ଆସିକା : ଆସିକା ବ୍ଳକ କୋଟିନଡା ଥାନା ଅନ୍ତର୍ଗତ ହରିଡା ପଦର ଗ୍ରାମ ରେ ଆଜି ଅପରାହ୍ନ ରେ ନୃଶଂସ ହତ୍ୟା ଘଟଣା ଘଟିଛି। ଗ୍ରାମର ବଡ଼ ସାହି ଶେଷ ରେ ଅପରାହ୍ନରେ ମାରଣାସ୍ତ୍ର ରେ ବାରମ୍ବାର ଚୋଟ ମାରିବା କାରଣ ରୁ ସଞ୍ଜୟ ନାୟକ ର ଘଟଣା ସ୍ଥଳ ରେ ମୃତ୍ୟୁ ହୋଇଛି ।ଖବର ପାଇ ଆସିକା ଏସଡ଼ିପିଓ ଉମା ଶଙ୍କର ସିଂ, କୋଟିନଡା ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ସାହା, ଆସିକା ଥାନା ଅଧିକାରୀ ପି ସ୍ୱରୂପ କିଷାନ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ମୃତକ ର ଭଉଣୀ ବିଷ୍ଣୁପ୍ରିୟା ଦାସ ର ଅଭିଯୋଗ ପ୍ରକରେ କୋଟିନଡା ଥାନାରେ ଏକ ହତ୍ୟା ମାମଲା ୨୨୩/୨୩ ରୁଜୁ କରାଯାଇଛି। ଘଟଣାରେ ସଂପୃକ୍ତ ଅଭିଯୁକ୍ତ ସୁରେଶ ଡାକୁଆ କୁ ପୋଲିସ ଗିରଫ କରିଛି। ଆସିକା ଉପଖଣ୍ଡ ସ୍ଵାସ୍ଥ୍ୟ କେନ୍ଦ୍ର ରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର କୁ ହସ୍ତାନ୍ତର କରାଯାଇଛି। ମୃତକ ଅନୁସୂଚିତ ଜାତିର ହୋଇଥିବା ରୁ ଏସଡିପିଓ ଶ୍ରୀ ସିଂ ଘଟଣାର ତଦନ୍ତ କରୁଛନ୍ତି ଓ ପୂର୍ବ ଶତ୍ରୁତା କୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଏସ ଡି ପି ଓ ଶ୍ରୀ ସିଂ ସୂଚନା ଦେଇଛନ୍ତି।କିଛି ଦିନ ପୂର୍ବେ ଅସବର୍ଣ୍ଣ ଗୋଷ୍ଠୀ ର ସୁରେଶ ଡାକୁଆ କୁ ଆକ୍ରମଣ ହୋଇଥିଲା। ଏହି ଘଟଣା ପରେ ଅଭିଯୁକ୍ତ ମାନେ ଜେଲ ଯାଇ ଜାମିନ ରେ ଫେରିଥିଲେ। ଗ୍ରାମ ରେ ଶାନ୍ତି ପାଇଁ କିଛିଦିନ ପୋଲିସ ମୁତୟନ ହୋଇଥିଲା। ଗତକାଲି ରାତ୍ରୀ ରେ ପୁଣି ଜେଲ ଫେରନ୍ତା କିଛି ଲୋକ ସୁରେଶ ଡାକୁଆ ର ଘର ସମ୍ମୁଖ କୁ ଯାଇ ସୁରେଶ ଓ ତାର ପରିବାର କୁ ଗାଳି ଗୁଳଜ କରିଥିଲେ। ଖବର ପାଇ କୋଟିନଡା ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ଦୁଇ ଜଣକୁ ଆଣି ଅଟକ ରଖିଥିଲା ପୁଣି ଗ୍ରାମରେ କୌଣସି ପ୍ରକାରର ବିଶୃଙ୍ଖଳା କୁ ଏଡ଼ାଇବା ପାଇଁ ଗ୍ରାମରେ ଦୁଇ ପ୍ଲାଟୁନ ପୋଲିସ ମୁତୟନ ହୋଇଛି।