Odisha news

କଳା ଓ ବାଣିଜ୍ୟ ଛାତ୍ର ଛାତ୍ରୀ ମାନେ ମଧ୍ୟ ଦେଇ ପାରିବେ IIT ପ୍ରବେଶ ପରୀକ୍ଷା , ଏପରି କରନ୍ତୁ 

ନୂଆଦିଲ୍ଲୀ : ଆଇଆଇଟି ପ୍ରବେଶ ପରୀକ୍ଷା ରେ ଅଂଶ ଗ୍ରହଣ କରିବା ସମସ୍ତ ଛାତ୍ରଛାତ୍ରୀ ଙ୍କ ର ଆନ୍ତରିକ ଇଚ୍ଛା ରହିଥାଏ । କିନ୍ତୁ ଅଣ ଯାନ୍ତ୍ରିକ ହୋଇଥିବା କାରଣରୁ ଛାତ୍ର ମାନଙ୍କ ନିକଟରେ ବିକଳ୍ପ ନଥାଏ ।
କିନ୍ତୁ ବର୍ତ୍ତମାନ୍ ଆପଣ ନିଜର ପସନ୍ଦ ଯୋଗ୍ୟ ବିଷୟ ସହିତ ପ୍ରବେଶ ପରୀକ୍ଷା ରେ ଅଂଶ ଗ୍ରହଣ କରି ପାରିବେ । ଅଧିକାଂଶ ଆଇଆଇଟି କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଡିଜାଇନ୍ , ମ୍ୟାନେଜମେଣ୍ଟ ଓ ଅନ୍ୟ ବିଷୟରେ ପାଠ୍ୟ କ୍ରମ ପ୍ରଦାନ କରିଛନ୍ତି ।
ବ୍ୟାଚଲର ଅଫ ଡ଼ିଜାଇନିଂରେ ଗୋଟିଏ ୪ବର୍ଷୀୟ ସ୍ନାତକ କାର୍ଯ୍ୟକ୍ରମ ରହିଛି । ଯାହା
ଡ଼ିଜାଇନିଂରେ ସିଦ୍ଧାନ୍ତ , ଛବି ଓ ଫଟୋଗ୍ରାଫି କୁ ବୁଝାଇ ଥାଏ । ଅଣ୍ଡର ଗ୍ରଜୁଏଟ ସାଧାରଣ ପ୍ରବେଶ ପରୀକ୍ଷା ରେ ଡ଼ିଜାଇନିଂ ଜରିଆରେ ଚୟନ କର୍ତା ଏହି ପ୍ରବେଶ ପରୀକ୍ଷା ରେ ଅଂଶ ଗ୍ରହଣ କରି ପାରିବେ । ରାଷ୍ଟ୍ରୀୟ ସ୍ତରର ପରୀକ୍ଷା ରେ ବମ୍ବେ ଆଇଆଇଟି ଦ୍ଵାରା ଆୟୋଜିତ କରାଯାଇଥାଏ ।

 

ବର୍ତମାନ ସ୍ତିତିରେ ଏହି ପାଠ୍ୟ କ୍ରମକୁ ପରିଚାଳିତ କରୁଥିବା ୩ଟି ଆଇଆଇଟି ଅଛନ୍ତି , ଯେଉଁଥିରେ ବମ୍ବେ ଆଇଆଇଟି ରେ ୩୭ ଟି ସିଟ ,ଆଇଆଇଟି ହାଇଦ୍ରାବାଦ ରେ ୫୬ଟି ସିଟ ଓ ଆଇଆଇଟି ଦିଲ୍ଲୀରେ BDes ରହିଛି ଯାହା ଆସନ୍ତା ଶିକ୍ଷଣୀୟ ବର୍ଷରେ ଲାଗୁ ହେବ l ଏହା ବ୍ୟତୀତ ଭାରତୀୟ ସୂଚନା ପ୍ରଦ୍ୟୋଗିକ ଡିଜାଇନ ଓ ବୀନିର୍ମାଣ ସଂସ୍ଥା ଜବଲପୁର ରେ ୬୦ ଟି ସିଟ ରହିଛି l

