ଏରସମା : ଏରସମା ବ୍ଲକର ପଦ୍ମପୁର ପଂଚାୟତର କଳାବେଦି ଗ୍ରାମ ଠାରେ ସମୁଦ୍ର ଜୁଆରରେ ମୁହାଂଣ ମୁହଁ ସୃଷ୍ଟି ହୋଇଛି । ଫଳରେ କଳାବେଦି,ସିଆଳି ଗା୍ରମର ଲୋକେମାନେ ଆତଙ୍କିତ ହୋଇପଡ଼ିଛନ୍ତି । ସମୁଦ୍ରରେ ସୃଷ୍ଟି ହୋଇଥିବାରୁ ମୁହାଂଣ ମୁହଁ ଜୁଆର ପ୍ରଖର ହୋଇଯିବା ଫଳରେ ଗାଁ କୁ ପାଣି ମାଡ଼ିଯିବା ଭୟକୁ ଦେଖି ଗ୍ରାମ ବାସି ମାନେ ମୁହାଁଣ ପାଖରୁ କିଛି ଦୁରରେ ରହି ଗଛ କାଟି ସେଠାରେ ପକାଇବା ସହିତ ବାଲି ବସ୍ତା ପକାଇ ପାଣି ଅଟକାଇବା ପାଇଁ ଚେଷ୍ଟା କରିଛନ୍ତି । ଏହି ମୁହାଁଣ ମୁହଁ ସୃଷ୍ଟି ହେବାଦ୍ୱାରା
କଳାବେଦି,ସିଆଳି,ପଦ୍ମପୁର,ନୋଳିଆସାହି,ସରବନ୍ତ ଗ୍ରାମ ଗୁଡ଼ିକ କ୍ଷତିଗ୍ରସ୍ତ ହେବ ବୋଲି ଜଣାପଡ଼ିଛି । ସମୁଦ୍ର ମାଡ଼ି ଯିବା ସଂମ୍ଭାବନା ରହିଥିବାରୁ ସିଆଳି,କଳାବେଦି ନିକଟରେ ଥିବା ଲୋକେମାନେ ଉଚ୍ଚ ସ୍ଥାନକୁ ଚାଲିଯାଇଥବା ଜଣାପଡ଼ିଛି ଖବର ପାଇ ବ.ିଡ.ÿିଓ କୈଳାସ ଚନ୍ଦ୍ର ବେହେରା ଓ ସରପଂଚ କେଶବ ପାତ୍ର ସଂପୃକ୍ତ ଗ୍ରାମରେ ପଂହଚି ଅନୁଧ୍ୟାନ କରିବା ସହିତ ବାଲି ବସ୍ତା ପକାଯାଉଛି ବୋଲି ଜଣାପଡ଼ିଛି । ସୁଚନାଯୋଗ୍ୟ ଯେ ସମୁଦ୍ର ଜୁଆରକୁ ପ୍ରତିରେଧ କରିବା ପାଇଁ ଏକ ପଥର ବନ୍ଧ ନିର୍ମାଣ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ସରକାରଙ୍କ ପକ୍ଷରୁ ନିଦେ୍ର୍ଧଶ ଦିଆଯାଇଥିଲା ମାତ୍ର ପଥର ବନ୍ଧ ଟି ଗଡ଼ହରିଶପୁର ଠାରେ କାମ ଅଧା ଭାବେ ପଡ଼ି ରହିଛି ।
ବର୍ଷା ଦିନ ଆସିଲେ ସମୁଦ୍ର ଅଶାନ୍ତ ହୋଇଯିବା ଫଳରେ ସମୁଦ୍ରକୁଳିଆ ଲୋକେମାନେ ଆତଙ୍କିତ ହୋଇଯାଆନ୍ତି । ବ୍ଲକ ପ୍ରଶାସନ ପକ୍ଷର ପଦ୍ମପୁର ଓ ଗଡ଼ ହରିଶପୁର ପଂଚାୟତରେ ସରପଂଚ ମାନଙ୍କୁ ସତର୍କ ରହିବା ପାଇଁ ବିଡ଼ିଓ ନିଦେ୍ର୍ଧଶ ଦେଇଛନ୍ତି । ପଥର ବନ୍ଧଟି ଗଡ଼ହରିଶପୁର ଏବଂ ପଦ୍ମପୁର ପଂଚାୟତ ରୁ ଜଟାଧାରୀ ମୁହାଁଣ ପାଇଁ ବିପଦ ସୃଷ୍ଟି ହେବ ବୋଲି ଗା୍ରମବାସିଙ୍କ ନିକଟରୁ ଜଣାପଡ଼ିଛି । ଏହି ସମସ୍ୟା କୁ ନେଇ ଜିଲ୍ଲାପାଳ ମହୋଦୟ ତୁରନ୍ତ ମୁହାଁଣ ମୁହଁ ପ୍ରତି ଦୃଷ୍ଟି ଦେବା ଜନ ସାଧରଣ ମାନେ ଦାବି କରିଛନ୍ତି ।