Odisha news

ବସ ସହ ପିକଅପ୍  ଭ୍ୟାନ ର ମୁହାମୁହିଁ ଧକ୍କା : ତିନି ମୃତ

0

ଆସିକା :  ଆସିକା- ବ୍ରହ୍ମପୁର ମୁଖ୍ୟ ସଡ଼କ ୫୯ନଂ ଜାତୀୟ ରାଜପଥର ଖଡଭାଗ ଗ୍ରାମ ନିକଟ ର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ତିନି ଜଣଙ୍କ  ଶୋଚନୀୟ ମୁତ୍ୟୁ ହୋଇଥିବା ବେଳେ ଚାରି ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି। ସର୍ବତ୍ର ଚାରିଆଡେ ସାଧାରଣ ତନ୍ତ୍ର ଦିବସ ପାଳନ ନେଲ ଉତ୍ସାହ  ଉଦ୍ଦୀପନା ଲାଗି ରହିଥିବା ବେଳେ ଏହି ଦୁର୍ଘଟଣା ଅଞ୍ଚଳବାସୀ ଙ୍କୁ ସ୍ତବଦ କରିଦେଇଛି।ବାଲିଗୁଡା ରୁ ବ୍ରହ୍ମପୁର ଯାଉଥିବା ମା ତାରିଣୀ ଯାତ୍ରୀବାହି ବସ ସହ ବ୍ରହ୍ମପୁର ରୁ ବୁଗୁଡ଼ା ନିକଟସ୍ଥ ବୁଦ୍ଧଖୋଲ କୁ ଭୋଜିସାମଗ୍ରି ବୋଝାଇ ହୋଇଯାଉଥିବା ପିକଅପ୍  ଭ୍ୟାନ ର ମୁହାମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଉଭୟ ବସ ଓ ପିକଅପ୍  ଭ୍ୟାନ ର ସମ୍ମୁଖ ଭାଗ  ଭାଙ୍ଗି ଚୁରମାର ହୋଇଯାଇଛି।ଘଟଣା ସ୍ଥଳରେ ପିକଅପ୍ ଚାଳକ ସହ ୨ଜଣ ଯାତ୍ରୀଙ୍କୁ ମିଶାଇ ମୋଟ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଆହତ ହୋଇଛନ୍ତି ।  ମୃତକ ମାନେ ହେଲେ ବ୍ରହ୍ମପୁର ହଲଦିଆପଦର ଗ୍ରାମର ରାଜେନ୍ଦ୍ର ବଡୁ,ସୁନୀତା ପାତ୍ର ଓ ପିକ୍ ଆପ୍ ର ଡ଼୍ରାଇଭର ବୁଲୁ ବେହେରା। ଘଟଣା ପରେ ପରେ ସ୍ଥାନୀୟ ଗ୍ରାମ ବାସୀ ,ଅଗ୍ନିଶ୍ରମ ବିଭାଗ କର୍ମଚାରୀ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ହୋଇଥିବ ବ୍ୟକ୍ତି ଙ୍କୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରି ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ।ପୋଲିସ ମାମଲା ରୁଜୁ କରି ମୃତକ ଙ୍କ ଶବ ବ୍ୟବଛେଦ କରିବା ନେଇ ପଦକ୍ଷେପ ଗ୍ରହଣ କରିଥିବା ବେଳେ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ  ଜବତ କରି ଘଟଣାର ତଦନ୍ତ ଚଳାଇଥିବା  ଥାନା ଅଧିକାରୀ ପି. ସ୍ୱରୂପ କ୍ରିଷ୍ଣନ କହିଛନ୍ତି।

Leave A Reply