Odisha news

ଆଖଣ୍ଡଳମଣିଙ୍କ ମନ୍ଦିର ଗର୍ଭଗୃହରେ ଭକ୍ତଙ୍କ ଅବାଧ ପ୍ରବେଶ : ଅଧିକ ଦକ୍ଷିଣା ପାଇଁ କିଛି ସେବାୟତ କଟକଣାକୁ କଲେ ଫୁ

0

ଆରଡି, ତା୬ା୮ : ରାଜ୍ୟର ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଗର୍ଭଗୃହ ମଧ୍ୟକୁ ଶନିବାର ଭକ୍ତ ଓ ଅଣସେବାୟତଙ୍କ ଅବାଧ ପ୍ରବେଶ ଯୋଗୁ ସକାଳ ନୀତିରେ ବିଳମ୍ବ ଦେଖାଦେଇଥିଲା । ମନ୍ଦିରର ନିୟମ ଅନୁଯାୟୀ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଗର୍ଭଗୃହକୁ ସେବାକାରୀଙ୍କ ବ୍ୟତୀତ ଅନ୍ୟକେହି ପ୍ରବେଶ କରିପାରିବେ ନାହିଁ ବୋଲି ନିୟମ ରହିବା ସହ ସୂଚନା ଫଳକ ଲଗାଯାଇଛି । ହେଲେ କିଛି ସେବାୟତ ଏହି ନିୟମକୁ “ଫୁ” କରି ବଳପୂର୍ବକ ଭାବେ ଅଧିକ ଦକ୍ଷିଣା ପାଇବା ପାଇଁ ଭକ୍ତ ଓ ଅଣସେବାୟତଙ୍କୁ ପ୍ରବେଶ କରାଇବା ସହ ଦୀର୍ଘ ସମୟ ଧରି ପୂଜାର୍ଚ୍ଚନା କରିଥିଲେ । ଏହାକୁ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ବାରଣ କରାଯାଇଥିଲେ ମଧ୍ୟ କିଛି ସେବାୟତ ପ୍ରଶାସନିକ ଅଧିକାରୀଙ୍କୁ ଗାଳିଗୁଲଜ କରିବା ସହ ଜୋର ଜବରଦସ୍ତ ପୁର୍ନବାର ଭକ୍ତଙ୍କ ପ୍ରବେଶ କରିବାରୁ ସକାଳ ନୀତି ପହଡିଖିଆ ଧୂପ ସହ ଜଳାଭିଷେକ ନୀତିରେ ବିଳମ୍ବ ଦେଖା ଦେଇଥିଲା । ଆଉ କିଛି ଭକ୍ତ ଲୁଗା ପିନ୍ଧି ପାଣି କଳସ ଧରି ନେଉଥିବାରୁ କିଛି ସେବାୟତ ବାରଣ କରିବାରୁ ଉଭୟଙ୍କ ମଧ୍ୟରେ କିଛିସମୟ ଧରି ହୋହାଲ୍ଲା ଦେଖାଦେଇଥିଲା । ଏପରିକି ମନ୍ଦିର ପରିଚାଳକ ବାରଣ କରିଥିଲେ ମଧ୍ୟ କେହି ଶୁଣି ନଥିଲେ । ଏପରି ଘଟଣା ସର୍ମ୍ପକରେ ଭଦ୍ରକ ଉପଜିଲାପାଳ ତଥା ମନ୍ଦିର ଟ୍ରଷ୍ଟି ମନୋଜ ପାତ୍ରଙ୍କୁ ଜଣାଯିବା ପରେ ମନ୍ଦିର ନିୟମକୁ ଉଲଂଘନ କରିଥିବା ସେବାୟତଙ୍କ ବିରୋଧରେ ପ୍ରଶାସନ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଯେପରି ଆଗକୁ ଏପରି ବିଶୃଙ୍ଖଳା ନହେବ ସେଥିପାଇଁ ନିୟମକୁ କଡାକଡି କରାଯିବ ବୋଲି କହିଛନ୍ତି ।

Leave A Reply