ଏରସମା : ଏରସମା ବ୍ଲକ ଅନ୍ତର୍ଗତ ପଦ୍ମପୁର ପ ଂଚାୟତର ରାମତରା ଗାଁ ର ପୂର୍ବତନ ଡିଲର ମାନସ ରଂଜନ ଗିରି ପ୍ରାୟ ୧୭୫ ରୁ ଅଧିକ ହିତାଧିକାରୀ ଙ୍କୁ ୩ ମାସରୁ ଅଧିକ ରାସନ ଦେଇନଥିଲେ । ଏହି ଅଭି ଯୋଗରେ ତାଙ୍କୁ ନିଲମ୍ବନ କରାଯାଇଥିଲା ।
ବ୍ଲକ ଯୋଗାଣ ଅଧିକାରଙ୍ମାନଓ ଗିରିଙ୍କୁ ତୁରନ୍ତ ବକେୟା ରାସନ ସାମଗ୍ରି କୁ ପଇଠ କରିବାପାଇଁ ବାର ମ୍ବାର ନିଦେ୍ଦଶ ଦେଲେ ମଧ୍ୟ ସେ ପଇଠ ନ କରିବାରୁ ଏରସମା ବିଡିଓ ତାଙ୍କ ନାମରେ ଏତେଲା ପ୍ରଦାନ କରିଛନ୍ତି ।
ଆଜି ଲିଖିତ ଭାବେ ଏରସମା ବିଡିଓ ଏରସମା ଥାନା ଅଧିକାରୀ ପ୍ରସାନ୍ତ କୁମାର ମାଝି ଙ୍କୁ ଏସମ୍ବୋଧରେ ଲିଖିତ ଅଭି ଯୋଗ ଦେଇଛନ୍ତି । ଲିଖିତ ଅଭି ଯୋଗପରେ ଥାନା ପକ୍ଷରୁ ଖୁବଶିଘ୍ର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବବୋଲି ସୂଚନା ମିଳିଛି ।