ବର୍ତମାନ ଭାରତର ଦିଗ୍ଗଜ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଙ୍କ ସାନପୁଅ ଅନନ୍ତ ଅମ୍ବାନୀ ୧୪୦ କିଲୋମିଟର ପଦଯାତ୍ରା ଆରମ୍ଭ କରିଛନ୍ତି, ସେ ଏହି ପଦଯାତ୍ରା ମାର୍ଚ୍ଚ ୨୮ ତାରିଖ ରେ ଆରମ୍ଭ କରିଛନ୍ତି l ସେ ଏହି ପଦଯାତ୍ରା ଜାମନଗର ର ମୋତୀ ଖାବଡୀ ରୁ ଆରମ୍ଭ କରିଛନ୍ତି, ଆଜି ଏପ୍ରିଲ ୨ତାରିଖ ରେ ତାଙ୍କର ପଦଯାତ୍ରା ୬ ଦିନ ପୁର୍ଣ ହୋଇଛି l ଜାତୀୟ ଗଣମାଧ୍ୟମ ର ରିପୋର୍ଟ ଅନୁସାରେ ଅନନ୍ତ ଅମ୍ବାନୀ ନିଜ ୬ଦିନ ର ପଦଯାତ୍ରାରେ ପାଖାପାଖି ୬୦ କିଲୋମିଟର ଯାତ୍ରା କରି ସାରିଲେଣି l
ଅନନ୍ତ ଅମ୍ବାନୀ ନିଜ ଯାତ୍ରା ସମୟ ରେ ଦେଖିଥିଲେ ଯେ କୁକୁଡ଼ା ଭର୍ତି ହୋଇଥିବା ଗୋଟିଏ ଗାଡି ଯାଉଛି, ଏବଂ ସେ ଗାଡି ବାଲାକୁ ଅଟକାଇଥିଲେ ଏବଂ ଯେତେ ଗୁଡିଏ କୁକୁଡ଼ା କଟା ହେବାକୁ ଯାଉଥିଲା ସେ ସବୁକୁ ଉଦ୍ଧାର କରିଥିଲେ l ଏବଂ ସେ ନିଜ କର୍ମଚାରୀ ମାନଙ୍କୁ କହିଥିଲେ ଯେ ଗାଡି ବାଲାକୁ ଏହାର ଦୁଇଗୁଣ ମୂଲ୍ୟ ଦେଇଦିଅ l ଯାହାଦ୍ୱାରା ତାର କିଛି କ୍ଷତି ନହେଉ l
ଦୈନିକ ଭାସ୍କର ରିପୋର୍ଟ ଅନୁସାରେ ଅନନ୍ତ ଅମ୍ବାନୀ ଙ୍କ ସହିତ ଏହି ପଦଯାତ୍ରା ରେ ତାଙ୍କ ବନ୍ଧୁ ମାନଙ୍କ ବ୍ୟତୀତ ହଜାର ହଜାର ସଂଖ୍ୟାରେ ବ୍ରାହ୍ମଣ ସାମିଲ ହୋଇଛନ୍ତି l ଯାତ୍ରାରେ ସାମିଲ ହୋଇଥିବା ବ୍ୟକ୍ତି ମାନେ ଜୟ ଦ୍ୱାରିକାଧିଶ ଧ୍ୱନି ଦେଉଛନ୍ତି l ଅପ୍ରେଲ ୧୦ ତାରିଖ ରେ ଅନନ୍ତ ଅମ୍ବାନୀ ନିଜର ୩୦ତମ ଜନ୍ମ ଦିନ ଦ୍ୱାରିକା ରେ ପାଳନ କରିବେ l