Odisha news

ଏରସମାା : ଜୁଆର ପ୍ରତିରୋଧ ପଥର ବନ୍ଧ ସଂପୁର୍ଣ୍ଣ ନିର୍ମାଣ କରିବା ପାଇଁ ଦାବି

0

ଏରସମାା ,୧୪/୮- ସମୁଦ୍ର କୁଳେ କୁଳେ ଜୁଆର ପ୍ରତିରୋଧ ପଥର ବନ୍ଧ ସଂପୁର୍ଣ୍ଣ ନିର୍ମାଣ କରିବା ପାଇଁ ଦାବି କରାଯାଇଛି । ଜଗତସିଂହପୁର ଜିଲ୍ଲାର ଅନେକ ଅଂଚଳ ସମୁଦ୍ର ଉପକୂଳରେ ଅବସ୍ଥିତ । ଦୀର୍ଘ ୪୬କି.ମି ଅଂଚଳ ସମୁଦ୍ର କୂଳିଆ ଅଂଚଳ ହୋଇଥିବାରୁ, ସବୁସମୟରେ ସାମୁଦ୍ରିକ ବାତ୍ୟା ଆଉଜୁଆର ଦ୍ୱାରା ଏହି ଜିଲ୍ଲା ପ୍ରଭାବିତ ହୋଇଥାଏ । ୧୯୯୯ ମସିହାର ମହାବାତ୍ୟା ଏହି ଅଂଚଳରେ ତା ର ତାଣ୍ଡବ ରଚିଥିଲା । ହଜାର ହଜାର ଲୋକ ସମୁଦ୍ର ଜୁଆରରେ ଭାସି ଯାଇ ପ୍ରାଣ ହରାଇଥିଲେ ।

ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ଉପକୂଳ ଅଂଚଳରେ ଜୁଆର ପ୍ରତିରୋଧ କରିବା ପାଇଁ ସମୁଦ୍ର କୂଳେକୂଳେ ଜୁଆର ପ୍ରତିରୋଧକ ବନ୍ଧ ନିର୍ମାଣ କରାଯାଇଥିଲା । ବନ୍ଧ ନିର୍ମାଣକରିବା ପାଇଁ ବିଭିନ ୍ନଠିକାଦାର ନିଯୁକ୍ତିହୋଇଥିଲେ । ମାତ୍ର ଠିକାଦାରଙ୍କ ମନମୂଖ ôକାର୍ଯ୍ୟପାଇଁ ବନ୍ଧ ନିର୍ମାଣ ୨୦୧୬ମସିହାରୁ ଆରମ୍ଭ କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସରୁନାହିଁ । କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲେ ମଧ୍ୟ ଏହାର ସୁଫଳ ମିଳିବାର ସମ୍ଭାବନା ନାହିଁ । ଏହି ପରି ଏକ ଘଟଣା ଏରସମା ବ୍ଳକରେ ଦେଖିବାକୁ ମିଳିଛି । ଗୋଡ଼ା ଠାରୁ ଜଟାଧାରୀ ମୁହାଁଣ ପର୍ଯ୍ୟନ୍ତ ପଥର ବନ୍ଧ ନିର୍ମାଣ କରାଯିବା ପାଇଁ ଅନୁମୋଦିତ ହୋଇଥିଲା । ଏହି କାର୍ଯ୍ୟ ୫ ବର୍ଷ ଧରି ପଥର ବନ୍ଧ ନିର୍ମାଣ କାର୍ଯ୍ୟ ସଂପୃକ୍ତ ଠିକାଧାର କରିଥିଲେ ।ମାତ୍ର ଗଡ଼ ହିଶପୁର ନୋଳିଆଶାହି ଗା୍ରମ ପାଖରୁ ପଥର ବନ୍ଧ ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିବାର ଗଡ଼ ହରିଷପୁର ଏବଂ ପଦ୍ମପୁର ପଂଚାୟତ ପାଇଁ ବିପଦ ସୃଷ୍ଟି ହେବ ବୋଲି ଗା୍ରମବାସିଙ୍କ ନିକଟରୁ ଜଣାପଡ଼ିଛି ।ଖୁବ୍ ଶୀଘ୍ର ଏହି ଦୁଇ ପଂଚାୟତ ସହିତ ଜଟାଧାରୀ ମୁହାଁଣ ପର୍ଯ୍ୟନ୍ତ ସରପଂଚ ଭିମସେନ ରାଉତ ଓ କେଶବ ପାତ୍ର ଦାବି କରିଛନ୍ତି ।

ଅପର ପକ୍ଷରେ ଯେତିକି କାମ କରାଯାଇଛି ସେଗୁଡିକ ନିମ୍ନମାନର ହୋଇଥିବାରୁ, ଅନେକ ସ୍ଥାନରେ ଏଥିରେ ଦିଆଯାଇଥିବା ତାରଜାଲି ଗୁଡିକ ବାହରି ପଡି ବନ୍ଧକୁ ଦୂର୍ବଳ କରିଦେଲାଣି । ଅନେକ ସ୍ଥାନରେ ତାରଜାଲି ସହିତ ପଥର ଗୁଡିକ ସମୁଦ୍ର ଢେଉ ମାଡରେ ଭାସିଗଲାଣି । ଏଥି ପ୍ରତି ବିଭାଗୀୟ ଅଧିକାରୀ କିମ୍ବା ଜନପ୍ରତିନିଧି କାହାର ନଜର ପଡୁନାହିଁ । ମହାବତ୍ୟା ପରେ ସେଭଳି ଆଉ ବଡବାତ୍ୟାଏହି ଅଂଚଳ ଦେଇ ଅତିକ୍ରମକରିନାହିଁ । ଯଦି ମହାବାତ୍ୟା ପରି ଆଉ ଏକ ବାତ୍ୟା ଆସେ ତେବେ କେତେ ଯେ ଧନଜନ ହାନୀହେବ କହିବା ଅସମ୍ଭବ ।ଏହି ସମସ୍ୟା ଉପରେ ଜିଲ୍ଲାପାଳ ମହୋଦୟ ଓ ବିଭାଗୀୟ ଅଧିକାରୀ ତୁରନ୍ତ ଦୃଷ୍ଟି ଦେବାସହିତ ଅଧା ଥିବା କାର୍ଯ୍ୟ ତୁରନ୍ତ ଶେଷକରିବା ପାଇଁ ଜନ ସାଧରଣ ମାନେ ଦାବି କରିଛନ୍ତ ।

Leave A Reply