ଆସିକା : ଆସିକା ଥାନା ଅନ୍ତର୍ଗତ ଗଣ୍ଡ ପଲ୍ଲୀ ଓ ଠେଙ୍ଗା ପଲ୍ଲୀଗ୍ରାମ ଏରୋଗଲା ବସ୍ତି ରେ ବେଆଇନ ଭାବେ ଚାଲିଥିବା ଦେଶୀ ମଦ ପ୍ରସ୍ତୁତି ଓ ବିକ୍ରି ସ୍ଥାନ ଉପରେ ମଙ୍ଗଳବାର ରେ ଆସିକା ପୋଲିସ ଚଢ଼ାଉ କରିଛି। ଥାନା ଭାର ପ୍ରାପ୍ତ ଅଧିକାରୀ ପି. ସ୍ଵରୂପ କ୍ରିଷ୍ଣାଙ୍କ ସଂଯୋଜନାରେ ପୁଲିସ ଟିମ ଏହି ଗ୍ରାମରେ ଅତର୍କିତ ଚଢ଼ାଉ କରି ୩୫୦୦ ଲିଟର ମୋଲାସିସ ନଷ୍ଟ କରିବା ସହ ୨୨୦ ଲିଟର ଦେଶୀ ମଦ ଓ ବହୁ ମଦ ପ୍ରସ୍ତୁତି ସରଞ୍ଜାମ ଜବତ କରିଥିଲା।ଏଥିରେ ସମ୍ପୂର୍କ୍ତ ଥିବା ଅଭିଯୋଗରେ ଜଣେ ମହିଳା ଙ୍କ ସମେତ ତିନି ଜଣ ଅଭିଯୁକ୍ତଙ୍କୁ ଙ୍କୁ ମଧ୍ୟ ପୋଲିସ ଗିରଫ କରିଥିଲା। ଅଭିଯୁକ୍ତ ଙ୍କ ନାମରେ ପୃଥକ୍ ପୃଥକ୍ ମାମଲା ରୁଜୁ କରି ସମସ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ କ୍ରିଷ୍ଣନ ପ୍ରକାଶ କରିଛନ୍ତି।