ଆସିକା : ଗଞ୍ଜାମ ଜିଲ୍ଲା ର ଜନସାଧାରଣ ଙ୍କ ସୁବିଧା କୁ ଦୃଷ୍ଟି ରେ ରଖି ଋଷିକୂଲ୍ୟା ଜିଲ୍ଲା ଗଠନ ଓ ସଦର ମହକୁମା ଆସିକା ଠାରେ ସ୍ଥାପନ ଦାବୀ ରେ ଆଜି ଆସିକା ବନ୍ଦ ଶାନ୍ତିପୂର୍ଣ୍ଣ ଭାବରେ ଶେଷ ହୋଇଛି।ଜନସାଧାରଣ ସ୍ୱତ ସ୍ପୂର୍ତ୍ତ ଭାବେ ଗୁରୁବାର ୧୨ ଘଣ୍ଟିଆ ବନ୍ଦ ପାଳନ କୁ ସମର୍ଥନ ଜଣାଇଥିବା ବେଳେ ଆନ୍ଦୋଳନକାରୀ ମାନେ ସହର କୁ ସଂଯୋଗ କରୁଥିବା ପ୍ରବେଶ ପଥ ପାକାଲା ପଲ୍ଲୀ,ମକୁନ୍ଦ ପୁର ଛକ ଓ କାଳ ଷଣ୍ଢ ପୁର ଛକ ରେ ରାସ୍ତା ଅବରୋଧ ସହ ପିକେଟିଂ ଓ ବିକ୍ଷୋଭ ପ୍ରଦର୍ଶନ କରିବା ଫଳରେ ଯାନ ବାହନ ଚଳା ଚଳ ପ୍ରଭାବିତ ହୋଇଥିଲା। ସହର ମଧ୍ୟରେ ସମସ୍ତ ଯାତ୍ରୀବାହୀ ବସ ସେବା ସହ ମାଲ ପରିବହନ ବନ୍ଦ ରହିଥିଲା। ବସଷ୍ଟାଣ୍ଡ ଖାଁ ଖାଁ ଲାଗୁଥିବା ବେଳେ ଦୁର ଦୁରାନ୍ତ ରୁ ସକାଳ ବସ ରେ ଫେରିଥିବା ଯାତ୍ରୀ ନିଜ ଗାଁ କୁ ଯାଇ ନପାରି ସମସ୍ୟା ର ସମ୍ମୁଖୀନ ହୋଇଥିଲେ। ଆସିକା ଓକିଲ ସଙ୍ଘ ଓ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ବହୁ ସଂଗଠନ ର ସମର୍ଥକ ଓ କର୍ମୀ ଦିନ ତମାମ ବନ୍ଦ ର ସଫଳତା ନେଇ ଲାଗି ପଡ଼ିଥିଲେ। ଆନ୍ଦୋଳନକାରୀ ସମସ୍ତ ରାଷ୍ଟ୍ରାୟତ ବ୍ୟାଙ୍କ୍,ସମବାୟ ବ୍ୟାଙ୍କ୍, ବୀମା କାର୍ଯ୍ୟାଳୟ, ଡାକ ମଣ୍ଡଳ ଓ ମୁଖ୍ୟ ଡାକଘର ସମ୍ମୁଖରେ ଧାରଣା ଦେବାରେ ସମସ୍ତ କାର୍ଯ୍ୟାଳୟ ଅଚଳ ହୋଇପଡ଼ିଥିଲା। ସେହିଭଳି ସ୍ଥାନୀୟ ଅତିରିକ୍ତ ଜିଲ୍ଲା ଜଜ୍ ସମେତ ଅନ୍ୟାନ୍ୟ ଅଦାଲତ ରେ ଦୈନଦିନ କାର୍ଯ୍ୟ ବ୍ୟାହତ ହୋଇଥିଲା। ରାଜ୍ୟ ସରକାର ଙ୍କ ବିଭିନ୍ନ କାର୍ଯ୍ୟାଳୟ ବ୍ଲକ, ତହସିଲ ସହ ସମସ୍ତ ପ୍ରକାରର ସ୍କୁଲ ଓ କଲେଜ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା।