ପଶ୍ଚିମ ଦେଶ ଗୁଡିକରେ ଆପେଲ ସାଇଡ଼ର ଭିନେଗାର ର ଉପଯୋଗ ଓଜନ କମାଇବାରେ କରା ଯାଇଥାଏ l ଏଥିରେ ଅନେକ ମାତ୍ରାରେ ଏସିଟିକ ଏସିଡ ରହିଛି ଯାହା ବିଶେଷ କରି ଓଜନ ହ୍ରାସ କରିବା ପାଇଁ ବ୍ୟବହାର କରାଯାଇଥାଏ l କିନ୍ତୁ ଏହାକୁ ଖାଲି ପେଟରେ ସେବନ କରିବା ଆବଶ୍ୟକ l ଯାହାର ଅନେକ ଲାଭ ରହିଛି l
– ଯଦି ଆପଣଙ୍କ ଶରୀରର ମେଟାବୋଲିଯିମ ଭଲ ନାହିଁ ତେବେ ଆପଣ ସକାଳେ ଜଳଖିଆ ଖାଇବା ପୂର୍ବରୁ ଆପେଲ ସାଇଡ଼ର ନିହାତି ପିଅନ୍ତୁ l ଏହାଦ୍ୱାରା ଆପଣଙ୍କ ମେଟାବୋଲିଯିମ ଭଲ ରହିବ l ଏହାକୁ ସେବନ କରିବା ଦ୍ୱାରା ଶରୀରରେ ଭଲ ଭୁତାଣୁ ସୃଷ୍ଟି ହୋଇଥାଏ ଓ ଆପଣଙ୍କ ପିଏଚ ବାଲାନ୍ସ ମଧ୍ୟ ଉତ୍ତମ ହୋଇଥାଏ l
– ଆଜିକାଲି ବିଭିନ ଏଣୁତେଣୁ ଜିନିଷ ଖାଇ ଆମର ହଜମ ଶକ୍ତି ଉପରେ ପ୍ରଭାବ ପଡିବା ଦ୍ୱାରା ଡାଇଜେସନ ସମୟରେ ଗ୍ଲୁକୋଜ କୁ ହାଣ୍ଡେଲ କରିବା ପାଇଁ ଥକା ଲାଗିଥାଏ l ଆପେଲ ସାଇଡ଼ର ଭିନେଗାର କାରଣରୁ ଏହି ଗ୍ଲୁକୋଜ ଧାରଣ କରିବା ସହଜ ଅଟେ l
– ଆପେଲ ସାଇଡ଼ର ଭିନେଗାର ଇନ୍ସୁଲିନ ପ୍ରତି ଆମର ସିସିଟିବିଟ ମ୍ୟାନେଜ କରିଥାଏ l ସେଥିପାଇଁ ବ୍ଲଡ଼ ସୁଗାର ସ୍ତରକୁ ମଧ୍ୟ ମ୍ୟାନେଜ କରିଥାଏ l ଯଦି କୌଣସି ବ୍ୟକ୍ତିର ଦ୍ରୁତ ଗତିରେ ଶର୍କରା ସ୍ତର ଶରୀରରେ ବଢୁଛି ସେଥିପାଇଁ ମଧ୍ୟ ଫଳ ପ୍ରଦ l
– ଆପେଲ ସାଇଡ଼ର ଭିନେଗାର ଏସିଡ଼ ହୋଇଥିବା କାରଣରୁ ହଜମ ଶକ୍ତି ବୃଦ୍ଧି କରିଥାଏ l ଏହା ସେହି ଲୋକମାନଙ୍କ ପାଇଁ ହିତକର ଯେଉଁମାନେ ଠିକରେ ଖାଦ୍ୟ ହଜମ କରି ପାରୁ ନାହାନ୍ତି l ଏହାକୁ ଆପଣ ସକାଳୁ ପୀଇବା ଦ୍ୱାରା ଏସିଡ ବାଲାନ୍ସ ହୋଇଥାଏ l
Comments are closed.