ଇନର ଲାଇନ ପରମିଟ କଣ ? କାହିଁକି ଅରୁଣାଚଳ ପ୍ରଦେଶ ରେ ପ୍ରବେଶ କରିବାରେ ଇନର ଲାଇନ ପରମିଟ ଅବଶ୍ୟକ ? କଣ ଅନ୍ୟ କୌଣସି ରାଜ୍ୟରେ ଲୋକେ ବିନା ଇନର ଲାଇନ ପରମିଟ ବିନା ଯାଇପାରିବେ ନାହିଁ ଅରୁଣାଚଳ ପ୍ରଦେଶ ? ଆସନ୍ତୁ ଆଜି ଜାଣିବା ଇନର ଲାଇନ ପରମିଟ କୁ ନେଇ ସମସ୍ତ ବିବରଣୀ l
ଇନର ଲାଇନ ପରମିଟ ଗୋଟିଏ ପ୍ରକାରର ଅଫିସିଆଲ ପ୍ରମାଣପତ୍ର, ଏହି ପ୍ରମାଣପତ୍ର ସେହି ସଂରକ୍ଷିତ ଅଂଚଳ କୁ ଯାତ୍ରା କୁ ନିୟନ୍ତ୍ରିତ କରିଥାଏ ଯାହାକି ଅନ୍ତରାଷ୍ଟ୍ରୀୟ ସୀମାକୁ ଲାଗି ରହିଛି, ଏବଂ ଏହାକୁ ଅରୁଣାଚଳ ପ୍ରଦେଶ ସରକାରଙ୍କ ନିକଟରୁ ଅନଲାଇନ ରେ ଲାଭ କରିବେ, ଇନର ଲାଇନ ପରମିଟ ପାଇଁ ଡ୍ରାଇଭିଙ୍ଗ ଲାଇସେନ୍ସ ଓ ଆଧାର କାର୍ଡ ଭଳି ପ୍ରମାଣପତ୍ର ର ଆବଶ୍ୟକତା ରହିଥାଏ ଏବଂ ଗୋଟିଏ ପାସପୋର୍ଟ ସାଇଜ ର ଫଟୋ l
* ଇନର ଲାଇନ ପରମିଟ କଣ ?
– ଏହା ଗୋଟିଏ ଅଫିସିଆଲ ପ୍ରମାଣପତ୍ର, ଯାହାକି ଭାରତୀୟ ନାଗରିକ ଙ୍କୁ ଅରୁଣାଚଳ ପ୍ରଦେଶ ରେ ପ୍ରବେଶ ପାଇଁ ଅନୁମତି ଦେଇଥାଏ l
– ଏହି ନିୟମ ୧୮୭୩ ସୀମାନ୍ତ ଅଧିନିୟମ ଅନୁସାରେ ସ୍ଥିର ହୋଇଛି, ଯାହାର ମୂଳ  ଜନଜାତି ଙ୍କୁ ରକ୍ଷା କରିବା ଏବଂ ଭୂମି ଅଧିଗ୍ରହଣ କୁ ରୋକିବା l
* କାହିଁକି ଅରୁଣାଚଳ ପ୍ରଦେଶ ରେ ILP ଜରୁରୀ ଅଟେ ?
– ଅରୁଣାଚଳ ପ୍ରଦେଶ ଭୁଟାନ, ମିଆଁମାର ଓ ଚୀନ ର ସୀମା ସହିତ ସଂଲଗ୍ନ ଅଟେ, ଯେଉଁ କାରଣରୁ ଏହା ଗୋଟିଏ ସମ୍ବେଦନଶୀଳ ରାଜ୍ୟ l
– ଏହି କାରଣରୁ ରାଜ୍ୟ ବାହାରୁ ଆସୁଥିବା ବ୍ୟକ୍ତି ମାନଙ୍କୁ ଅରୁଣାଚଳ ପ୍ରଦେଶ ଯିବାକୁ ହେଲେ ILP ନିହାତି ଆବଶ୍ୟକ , କିନ୍ତୁ ଏହା ଅରୁଣାଚଳ ପ୍ରଦେଶ ର ବ୍ୟକ୍ତିଙ୍କ ପାଇଁ ଲାଗୁ ନୁହେଁ l
* କିପରି ଲାଭ କରିବେ ILP ? –
– ଆପଣ ଅନଲାଇନ ରେ ଅରୁଣାଚଳ ପ୍ରଦେଶ ଇନର ଲାଇନ ପରମିଟ ମ୍ୟାନେଜମେଣ୍ଟ ସିଷ୍ଟମ ର ଅଫିସିଆଲ ୱେବସାଇଡ ରୁ ଅନଲାଇନ ରେ ILP ଲାଭ କରିପାରିବେ l
– ନଚେତ ଅରୁଣାଚଳ ପ୍ରଦେଶ ସରକାର ଙ୍କ ଅଧୀନରେ ଥିବା କାର୍ଯ୍ୟାଳୟ ରୁ ମଧ୍ୟ ଉପଯୁକ୍ତ ପ୍ରମାଣପତ୍ର ଦେଇ ଲାଭ କରିପାରିବେ l
* ILP ପାଇଁ କଣ ରହିଛି ଆବଶ୍ୟକ ପ୍ରମାଣପତ୍ର ?
– ଆପଣ ILP ଆବେଦନ କରିବା ପାଇଁ ଡ୍ରାଇଭିଙ୍ଗ ଲାଇସେନ୍ସ, ପାସପୋର୍ଟ , ରାସନ କାର୍ଡ, ଭୋଟର ଆଇଡି କିମ୍ବା ଆଧାର କାର୍ଡ ଆବଶ୍ୟକ, ଯାହା ଭାରତ ସରକାର ଙ୍କ ଅଧୀନରେ ଥିବ l ଏବଂ ଗୋଟିଏ ପାସପୋର୍ଟ ସାଇଜ ଫଟୋ କପି l
– ଏଥିପାଇଁ କିଛିଟା ବିଶେଷ ଶୁଳ୍କ ଦେବାକୁ ପଡିଥାଏ, ସେଥିପାଇଁ ୩୦ ଦିନକୁ ୧୦୦ ଟଙ୍କା ପ୍ରତି ବ୍ୟକ୍ତିଙ୍କୁ ପୈଠ କରିବାକୁ ପଡିଥାଏ l
 
						 
			 
						