ଯେ କୌଣସି ଛାତ୍ରଛାତ୍ରୀ ଦ୍ୱାଦଶ ଶ୍ରେଣୀ ସମ୍ପୂର୍ଣ କରି ସରାଥିବେ ଓ ୨୪ ବର୍ଷରୁ କାମ ବୟସର ହୋଇଥିବେ ଏହି ପାଠ୍ୟ କ୍ରମରେ ପ୍ରବେଶ ପରୀକ୍ଷା ଦେଇ ପାରିବେ l ମାଷ୍ଟର ଅଫ ଡିଜାଇନ ଦୁଇ ବର୍ଷୀୟ ଶିକ୍ଷା ଅଟେ l ଯାହା ଡିଜାଇନ ପାଠ୍ୟକ୍ରମରେ ବିଶେଷଜ୍ଞତା ପାଇଁ ରହିଛି l ଏହା ମାନବିକ ଓ ବାଣିଜ୍ୟ ଛାତ୍ରଛାତ୍ରୀ ମଧ୍ୟ ନେଇ ପାରିବେ l ଇଚ୍ଛୁକ ଆବେଦକ ନିଜର ଡିଜାଇନ ପାଠ୍ୟକ୍ରମ ରେ ଶୀଇଡି ର ମାଧ୍ୟମରେ ଆଇଆଇଟି ର ଏହି ପାଠ୍ୟକ୍ରମରେ ପ୍ରବେଶ କରି ପାରିବେ l ବର୍ତମାନ ଆଇଆଇଟି ଜବଲପୁର ବ୍ୟତୀତ ୬ଟି ଆଇଆଇଟି ରହିଛି ଯେଉଁଠି ଏହି ପାଠ୍ୟକ୍ରମ କୁ ସାମିଲ କରାଯାଇଛି l IIT  ବମ୍ବେ ,  IIT ହାଇଦ୍ରାବାଦ , IIT ଗହ୍ବଟି , IIT ଦିଲ୍ଲୀ , IIT କାନପୁର ଇତ୍ୟାଦି l

ଯେଉଁ ଛାତ୍ରଛାତ୍ରୀ ଙ୍କର ଅତି କମରେ ୩ବର୍ଷ ର ଡିଗ୍ରୀ ,ଡିପ୍ଲୋମା ,କିମ୍ବା ସ୍ନାତକ ପୁର୍ଣ କରି ସାରିଥିବେ ଆବେଦନ କରି ପାରିବେ l ଏହା ବ୍ୟତୀତ ଜିଡି କଳା ରେ ଉତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମଧ୍ୟ ଶୀଇଇଡି ପରୀକ୍ଷା ଦେବା ପାଇଁ ଉପଯୁକ୍ତ ଅଟନ୍ତି l

ମାଷ୍ଟର ଅଫ ଆର୍ଟ୍ସ ଦୁଇ ବର୍ଷର ସ୍ନାତକ କାର୍ଯ୍ୟକ୍ରମ ଭାଷା l ସାମାଜିକ କାର୍ଯ୍ୟ , ରାଜନୀତି ବିଜ୍ଞାନ ,ସମାଜଶାସ୍ତ୍ର ,ଭୂଗୋଳ ,ଦର୍ଶନ ଓ ଅନ୍ୟ କୌଣସି ବିଶେଷତା ଥିବା ବିଷୟରେ ପ୍ରବେଶକରି ପାରିବେ l ବର୍ତମାନ ଏହି ପାଠ୍ୟକ୍ରମ,ଆର ସୁବିଧା କେବଳ ୩ଟି  IIT ରେ ରହିଛି l  IIT ଗାନ୍ଧୀ ନଗର , IIT ମାଡ୍ରାସ ଓ  IIT ଗହ୍ବଟି l ଏମାନଙ୍କ ମଧ୍ୟ ରୁ ସମସ୍ତ  IIT ଏମଏ ପ୍ରବେଶ ପାଇଁ ନିଜର ଲିଖିତ ପରୀକ୍ଷା ଓ ସାକ୍ଷାତକାର ପ୍ରକ୍ରିୟା ଆୟୋଜିତ କରି ଥାଆନ୍ତି l ଏମଏ ପାଠ୍ୟକ୍ରମରେ ଇଛୁକ ପାର୍ଥୀଙ୍କୁ ଯେ କୌଣସି ବିଷୟ ମାନ୍ୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିବେ l

ଏମବିଏ ରେ ପ୍ରବେଶ ପାଇଁ ଇଛୁକ ପାର୍ଥି  IIT  ଦ୍ୱାରା ପ୍ରବେଶ ପରୀକ୍ଷା ରେ ପ୍ରବେଶ କରିବା ପାଇଁ ଖୋଜି ପାରିବେ l ଏହି ପାଠ୍ୟକ୍ରମରେ ପ୍ରବେଶ କ୍ୟାଟ ପରୀକ୍ଷାରେ ପ୍ରଦର୍ଶନ କୁ ଆଧାରକରି ଦିଆଯାଇଥାଏ l ଯାହାପରେ ସମୂହ ଚର୍ଚା ଓ ବ୍ୟକ୍ତିଗତ ସାକ୍ଷାତକାର ଦେଖାଯାଇଥାଏ l ବର୍ତମାନ  IIT ବମ୍ବେ ,  IIT ଦିଲ୍ଲୀ , IIT  ମାଡ୍ରାସ , IIT  ରୁଡ଼କି , IIT କାନପୁର , IIT ଧନବାଦ , IIT  ଖଡ଼ଗପୁର ଓ  IIT  ଯୋଧପୁର ସହିତ ୮ଟି  IIT ରେ ପ୍ରବେଶ ପରୀକ୍ଷା MBA ପାଇଁ ରହିଛି l

 

Comments are closed.