Odisha news

୭୭ ତମ ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ 

0

ଆନନ୍ଦପୁର :  ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହ ରେ ୭୭ତମ ସ୍ବାଧୀନ ତା ଦିବସ ପାଳନ ଉପଲକ୍ଷେ   ଆନନ୍ଦପୁର ଉପଜିଲ୍ଲାପାଳ ଅନିଲ କୁମାର ସେଠି, ରାଜସ୍ବ ଅଧିକାରୀ ପ୍ରଦୀପ କୁମାର ପାଢ଼ୀ, ଘସିପୁରା ତହସିଲଦାର ପତିତପାବନ ଦେବତା, ଆନନ୍ଦପୁର ଉପଖଣ୍ଡର ମୁଖ୍ୟ ଚିକିତ୍ସା ଅଧିକାରୀ ଧନେଶ୍ୱର ସେଠି, ପ୍ରମୁଖ ଉପସ୍ଥିତ ଥିଲେ ll ଆନନ୍ଦପୁର ପ୍ରଶାସନଙ୍କ ତତ୍ୱାବଧାନରେ ଅନୁସଙ୍ଗିକ ପ୍ରସ୍ତୁତି କାର୍ଯ୍ୟକ୍ରମ ସମ୍ପୃକ୍ତ ବିଭାଗ ସହଯୋଗରେ ସମ୍ପାଦନ କରିବାକୁ ନିଷ୍ପତି ହୋଇଛି ll ଆନନ୍ଦପୁର ଷ୍ଟାଡିଅମ ପଡିଆ ଠାରେ ଉପଖଣ୍ଡ ସ୍ୱାଧୀନତା ଦିବସ ପାଳନ କରାଯିବ ll ପ୍ରତ୍ୟୁଷରୁ 4:30 ମିନିଟରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ଜରିଆରେ ରାମଧେନୁ ପ୍ରଚାର କରାଯିବ ll ଷ୍ଟାଡିଅମ ପଡିଆ ଠାରେ ଆୟୋଜିତ ଉପଖଣ୍ଡ ସ୍ତରୀୟ ସମାରୋହରେ 8:30 ମିନିଟରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପତାକା ଉତ୍ତୋଳନ ଓ ଅଭିଭାବକ ଗ୍ରହଣ ଏବଂ ପୋଲିସ ବାହିନୀ ପକ୍ଷରୁ ରାଷ୍ଟୀୟ ସଂମ୍ମାନ ପଦର୍ଶନ କରାଯିବ ll ବିଭିନ୍ନ ଶିକ୍ଷାନୁଷ୍ଠାନର NCC କ୍ୟାରେଡ ଓ ସିବିଲିୟନ ଟ୍ରୁପ ଅଂଶଗ୍ରହଣ କରିବା ପ୍ୟାରେଟରେ ଯୋଗଦାନ ଦେବାକୁ ନିଷ୍ପତି ହୋଇଥିବା ବେଳେ ମହାବିଦ୍ୟାଳୟ ଓ ବିଦ୍ୟାଳୟ ସ୍ତରରେ ବିଭିନ୍ନ ପ୍ରକାରର ପ୍ରବନ୍ଧ, ଦେଶାତ୍ମକ, କୁଇଜ ଓ ଚିତ୍ରାଙ୍କନ ପ୍ରତିଯୋଗିତା କରାଯିବାର ନିଷ୍ପତି ନେଇଥିବା ବେଳେ ଉପଖଣ୍ଡ ସ୍ତରରେ ବିଭିନ୍ନ କୃର୍ତ୍ତିତ୍ୱ ହାସଲ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧନା କରାଯିବା ସହିତ, ଷ୍ଟାଡିଅମ ପଡିଆରେ ଜାତୀୟ ପତାକା ଉତ୍ତୋଳନ,ମଞ୍ଚ ସାଜସଜ୍ଜା, ବ୍ୟାରିକେଡିଂ, ଟେଣ୍ଟ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ପ୍ରାଥମିକ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ସେବା, ଆମନ୍ତ୍ରିତ ଅତିଥି ପାଇଁ ବସିବା ସ୍ଥାନ, ଅସ୍ଥାୟୀ ପରିମଳ, ଆଦି ଆନୁଷ୍ଠାନିକ ବ୍ୟବସ୍ଥା କରିବା ପାଇଁ ସମ୍ପୃକ୍ତ ବିଭାଗ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି ll ଉକ୍ତ ବୈଠକରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅଧିକାରୀ ଦେବେନ୍ଦ୍ର ରାଉତ, ନାରାୟଣ ଦାସ, ଚନ୍ଦ୍ରଶେଖର ଦଳେଇ, ସ୍ୱାଧୀନତା ଦିବସ  ପ୍ରସ୍ତୁତି ନିମନ୍ତେ ସହଯୋଗ କରିଥିଲେ l

Nalco
Leave A Reply