁଲା ସ୍ମୃତି ବହି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ମୁଖ୍ୟମନ୍ତ୍ରୀ ଉକ୍ତ ବହି ଖୋଲି ଦେଖିବା ସହ ପଢିଥିଲେ। ଉକ୍ତ ବହିରେ ଦାରିଙ୍ଗବାଡିର ପ୍ରଥମ ଅନୁଭୂତି ସମେତ ଦାରିଙ୍ଗବାଡି ଓଡ଼ିଶାର କଶ୍ମୀର, ଅପହଞ୍ଚ ଇଲାକାରେ ପାଦ, ଦିବ୍ୟ ଅନୁଭୂତି, ସ୍ମୃତି ଆଇନାରେ କୁମ୍ଭାରିପଦର ,ଯେଉଁଠି ୩ଥର ଭୁସ୍ଖଳନ ହୋଇଛି, ସେହିପରି ଦାରିଙ୍ଗବାଡି ଅଞ୍ଚଳରେ ଦାଦନ ଖଟିବାକୁ ଯାଇ ଶ୍ରମିକଙ୍କ ମତ୍ୟୁକୁ ନେଇ ଭିଟାମାଟି ରେ ଶବ, ସ୍ମୃତିର ପଦଚିହ୍ନ, ପର୍ଯ୍ୟଟନ ସ୍ଥଳରେ ହଜିଲା ମନ, ଦୁର୍ଗମ କୁଟ୍ରୁକାରେ ଦିନଟିଏ, ନିଆରା ସଂସ୍କୃତି ଓ ପରମ୍ପରା ଓ ଅଞ୍ଚଳରେ ଲୋକଙ୍କ ସଂଘର୍ଷମୟ ଜୀବିକା ଜୀବନ ସମ୍ପର୍କରେ ଅତି ସୁନ୍ଦର ଭାବେ ଉକ୍ତ ବହିରେ ଲେଖକ ତଥା ସାହିତ୍ୟକ ବିଡିଓ ଗଦାଧର ପାତ୍ର ପ୍ରକାଶ କରିଛନ୍ତି। ଉକ୍ତ ବହିକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଂଶସା କରିଛନ୍ତି। ପ୍ରକାଶ ଯେ, ବିଡିଓ ପାତ୍ର ଗତ ତିନିବର୍ଷ ଧରି ଦାରିଙ୍ଗବାଡିରେ କାର୍ଯ୍ୟକାଳ ମଧ୍ୟରେ ବିକାଶର ଛାପ ଛାଡ଼ିଥିବା ବେଳେ ଦୁଇଦୁଇ ଥର ଦାରିଙ୍ଗବାଡିରେ ଶୀତ ମହୋତ୍ସବ କରି ଚର୍ଚ୍ଚାରେ ରହିଛନ୍ତି। ସେହିପରି ପର୍ଯ୍ୟଟନ କ୍ଷେତ୍ର ତଥା ତୀର୍ଥକ୍ଷେତ୍ର ଋଷିମାଳର ବିକାଶ ସହ ହିଲଭିୟୁ ପାର୍କ, ଡୁଲୁରୀ ପାଇନବଣ, କିରିକୁଟି ଲଭର୍ସ ପଏଣ୍ଟ, ସୁଲେଇ ସରୁ ଭିୟୁ ପଏଣ୍ଟ, ପାଟାବାନ୍ଧା ଜଳପ୍ରପାତର ବିକାଶ କରି ସେ ଲୋକଙ୍କ ପ୍ରିୟପାତ୍ର ହେବା ସହ ରାଜ୍ୟସରକାରଙ୍କ ଜଣେ ଦକ୍ଷ ପ୍ରଶାସନ ଭାବେ ଦାରିଙ୍ଗବାଡିରେ କାର୍ଯ୍ୟ କରିଥିବା ଜଣାପଡିଛି।
Nalco
Leave A Reply