ଆସିକା : ଆସିକା ସହର ସଂଲଗ୍ନ ଋଷିକୂଲ୍ୟା ଓ ବଡ଼ନଦୀ ର ସଙ୍ଗମ ସ୍ଥଳ ରେ ଚଳିତ ବର୍ଷ ମହା ବାରୁଣୀ ବୁଡ଼ ରେ ଲକ୍ଷାଧିକ ଶ୍ରଦ୍ଧାଳୁ ଙ୍କ ଭିଡ଼ ଜମିଥିବା ଲକ୍ଷ୍ୟ କରାଯାଇଛି।ଦୀର୍ଘ ଦିନ ପରେ ଶନିବାର ସହ ଉତ୍କୃଷ୍ଟ ଯୋଗରେ ଏହା ପଡ଼ିଥିବାହେତୁ ଅଲଭ୍ୟ ସ୍ନାନ ଯୋଗ ରହିଥିବାରୁ ଜିଲ୍ଲା ଓ ଜିଲ୍ଲା ବାହାରୁ ଭକ୍ତ ଓ ସାଧାରଣ ଜନତା ଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।ଗଞ୍ଜାମ ଜିଲ୍ଲା ଆସିକା ଠାରେ ଋଷୁକୁଲ୍ୟା ଓ ବଡ଼ ନଦୀର ପବିତ୍ର ସଙ୍ଗମ ସ୍ଥଳର ଉତ୍ତର ବାଙ୍କରେ ଲୋକଙ୍କ ବିଶ୍ୱାସ ଓ କୁହାଯାଏ ଏହି ଋଷୁକୂଲ୍ୟ ନଦୀ ପୁଣ୍ୟତୋୟା ନଦୀ ଏଠାରେ ଅସ୍ତି ବିସର୍ଜନ ଓ ଶ୍ରାଦ୍ଧ କଲେ ପିତୃପୁରୁଷଙ୍କ ସଦଗତି ପ୍ରାପ୍ତି ହୋଇଥାଏ ।ଏହି କାରଣରୁ ଲୋକେ ଗଞ୍ଜାମ ର ବିଭିନ୍ନ ସ୍ଥାନରୁ ତଥା ଜିଲ୍ଲା ବାହାରୁ ମଧ୍ୟ ଆସି ନିଜ ପିତୃପୁରୁଷଙ୍କୁ ପିଣ୍ଡ ଦାନ କରିବା ସହ ଅସ୍ତି ବିସର୍ଜନ ସହ ପିତୃ ପୁରୁଷ ଙ୍କ ସକାଶେ ବାଲିରେ ପିତୁଲା ପ୍ରସ୍ତୁତ କରି ଶ୍ରଦ୍ଧା କରିଥାନ୍ତି । ସେଥିପାଇଁ ପ୍ରତି ବର୍ଷ ଏଠାକୁ ଲକ୍ଷାଧିକ ଲୋକଙ୍କ ସୁଅ ଛୁଟେ ଏହି ବୁଡ଼ ସମୟରେ।ଋଷୁକୁଲ୍ୟା ଓ ବଡ଼ ନଦୀର ସଙ୍ଗମ ସ୍ଥଳ ରେ ସ୍ନାନ କରି ପରେ ସମସ୍ତ ରୀତିନୀତି ଅନୁସାରେ ଅସ୍ତି ବିସର୍ଜନ ସହ ବ୍ରାହ୍ମଣ ଙ୍କୁ ଦାନ ଓ ଦକ୍ଷିଣା ପ୍ରଦାନ ଓ ବୁଡ଼ ତୋଟାରେ ଭୋଜି କରି ଘର କୁଫେରି ଥାନ୍ତି।ସଙ୍ଗମ ସ୍ଥଳ କୁ ଯିବାପାଇଁ ଥିବା ପୁଡୁଗେଶ୍ୱର ପଲ୍ଲୀ, କାଲଷଣ୍ଢପୁର, ନଳବଣ୍ଟା, ମୁକୁନ୍ଦପୁର, ପଢାଳ, ଜୟପୁର ଆଦି ଗ୍ରାମ ରେ ପୋଲିସ ଉପସ୍ଥିତ ରହିବା ସହିତ ରାସ୍ତା ରେ ଟ୍ରାଫିକ ନିୟତ୍ରଣ କରାଯାଇଥିଲା।ଆସିକା ପୋଲିସ ଉପଖଣ୍ଡ ଅଧିକାରୀ ସଂଜୟ ମହାପାତ୍ର ନେତୃତ୍ୱ ଓ ଥାନାର ଭାର ପ୍ରାପ୍ତ ଅଧିକାରୀ ଆର୍ ପି ପଟ୍ଟନାୟକ ଙ୍କ ସଂଯୋଜନରେ ଚାରି ଇନ୍ସପେକ୍ଟର , ଛ ଏସ୍ ଆଇ,,କୋଡ଼ିଏ ଏ ଏସ ଆଇ ଓ ଚାରି ପ୍ଲାଟୁନ ଫୋର୍ସ ଟ୍ରାଫିକ ଓ ଶାନ୍ତି ଶୃଙ୍ଖଳା କୁ ତଦାରଖ କରିଥିଲେ। ବିଭିନ୍ନ ସ୍ୱେଚ୍ଛସେବୀ ସଙ୍ଗଠନ ଓ ଆଧ୍ୟାତ୍ମିକ ସଂଗଠନ ପକ୍ଷରୁ ପାନୀୟ ଜଳ ଓ ସହାୟତା ଯୋଗାଇଦିଆ ଯାଇଥିଲା।