ଓକିଲ ସଙ୍ଘର ସଭାପତି ରବିନ୍ଦ୍ର ନାଥ ଶର୍ମା,ସମ୍ପାଦକ ନାରାୟଣ ମୁନି,ପୂର୍ବତନ ସଭାପତି ସୁରେନ୍ଦ୍ର ନାଥ ପଣ୍ଡା,ସନ୍ତୋଷ କୁମାର ପାଣିଗ୍ରାହୀ,ଉପସଭାପତି ଛବିଳ ରାମ ମିଶ୍ର, ଲଳିତ ଦାସ, ଅଜିତ କୁମାର ପଟ୍ଟନାୟକ,ଦିଲୀପ ପାଣିଗ୍ରାହୀ, ଅଜିତ ଚୌଧୁରୀ, ଦେବକାନ୍ତ ଶର୍ମା,ବିଦେଶୀ ନାହାକଙ୍କ ସମେତ ବହୁ ଆଇନଜୀବୀ ସାମିଲ ଥିବା ବେଳେ ସମୀର ପ୍ରଧାନ,ତାରିଣୀ ସେନାପତି, ଡ଼ା. ଶ୍ୟାମଘନ ବିଶ୍ଵାଳ ବଣିକ ସଂଘ ର ଇ. ଅରୁଣ ପାତ୍ର, ସିମାଞ୍ଚଳ ପରିଡ଼ା ବସ ମାଲିକ ସଂଘ ର ସନ୍ତୋଷ କୁମାର ପୋଲାଇ, ସୂର୍ଯ୍ୟ ପରିଡ଼ା,ବାମ ପନ୍ଥି ଶ୍ରମିକ ସଂଗଠନର ଶଙ୍କର ସାହୁ, ଦେବହରି ମହାନ୍ତି,ଙ୍କ ସମେତ ଆନ୍ଦୋଳନ କୁ ସମର୍ଥନ ଜଣାଉ ଥିବା ୩୮ ଟି ସଂଗଠନ ର କର୍ମକର୍ତ୍ତା ସାମିଲ ଥିଲେ। ପ୍ରଜ୍ବଳିତ ମଶାଲ ଧରି ସମାଜସେବୀ ଏସ. ବ୍ରହ୍ମାନନ୍ଦ ଆଚାରୀ ଜିଲ୍ଲା ସପକ୍ଷରେ ସଚେତନତା ସୃଷ୍ଟି କରିଥିଲେ।ସନ୍ଧ୍ୟାରେ ପୁରୁଣା ବସଷ୍ଟାଣ୍ଡ ଠାରେ ଏକ ପଥ ପ୍ରାନ୍ତ ସଭା ରେ ବହୁ ବକ୍ତା ଋଷିକୂଲ୍ୟା ଜିଲ୍ଲା ଗଠନ ଓ ସଦର ମହକୁମା ଆସିକା ଠାରେ ସ୍ଥାପନ ନେଇ ମତବ୍ୟକ୍ତ କରିଥିଲେ।ଦାବୀ ହାସଲ ପର୍ଯ୍ୟନ୍ତ ସାମିଲ ହେବାକୁ ଥିବା ଆଠ ବ୍ଲକ ଓ ବିଭିନ୍ନ ଗ୍ରାମ ରେ ସଚେତନତା ସୃଷ୍ଟି ସହ ଆନ୍ଦୋଳନ ଜାରି ରଖିବା କହିଥିଲେ।
ଆନ୍ଦୋଳନ କାରୀ ଙ୍କ ଗତି ବିଧି କୁ ନଜରରେ ରଖି ଆଇନ ଶୃଂଖଳା ରକ୍ଷା ନେଇ ଥାନା ଅଧିକାରୀ ପି . ସ୍ଵରୂପ କିଶନଙ୍କ ସଂଯୋଜନାରେ ସଶସ୍ତ୍ର ପୋଲିସ ସମସ୍ତ ଛକ ରେ ମୁତୟନ ରହିଥିଲେ।ବର୍ତ୍ତମାନ ରାଜ୍ୟ ରେ ବହୁଳ ଜନସଂଖ୍ୟା ଓ ବୃହତ୍ ଗଞ୍ଜାମ ଜିଲ୍ଳା କୁ ବିଭକ୍ତ କରି ଆସିକା କୁ କେନ୍ଦ୍ର କରି ୨୫ କି ମି ଭିତରେ ରହିଥିବା ଆସିକା, କବିସୂର୍ଯ୍ୟନଗର, ଧରକୋଟ,ଶେରଗଡ଼,ସାନଖେମୁଣ୍ଡି,ହିଞ୍
Prev Post