Odisha news

ଅନୁଗୁଳରୁ ପୁଣି ୨୫ ଜଣ କରୋନା ପଜିଟିଭ୍ ଚିହ୍ନଟ ପଜିଟିଭ୍ ସଂଖ୍ୟା ପହଁଚିଲା ୧୮୯

0

ଅନୁଗୁଳ: ରବିବାର ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୨୫ ଜଣ କରୋନା ପଜିଟିଭ୍ ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ତାଳଚେର ପୋ÷ରାଚଂଳରୁ ୧୨ ଜଣ, ତାଳଚେର ବ୍ଲକରୁ ୮ ଜଣ, ଅନୁଗୁଳ ପୋରାଚଂଳରୁ ୩ ଜଣ, ବଅଁରପାଳ ବ୍ଲକ ଶିଳ୍ପସଂସ୍ଥାରୁ ଜରେ, ଓ ଛେଣ୍ଡିପଦା ବ୍ଲକ ଅଚଂଳରୁ ଜଣେ ଚିହ୍ନଟ ହୋଇଛନ୍ତି । ତାଳଚେର ପୋରାଚଂଳର ୧୨ ଜଣ ପଜିଟିଭଙ୍କ ମଧ୍ୟରୁ ଜଣେ ୨୨ ବର୍ଷୀୟ ଗଂଜାମ ଫେରନ୍ତା ଯୁବକ ଏବଂ ତାଙ୍କ ସଂସ୍ପର୍ଶରେ ଆସିଥିବା ତାଙ୍କର ସମ୍ପର୍କୀୟ ଗୋଟିଏ ପରିବାରର ୪ ଜଣ ସଦସ୍ୟ ଅଟନ୍ତି । ଏହି ୪ ଜଣ ସଦସ୍ୟଙ୍କ ମଧ୍ୟରେ ୨ ଜଣ ପୁରୁଷ ଯାହାଙ୍କ ବୟସ ୬୨ ଓ ୩୪ ବର୍ଷ ହୋଇଥିବା ବେଳେ ୨ ଜଣ ମହିଳାଙ୍କ ବୟସ ୫୨ ଓ୨୫ ବର୍ଷ ଅଟେ ।

ସେମାନେ ସମସ୍ତେ ପୋ÷ରାଚଂଳର ଏକ ଅସ୍ଥାୟୀ ମେଡିକାଲ ଶିବିରରେ ସଙ୍ଗରୋଧରେ ଥିଲେ । ସେହିପରି ଏହି ପୋ÷ରାଚଂଳର ଜଣେ ୩୨ ବର୍ଷୀୟ ପାରାଦୀପ ଫେରନ୍ତା ପୁରୁଷ ଓ ଅନ୍ୟ ୪ ଜଣ ପୁରୁଷ ଯାହାଙ୍କ ବୟସ ୩୭, ୩୫,୩୧ ଓ ୪୦ ବର୍ଷ ବୟସ ଅଟେ । ସେମାନେ ମଧ୍ୟ ସେହି ଅସ୍ଥାୟୀ ମେଡିକାଲ ଶିବିରରେ ସଙ୍ଗରୋଧରେ ଥିଲେ । ଭୁବନେଶ୍ୱରରେ ରହୁଥିବା ତାଳଚେର ପୋ÷ରାଚଂଳର ଜଣେ ୨୬ ବର୍ଷୀୟା ମହିଳାଙ୍କର ମଧ୍ୟ ପଜିଟିଭ ବାହାରିଛି । ତାଳଚେର ବ୍ଲକ ଅଚଂଳର ୮ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ ପୁରୁଷ ଓ ୪ ଜଣ ମହିଳା ଅଟନ୍ତି । ସେମାନଙ୍କ ମଧ୍ୟରେ ଗୋଟିଏ ପରିବାରର ୩ ଜଣଙ୍କ ମଧ୍ୟରେ ୨ ଜଣ ପୁରୁଷ ଯାହାଙ୍କର ବୟସ ୫୨ ଓ୨୨ ବର୍ଷ ହୋଇଥିବା ବେଳେ ମହିଳା ଜଣଙ୍କର ବୟସ ୪୬ ବର୍ଷ । ଯେଉଁମାନେକି ଗଂଜାମରୁ ଫେରି ହୋମ କ୍ୱାରେଟାଂଇନରେ ଥିଲେ ।

