Odisha news

ମରାମତି ହେଉନି ଜାତୀୟ ରାଜପଥ : ଦୁଇ ଦିନ ବର୍ଷାରେ ରାଜପଥରେ ଆଣ୍ଠୁଏ ଲେଖାଏଁ ପାଣି

0

ଅନୁଗୁଳ: ଚଳିତ ବର୍ଷ ଅନୁଗୁଳରେ ସ୍ୱଳ୍ପ ବୃଷ୍ଟି ହୋଇ ଚାଷ ଉଜୁଡି ଯାଇଥିବା ବେଳେ ଗତ ଦୁଇ ଦିନ ଧରି ଆରମ୍ଭ ହୋଇଥିବା ଲଘୁଚାପ ଜନିତ ଲଗାଣ ବର୍ଷାରେ ଅନୁଗୁଳ ଆରଟିଓ ଅଫିସ ଠାରୁ ବଅଁରପାଳ ପର୍ଯ୍ୟନ୍ତ ୫୫ ନଂ ଜାତୀୟ ରାଜପଥରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମା ହୋଇ ପୋଖରୀର ଭ୍ରମ ସୃଷ୍ଟି କରୁଥିବା ଦେଖାଦେଇଛି । ଚାରି ଲାଇନ ରାଜପଥ କାର୍ଯ୍ୟ ଯୋଗୁଁ ଅନୁଗୁଳ ସହର ଦେଇ ବଅର୍ରପାଳ ପର୍ଯ୍ୟନ୍ତ ଯାଇଥିବା ୫୫ ନଂ ଜାତୀୟ ରାଜପଥ ଠିକ୍ରୂପେ ମରାମତି ନ ହେଉଥିବାରୁ ସମ୍ପୃକ୍ତ ରାସ୍ତାରେ ଆଣ୍ଠୁଏ ଲେଖା ଗାତ ସୃଷ୍ଟି ହୋଇଛି । ଲଘୁଚାପ ବର୍ଷା ଯୋଗୁଁ ସେହି ଗାତରେ ପାଣି ଭର୍ତି ହୋଇଯାଉଛି ।

ଫଳରେ ଜନ ସାଧାରଣଙ୍କ ସମେତ ଗାଡି ମୋଟର ଯାତାୟାତରେ ବାଧା ସୃଷ୍ଟି ହେବା ସହ ଦୁଇ ଦିନ ଭିତରେ ପ୍ରାୟ ୨୦ରୁ ଅଧିକ ଦୁର୍ଘଟଣା ହେଲାଣି । ୫୫ ନଂ ଜାତୀୟ ରାଜପଥର ଫୋର ଲେନ କାମ ଆରମ୍ଭ ହେବା ଦିନ ଠାରୁ ମୂଷାପାପୁଲି ଗ୍ରାମ ଠାରେ ଥିବା ଅନୁଗୁଳ ଆଚଂଳିକ ପରିବହନ କାର୍ଯ୍ୟାଳୟ ଠାରୁ ଅନୁଗୁଳ ସହର ଦେଇ ବଅଁରପାଳ ପର୍ଯ୍ୟନ୍ତ ଯାଇଥିବା ୫୫ ନଂ ଜାତୀୟ ରାଜପଥରେ ପ୍ରାୟ ୩ ବର୍ଷ ହେଲାଣି ସଠିକ୍ ରୂପେ ମରାମତି କରାଯାଉ ନାହିଁ । ଯେଉଁ ମରାମତି ହେଉଛି ତାହା ଅତି ନିମ୍ନମାନର ଓ ସେ କାମ କେବଳ ଧର୍ମକୁ ଆଖିଠାର ସଦୃଶ୍ୟ ହୋଇଛି ।

ବିଶେଷ କରି ପରିବହନ କାର୍ଯ୍ୟାଳୟ ଠାରୁ ହୁଲୁରିସିଂହା ବ୍ରିଜ ପର୍ଯ୍ୟନ୍ତ, ବଜାର ଛକ ଠାରୁ ଜିଲ୍ଲା କୋର୍ଟ ପର୍ଯ୍ୟନ୍ତ, ତୁରଙ୍ଗ ଛକ ଠାରୁ ନାଲକୋ ଟାଉନସିପ ଛକ ପର୍ଯ୍ୟନ୍ତ ଓ ଏଫସିଆଇ ଛକ ଠାରୁ ବଅଁରପାଳ ପର୍ଯ୍ୟନ୍ତ ରାସ୍ତା ଅତି ଶୋଚନୀୟ ହୋଇପଡିଛି । ଜିଲ୍ଲାପାଳଙ୍କ କଠୋର ନିଦେ୍ର୍ଦଶ ପରେ ଜାତୀୟ ରାଜପଥ ବିଭାଗ ଲୋକ ଦେଖାଣିଆ ଭାବେ ଅତି ନିମ୍ନମାନର ରାସ୍ତା ମରାମତି କରୁଛନ୍ତି । ଯାହାକି ୧୫ ଦିନ ମଧ୍ୟରେ ପିଚୁ ଉଠିଯାଇ ଗର୍ତ ସୃଷ୍ଟି ହେଉଛି । ଯାହା ଦ୍ୱାରା ଭାରିଯାନ ଚଳାଚଳରେ ବାଧା ସୃଷ୍ଟି ହେବା ସହ ସବୁଠାରୁ ବେଶି କଷ୍ଟ ହେଉଛି ଦୁଇ ଚକିଆ ଆରୋହୀ ଗଲାବେଳେ ।

ରାସ୍ତାର ଖାଲରେ ଭର୍ତି ହୋଇଥିବା ପାରିରେ ଯଦି କେହି ବାଇକ କିମ୍ବା ସ୍କୁଟି ପୁରାଇ ଦେଲା ତେବେ ଖାଲ ଏତେ ବଡ ଯେ ଭାରସାମ୍ୟ ହରାଇ ତଳେ ପଡିଯିବପାର ଦେଖିବାକୁ ମିଳୁଛି । ରାତିର ବଷାରେ ଖାଲ ସୃଷ୍ଟି ହେବା ପରେ ପୁଣି ସେହି ସ୍ଥାନରେ ଠିକାସଂସ୍ଥା ପକ୍ଷରୁ କ୍ରସର ଗୁଣ୍ଡମିଶା ମେଟାଲ ଭର୍ତି କରିଦେଇ ତା ଉପରେ ସାମାନ୍ୟ ପିଚୁର ଆସ୍ତର କରାଯାଉଛି । ପୁଣି ଆଉଥରେ ଲଘୁଚାପ ଲଗାଣ ବର୍ଷା ହେଲେ ଧୋଇନେଇ ଆଣ୍ଠୁଏ ଆଣ୍ଠୁଏ ଖାଲ ହୋଇଯାଇଛି । ଏହା ଏବେ ଯେମିତି ଏକ ନିତିଦିନିଆ ଘଟଣା ହୋଇଗଲାଣି । ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିପ୍ରତି ସ୍ପତନ୍ତ୍ର ଦୃଷ୍ଟି ଦିଆଯାଇ ୫୫ ନଂ ଜାତୀୟ ରାଜପଥକୁ ମଜଭୁତ ଭାବେ ମରାମତି କଲେ ବର୍ଷାରେ ଧୋଇ ନ ହୋଇ ସାଧାରଣ ଲୋକଙ୍କ ଯାତାୟାତରେ ସୁବିଧା ହେବ ।

IEC 2 years
Leave A Reply