Odisha news

ବହୁ ଚର୍ଚ୍ଚିତ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଉମା ବିଷୋୟୀ ହତ୍ୟା ଘଟଣା : ଚାରି ଅଭିଯୁକ୍ତ ନିର୍ଦ୍ଦୋଷ,ସୂର୍ଯ୍ୟ ପୋଲାଇ ଙ୍କୁ ଆଜୀବନ ଜେଲ

0

ଆସିକା : ସାରା ରାଜ୍ୟରେ ବହୁ ଚର୍ଚ୍ଚିତ  କଂଗ୍ରେସ ନେତା ତଥା ଆସିକା ର ପୂର୍ବତନ ବ୍ଲକ ଅଧ୍ୟକ୍ଷ  ଉମା ଚରଣ ବିଷୋୟୀ ହତ୍ୟା ଘଟଣା ର ରାୟ ଆଜି ସ୍ଥାନୀୟ ଅତିରିକ୍ତ ଜିଲା  ଦୌରା ଜର୍ଜ କୋର୍ଟ ରେ ପ୍ରକାଶ ପାଇଛି।ଗତ ୨୦୦୨ ମସିହାରେ ରେ ସଂଗଠିତ ଏହି ଅପହରଣ  ଓ ନୃଶଂସ ଭାବେ  ହତ୍ୟା କରିବା  ମାମଲା ଦୀର୍ଘଦିନ ଧରି ଚାଲି ଆସିଥିବା ବେଳେ ଏହି ହତ୍ୟା ମାମଲା ର  ବିଚାର କରି ଆସିକା ଅତିରିକ୍ତ ଜିଲା  ଦୌରା ଜର୍ଜ ପ୍ରବୀର କୁମାର ଚୌଧୁରୀ  ପାଞ୍ଚ ଅଭିଯୁକ୍ତ ଙ୍କ ମଧ୍ୟରୁ ସୂର୍ଯ୍ୟ ନାରାୟଣ ପୋଲାଇ ଙ୍କୁ  ଦୋଷୀ ଘୋଷଣା କରି ଦଣ୍ଡିତ କରିଥିବା ବେଳେ ଅନ୍ୟ ଚାରି ଅଭିଯୁକ୍ତ ଅମୁଲ୍ୟ ପଣ୍ଡା, ସନ୍ତୋଷ ଗୌଡ଼, ଗଙ୍ଗାଧର ପ୍ରଧାନ,କୈଳାସ ରାଉତ ଙ୍କୁ ପ୍ରମାଣ ଅଭାବ ରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।  ଘଟଣାର ଅନ୍ୟ ଜଣେ ଅଭିଯୁକ୍ତ ସୁଦର୍ଶନ ପରିଡ଼ାଙ୍କ ବିଚାରଣା ଚାଲିଥିବା ମଧ୍ୟରେ ହତ୍ୟା ର ଶୀକାର ହୋଇଛନ୍ତି।ଗତ ୨୭/୦୭/୨୦୦୨ ମସିହାରେ ସକ୍ରିୟ ନେତା ତଥା ପରାଜିତ କଂଗ୍ରେସ ଦଳ ର ନେତା ଓ ବିଧାୟକ ପ୍ରାର୍ଥୀ ଉମା ଚରଣ ବିଷୋୟୀ ଙ୍କୁ ରାତ୍ରୀ ପ୍ରାୟ ୯.୩୦ ସମୟରେ ଦୁର୍ବୃତ୍ତ ମାନେ ଘରୁ ଜୋର୍ ଜବରଦସ୍ତି କରି ଅପହରଣ କରି ନେଇଥିଲେ। ପରଦିନ ଅପରାହ୍ନ୍  ରେ ସିଦ୍ଧନଇ  ରାସ୍ତା ଘଞ୍ଚ ଗଡ ଗଡିଆ  ପାହାଡ ରୁ କ୍ଷତ ବିକ୍ଷତ ମୃତ ଦେହ ଉଦ୍ଧାର ହୋଇଥିଲା।ମୃତ ଉମା ବିଷୋୟୀ ଙ୍କ ସ୍ତ୍ରୀ ରୁନୁ ବିଶୋୟୀ ଙ୍କ ଅଭିଯୋଗ କୁ ନେଇ ଆସିକା ଥାନା ରେ ମାମଲା ରୁଜୁ ହୋଇଥିଲା।ଏହି ହାଇ ପ୍ରୋଫାଇଲ୍ ମାମଲା ର ତଦନ୍ତ ଚାରିଜଣ ତଦନ୍ତ ଅଧିକାରୀ କରି ଥିବା ବେଳେ ମାମଲା ର ବିଚାରଣା ଚାଲି ଆସିଥିଲା। ୩୨ଜଣ ସାକ୍ଷୀ ଙ୍କ ସାକ୍ଷ୍ୟ ପ୍ରମାଣ କୁ ଆଧାର କରି   ହତ୍ୟା ମାମଲା ରେ କୁ ୩୦୨ ଓ ୩୬୫  ଦଫାରେ ଦୋଷୀ ଘୋଷଣା କରି  ଯଥାକ୍ରମେ ସଶ୍ରମ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଫାଇନ ଅନାଦେୟ ୪ ମାସ ଜେଲଓ ୩ବର୍ଷ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ ସହ ୫ ହଜାର ଟଙ୍କା ଜରିମାନା ଅନାଦେୟ ୩ ମାସ ଜେଲଦଣ୍ଡ  ଶୁଣାଇଥିଲେ। ସରକାରଙ୍କ ତରଫରୁ ଏହି ମାମଲା କୁ ଏ ପି ପି  ସୁଧାଂଶୁ କୁମାର ପଣ୍ଡା, ଓ ଜି ସୂର୍ଯ୍ୟ ପ୍ରକାଶ ରାଓ ପରିଚାଳନା କରୁଥିଲେ।

Nalco
Leave A Reply