ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଗଡ଼ିଆ ସଜରାସାହିରେ ବୁଧବାର ଜଣେ ଯୁବକ କଟୁରୀରେ ହାଣି ପଡୋଶୀ ମହିଳାଙ୍କୁ ହତ୍ୟା କରିଥିବା ଜଣାଯାଇଛି । ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ । ପୁଲିସ ସୂତ୍ରରୁ ପ୍ରକାଶ ଯେ, ବୁଧବାର ମଧ୍ୟାହ୍ନ ବେଳେ ସଜରାସାହିର ଶମ୍ଭୁନାଥ ସାହୁ ନାମକ ଜଣେ ଯୁବକ ଏକ କଟୁରୀ ଧରି ସାହିରେ ବୁଲିବା ସହ ପଡୋଶୀ ଘରର କିଛି ମହିଳାଙ୍କ ସହ ପାଟିତୁଣ୍ଡ କରୁଥିଲେ । ପଡିଶା ଘର ରେବତୀ ସାହୁ ନାମକ ଜଣେ ମହିଳା ତାଙ୍କ ଝିଅ ମାନଙ୍କ ସହ ବସି ଘର ଭିତରେ ବିଡ଼ି ତିଆରି କରୁଥିବା ବେଳେ ହଠାତ୍ ଶମ୍ଭୁନାଥ ସେଠାରେ ପହଁଚି ରେବତୀଙ୍କୁ ପାଟିତୁଣ୍ଡ କରିଥିଲା ।
ଉଭୟଙ୍କ ମଧ୍ୟରେ ସାମାନ୍ୟ ଉଚବାଚ ହେବା ବେଳେ ଶମ୍ଭୁ କଟୁରୀ ଧରି ରେବତୀଙ୍କୁ ମାରି ଗୋଡ଼ାଇ ଥିଲା । ରେବତୀ ଦୋ÷ଡ଼ି ପଳାଇବା ସମୟରେ ଶମ୍ଭୁନାଥ ତାଙ୍କ ତଟିଂକୁ ହାଣି ଦେଇଥିଲା । ଫଳରେ ଘଟଣା ସ୍ଥଳରେ ରେବତୀଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇ ବାଗଡ଼ିଆ ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଁଚିବା ବେଳକୁ ଶମ୍ଭୁ ଫେରାର ହୋଇ ଯିବାକୁ ଚେଷ୍ଟା କରିଥିଲା । ଫାଣ୍ଡି ଅଧିକାରୀ ଦୋ÷ଡ଼ି ଦୋ÷ଡ଼ି ଶମ୍ଭୁନାଥଙ୍କୁ କାବୁ କରିବା ସହ ଘଟଣାର ତଦନ୍ତ କରୁଛନ୍ତି ।