ସେହିପରି ହୋମ କ୍ୱାରେଟାଂଇନରେ ଥିବା ଜଣେ ୬୫ ବର୍ଷୀୟା ମହିଳା ଓ ଜଣେ ୨୪ ବର୍ଷୀୟ ପୁରୁଷ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ଛଡା ଜଣେ ୩୨ ବର୍ଷୀୟା ମହିଳା ଓ ଅନ୍ୟ ଏକ ପରିବାରର ଜଣେ ୨୬ ବର୍ଷୀୟା ମହିଳା ଓ ଜଣେ ୮ ବର୍ଷର ବାଳକ ବିହାରରୁ ଫେରି ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନୁଗୁଳ ପୋରାଚଂଳରୁ ଗୋଟିଏ ପରିବାରର ୩ ଜଣ ଯାହାଙ୍କ ବୟସ ୩୪ ବର୍ଷୀୟ ପୁରୁଷ, ୩୦ ବର୍ଷୀୟା ମହିଳା ଏବଂ ୫ ବର୍ଷୀୟା ଝିଅ ପଜିଟିଭ ଚିହ୍ନଟ ହୋଇଛନ୍ତି । ବଅଁରପାଳ ବ୍ଲକର ଏକଶିଳ୍ପସଂସ୍ଥା ଅଚଂଳର ଜଣେ ୧୫ ବର୍ଷୀୟା ଝିଅ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଛେଣ୍ଡିପଦା ବ୍ଲକ ଅଚଂଳର ଜଣେ ୪୦ ବର୍ଷୀୟ ହାଲୁକା ଲକ୍ଷଣଯୁକ୍ତ ପୁରୁଷ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ସମସ୍ତ ୨୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨୪ ଜଣଙ୍କୁ ତାଳଚେର କୋଭିଡ୍ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତରିତ କରାଯାଉଛି ବୋଲି ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି ।

ଏହି ୨୫ ଜଣ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ବର୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୯ ରେ ପହଁଚିଛି । ଜିଲ୍ଲା ପ୍ରଶାସନ ତରଫରୁ ଯେଉଁ ଅଚଂଳରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେ ଅଚଂଳକୁ ବିଶୋଧନ କରାଯିବା ସହ କଟାଂକ୍ଟଟ୍ରେସିଂ ଚାଲୁ ରହିଛି । ଲୋକମାନେ ଆତଙ୍କିତ ନହୋଇ ସତର୍କତା ଅବଲମ୍ବନ ପୂର୍ବକ ସାମାଜିକ ଦୂରତା ବଜାୟ ରଖିବା ଓ ମାସ୍କ ପିନ୍ଧି ନିଜେ ସୁରକ୍ଷିତ ରହିବା ଏବଂ ଅନ୍ୟକୁ ସରକ୍ଷିତ ରହିବାରେ ସହାୟତା କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ପ୍ରକାଶ ଥାଉକି ସରକାରଙ୍କ ଦ୍ୱାରା ଜିଲ୍ଲାକୁ ୧୫୦ଟି ଆଟିଂଜେନ କିଟ୍ ଦିଆଯାଇଛି । ଯ ଦ୍ୱାରା ଚଳିତ ମାସ ୧୬ ତାରିଖରୁ ଆଜି ପର୍ଯ୍ୟନ୍ତ ୧୦୪ଟି କିଟ ପରୀକ୍ଷା କରାଯାଇଛି । ଆଜି ପରୀକ୍ଷା ହୋଇଥିବା ୪୦ଟି କିଟ ମାଧ୍ୟମରେ ଅନୁଗୁଳ ପୋ÷ରାଚଂଳରୁ ୩ ଜଣ ଓ ବଅଁରପାଳ ଶିଳ୍ପାଚଂଳରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି ।

Leave A Reply