ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲାରୁ ୧୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବଅଁରପାଳ ବ୍ଲକ ଅଚଂଳରୁ ୫ ଜଣ, କଣିହାଁ ବ୍ଲକ ଅଚଂଳରୁ ୩ ଜଣ ଓ ଛେଣ୍ଡିପଦା ବ୍ଲକ ଅଚଂଳରୁ ୨ ଜଣ ଚିହ୍ନଟ ହୋଇଛନ୍ତି । ବଅଁରପାଳ ବ୍ଲକ ଅଚଂଳର ଏକଶିଳ୍ପ ସଂସ୍ଥାରୁ ୫ ଜଣଙ୍କ ମଧ୍ୟରେ ୪ ଜଣ ପୁରୁଷ ଯାହାଙ୍କ ବୟସ ଯଥାକ୍ରମେ ୩୦, ୩୩, ୩୭, ଓ୬୩ ବର୍ଷ ଏବଂ ଜଣେ ମହିଳାଙ୍କ ବୟସ ୨୫ ବର୍ଷ ଅଟେ । ଏମାନଙ୍କ ମଧ୍ୟରୁ୩୭ ବର୍ଷୀୟ ପୁରୁଷ ଏବଂ ୨୫ ବର୍ଷୀୟା ମହିଳା ପଶ୍ଚିମବଙ୍ଗରୁ ଫେରି ହୋମ କ୍ୱାରେଟାଂଇନରେ ଥିଲେ । ୩୦, ୩୩ ଓ ୬୩ ବର୍ଷୀୟ ପୁରୁଷ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
କଣିହାଁ ବ୍ଲକ ଅଚଂଳର ଏକ ଶିଳ୍ପାଚଂଳର ୩ ଜଣଙ୍କ ମଧ୍ୟରୁ ୨ ଜଣ ପୁରୁଷ ବୟସ ଯଥାକ୍ରମେ ୩୨ ଓ୨୯ ବର୍ଷ ଏବଂ ଜଣେ ମହିଳାଙ୍କ ବୟସ ୨୬ ବର୍ଷ ଅଟେ । ଏମାନେ ସମସ୍ତେ ତେଲେଙ୍ଗାନାରୁ ଫେରି ହୋମ କ୍ୱାରେଟାଂଇନରେ ଥିବା ଅବସ୍ଥାରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଛେଣ୍ଡିପଦା ବ୍ଲକ ଅଚଂଳରୁ ୨ ଜଣ କରୋନା ପଜିଟିଭ୍ଙ୍କ ମଧ୍ୟରେ ଜଣେ ୪୫ ବର୍ଷୀୟ ପୁରୁଷ କେଉଁଝରରୁ ଫେରିଥିବା ବେଳେ ଅନ୍ୟ ଜଣେ ୭୫ ବର୍ଷୀୟ ପୁରୁଷ ଭୁବନେଶ୍ୱର ସ୍ଥିତ ଏକଘରୋଇ ଚିକିତ୍ସାଳୟରେ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ନିଜ ଘରେ ଆଇସୋଲେଶନ ରେ ରହିଛନ୍ତି । ୯ ଜଣ ଆକ୍ରାନ୍ତଙ୍କୁ ଆଜି ଚିକିତ୍ସା ନିମନ୍ତେ ତାଳଚେର କୋଭିଡ୍ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ଜିଲ୍ଲାପାଳ ମନେ୍ଧକ୍ସ କୁମାର ମହାନ୍ତି ପ୍ରକାଶ କରିଛନ୍ତି । ଇତି ମଧ୍ୟରେ ୬ ଜଣ ସୁସ୍ଥ ହୋଇଛନ୍ତି । ପୂର୍ବରୁ ସୁସ୍ଥ ହୋଇଥିବା ୨୬୧ ଜଣଙ୍କୁ ମିଶାଇ ସୁସ୍ଥଙ୍କ ସଂଖ୍ୟା ୨୬୭ରେ ପହଁଚିଲାଣି ।