Odisha news

କଲାମଙ୍କୁ ଶ୍ରଦ୍ଧାଞ୍ଜଳି ପାଇଁ ୨୦୨୦ କିଲୋର କେକ୍‌

0

ଦିବଂଗତ ପୂର୍ବ ରାଷ୍ଟ୍ରପତି ଡା. ଏପିଜେ ଅବଦୁଲ୍‌ କଲାମଙ୍କୁ ନିଆରା ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ୩୦ଟି ବକେରିର ବିଶେଷଜ୍ଞ ଡା. କଲାମଙ୍କ ଫଟୋ ଥିବା ୨୦୨୦ କିଲୋଗ୍ରାମର ଏସିଆର ସବୁଠୁ ବଡ଼ କେକ୍‌ ତିଆରି କରିଛନ୍ତି । ଏହି କେକ୍‌କୁ ଏସିଆ ବୁକ୍‌ ଅଫ୍‌ ରେକର୍ଡ଼ସରେ ସାମିଲ କରାଯାଇଛି । କଲାମ ୨୦୨୦ରେ ଭାରତକୁ ସୁପରପାୱର କରିବାକୁ ସ୍ୱପ୍ନ ଦେଖିଥିଲେ । ଚେନ୍ନଇର ବାହରି ଇଲାକା କଟ୍‌ଟୁପକମରେ କଲାମଙ୍କ ପୁତୁରା ଏପିଜେ ଶେଖ୍‌ ସଲିମ ଓ ଅନ୍ୟ ପ୍ରତିଷ୍ଠିତ ଲୋକ ଉପସ୍ଥିତ ଥିଲେ । ପ୍ରଥମ ଥର ଏସିଆରେ କଲାମଙ୍କ ଫଟୋ ଥିବା ଏତେ ବଡ଼ କେକ୍‌ ତିଆରି ହୋଇଛି । କେକ୍‌ ୱଲï ଡାଇରେକଫର ଲରେନ୍ସଙ୍କ ନିର୍ଦ୍ଦେଶନାରେ ୨୫/୩୧ ଫୁଟ କେକ୍‌କୁ ୩୦ ଜଣ ବେକର୍‌ ତିଆରି କରିଛନ୍ତି । ଏଥିରେ ୫୦୦ କିଗ୍ରା ମଇଦା, ୬୫୦ କିଗ୍ରା ଚିନି ଓ ୧୬,୦୦୦ ଅଣ୍ଡା ବ୍ୟବହାର କରାଯାଇଛି ।

Leave A Reply