ଆସିକା : ଆସିକା ବ୍ଳକ ଅନ୍ତର୍ଗତ ଦେବଭୂମି ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ବିଜୁ ଜନତା ଦଳ ର ଏକ ସାଙ୍ଗଠନିକ ବୈଠକ ବିଧାୟିକା ମଞ୍ଜୁଳା ସ୍ଵାଇଁ ଙ୍କ ପୌରହିତ୍ୟି ରେ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଅତିଥି ରୂପେ ଗଞ୍ଜାମ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ଆସିକା ସାଂସଦ ପ୍ରମିଳା ବିଷୋୟୀ, ଆସିକା ବ୍ଳକ ଅଧକ୍ଷା ତ୍ରିବେଣୀ ନାହାକ, କବିସୂର୍ଯ୍ୟନଗର ବ୍ଳକ ଅଧ୍ୟକ୍ଷା ଜ୍ୟୋତିର୍ମୟୀ ସ୍ଵାଇଁ, ଯୋନ ଯୁବ ବିଜେଡି ସଭାପତି ନଚିକେତା ସ୍ଵାଇଁ, ଜିଲ୍ଲା ସମ୍ପାଦକ ଅଭିମନ୍ୟୁ ନାହାକ, ବିଜେଡି ରାଜ୍ୟ ସମ୍ପାଦିକା ଏମ ସୁଜାତା ପାତ୍ର ଅତିଥି ରୂପେଯୋଗ ଦେଇଥିଲେ। ଏହି ବୈଠକରେ ସମସ୍ତ କର୍ମି ଓ ନେତା ନିଜ ମଧ୍ୟରେ ଥିବା ମାନମାଳିନ୍ୟ କୁ ଭୁଲି ଦଳକୁ ତୃଣ ମୂଳ ସ୍ତର ରେ ଦୃଢ଼ କରିବା ଦିଗରେ ଆଲୋଚନା ହୋଇଥିଲା। ଖରିଆ ସରପଞ୍ଚ ଭଗବାନ ସାହୁ, ଶିବ ନାହାକ, ଅନୀଲ ନାୟକ, ସନ୍ତୋଷ ପୋଲାଇ, ସମୀର ବେହେରା, ଦୈତାରି ବେହେରା ବ୍ଳକ ବିଜେଡି ସଭାପତି ରାଜେଶ ପଟ୍ଟନାୟକ, ଜିଲା ପରିଷଦ ସଭ୍ୟ ବି ମନୋଜ ଦୋରା, ଏମ ରଶ୍ମିତା ସେନାପତି ସମେତ ବହୁ ଆଗ ଧାଡ଼ି ର ନେତା ଉପସ୍ଥିତ ଥିଲେ।
