ଦଶରଥପୁର : ଦଶରଥପୁର ବ୍ଲକ ମଙ୍ଗଳପୁର ଅଞ୍ଚଳର ବରିଷ୍ଠ ସମାଜସେବୀ ତଥା ଇଞ୍ଜିନିୟର ଡ଼ଃ ଅଶ୍ୱିନୀ ରାୟଙ୍କର ଆଜି ପରଲୋକ ହୋଇଯାଇଛି। ଏହି ଖବର ଜଣାପଡିବା ପରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି। ବିଭିନ୍ନ ସାହିତ୍ୟ ,ସାଂସ୍କୃତିକ, ସାମାଜିକ, ଶିକ୍ଷା, କଳା ଅନୁଷ୍ଠାନ ଶୋକ ପ୍ରକାଶ କରିଛନ୍ତି।ଏହି ପରିପ୍ରେକ୍ଷୀରେ ଆଜି ଝୁମୁରୀ ପାରା ଶିଶୁ ସାହିତ୍ୟ ସଂସଦ ତରଫରୁ ବରିଷ୍ଠ ସାମ୍ବାଦିକ ଉମାକାନ୍ତ ଧଳଙ୍କ ସଭାପତିତ୍ୱରେ ଝୁମ୍ପୁରୀ ବଜାର ସ୍ଥିତ ଗୋପବନ୍ଧୁ କଳାପରିଷଦ ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ସମସ୍ତ ବିଶିଷ୍ଟ ବ୍ୟକ୍ତି ଦୁଇମିନିଟର ନୀରବ ପ୍ରାର୍ଥନା କରିବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ। ସ୍ୱର୍ଗତଃ ରାୟ ଜଣେ ସାହିତ୍ୟପ୍ରେମୀ, ସ୍ନେହୀ, ମେଳାପୀ, ପରୋପକାରୀ, ଧର୍ମପରାୟଣ ବ୍ୟକ୍ତି ସହିତ ମଙ୍ଗଳପୁର ଅଞ୍ଚଳରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ସହଯୋଗୀ ତଥା ବିଭିନ୍ନ ପଦ ପଦବୀରେ କାର୍ଯ୍ୟ କରୁଥିଲେ ଏବଂ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ମଙ୍ଗପୁରର ସମ୍ପାଦକ ଦାୟିତ୍ବ ତୁଲାଉଥିଲେ ବୋଲି ଝୁମୁରୀପାରା ଶିଶୁ ସାହିତ୍ୟ ସଂସଦର ସମ୍ପାଦକ ଧୀରେନ୍ଦ୍ର ମଲ୍ଲିକ କହିଥିଲେ।ଏହି ଶ୍ରଦ୍ଧାଞ୍ଜଳି ସଭାରେ ବରିଷ୍ଠ ସାହିତ୍ୟିକ ତଥା ସାମ୍ବାଦିକ ଉମାକାନ୍ତ ଧଳ, ବରିଷ୍ଠ କଳାକାର ବିଶ୍ବମ୍ବର ନାୟକ, ଦଶରଥପୁର ପଂଚାୟତ ପୂର୍ବତନ ସମିତି ସଭ୍ୟ ତଥା ସମାଜସେବୀ ମହେଶ୍ଵର ସାହୁ, ଯୁବ କଳାକାର ତଥା ସମାଜସେବୀ ମନିଷ୍ ସାହୁ, ଯୁବ ସମାଜସେବୀ ଦେବେନ୍ଦ୍ର ଦାଶ, ବରିଷ୍ଠ ଶିକ୍ଷାବିତ ଅର୍ଜୁନ ଚରଣ ମିଶ୍ର, ଗୀତିକାର ସାବିତ୍ରୀ ମଲ୍ଲିକ, ସଙ୍ଗୀତ ପ୍ରଯୋଜକ ଅଶୋକ କୁମାର ସାହୁ, ବରିଷ୍ଠ କଳାକାର ବାନାମ୍ବର ନାୟକ, ଗାୟିକା ହରପ୍ରିୟା ସାହୁ, ଯୁବକବି ଧୀରେନ୍ଦ୍ର ମଲ୍ଲିକ, ଦେବ ପ୍ରସାଦ ନାୟକ ପ୍ରମୁଖ ଯୋଗଦେଇ ଅମର ଆତ୍ମାର ସଦଗତି କାମନା କରିଥିଲେ।