Odisha news

ବେତନଟୀ ବ୍ଳକ୍ ପ୍ରେସ କ୍ଳବ୍ ଗଠିତ, ପ୍ରକାଶ ବେହେରା ସଭାପତି 

0
ବେତନଟୀ :  ବେତନଟୀ ବ୍ଳକ୍ ରେ “ବେତନଟୀ ବ୍ଲକ୍ ପ୍ରେସକ୍ଲବ ” ନାମରେ ନୂତନ ଭାବେ ଏକ ସାମ୍ବାଦିକ ସଂଘ ଶନିବାର ଗଠନ କରାଯାଇଅଛି, ଯାହାର ସଭାପତି ଭାବେ  ବିଶିଷ୍ଟ ସମାଜସେବୀ ତଥା ସାମ୍ବାଦିକ ପ୍ରକାଶ ବେହେରା ଓ ସାଧାରଣ ସମ୍ପାଦକ ଭାବେ ଦୀପକ କୁମାର ସିଂହ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ ଡାକବଙ୍ଗଳାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମୟୂରଭଞ୍ଜ ଜିଲା ସାମ୍ବାଦିକ ସଂଘର ସଭାପତି ଅରୁଣ କୁମାର ଓତାଙ୍କ ଅଧ୍ୟକ୍ଷତାରେ ଅ ନୁଷ୍ଠିତ ସଭାରେ ଆବାହକ ବିମଳେନ୍ଦୁ ମହାପାତ୍ର ସଭାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ତଥା ସଂଘ ଗଠନ ର ଆବଶ୍ୟକତା ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ। ଏ ସଂକ୍ରାନ୍ତରେ ବିସ୍ତୃତ ଆଲୋଚନାରେ ହରିଶ ଚନ୍ଦ୍ରନନ୍ଦ ଗୋସ୍ୱାମୀ,ସୀତାନାଥ ବେହେରା, ଅରୁଣ କୁମାର ଓତା,ସଚ୍ଚିଦାନନ୍ଦ ମହାନ୍ତି,ଦୀପକ କୁମାର ସିଂହ,ସତ୍ୟପ୍ରକାଶ ପ୍ରଧାନ,ସ୍ଵରୂପ କୁମାର ପଟ୍ଟନାୟକ ଆଦି ଅଂଶଗ୍ରହଣ କରିଥିଲେ । ସାମାଜରେ ସାମ୍ବାଦିକ ମାନଙ୍କର ଭୂମିକା ଶୀର୍ଷକ ଦୀର୍ଘ ଆଲୋଚନା ମଧ୍ୟ କରାଯାଇଥିଲା।ଏହା ପରେ ମୁଖ୍ୟ ଉପଦେଷ୍ଟା ହରିଶ ଚନ୍ଦ୍ର ନନ୍ଦ ଗୋସ୍ଵାମୀଙ୍କ ସହ ଅନ୍ୟତମ ଉପଦେଷ୍ଟା ଭାବେ ଅରୁଣ କୁମାର ଓତା, ସୀତାନାଥ ବେହେରା, ସଂଜୟ କୁମାର ମିଶ୍ର  ପ୍ରମୁଖ ମନୋନୀତ  ହେବାପରେ ନୂତନ ସଂଘର ଅନ୍ୟ କର୍ମକର୍ତ୍ତାଗଣ ନିର୍ବାଚିତ ହୋଇଥିଲେ। ସେମାନେ ହେଲେ ଉପସଭାପତି ବିମଳେନ୍ଦୁ ମହାପାତ୍ର, ଯୁଗ୍ମ ସଂପାଦକ ସଚ୍ଚିଦାନନ୍ଦ ମହାନ୍ତି, ସହ ସଂପାଦକ ରତନ ଦାଶ, ସଂଗଠନ ସମ୍ପାଦକ ଅବିନାଶ ପଣ୍ଡା, କୋଷାଧ୍ୟକ୍ଷ ରଣଜିତ ନାୟକ ଏବଂ ମୁଖପାତ୍ର ସତ୍ୟ ପ୍ରକାଶ ପ୍ରଧାନଙ୍କୁ ମନୋନୀତ କରାଯାଇଥିଲା  । ଏତଦବ୍ୟତୀତ କାର୍ଯ୍ୟକାରୀ କମିଟି ସଭ୍ୟଭାବେ ମଧୁସୂଦନ ମହାନ୍ତି, ସ୍ୱରୂପ କୁମାର ପଟ୍ଟନାୟକ, ଦେବବ୍ରତ ପରିଡା, ରାଜୀବ ଲୋଚନ ସେନାପତି, ରଂଜିତା ପତି, ସଂଜୀବ ଦାସ, ବ୍ରହ୍ମାନନ୍ଦ ମହାପାତ୍ର,ସତ୍ୟଜିତ ରାଉତ, ଜୟନ୍ତ କିଶୋର ଗୋସ୍ଵାମୀ ପ୍ରମୁଖ ନିର୍ବାଚିତ ହୋଇ ଶପଥ ଗ୍ରହଣ କରିଥିଲେ। ଶେଷରେ ମୁଖପାତ୍ର ଶ୍ରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।
Govt
Leave A Reply