Odisha news

ଫାପୁଡିଆ ନାଳ ସେତୁର ଭିତ୍ତିପ୍ରସ୍ତର ସ୍ଥାପନ

0

ଆନନ୍ଦପୁର : ଘଷିପୁରା ବ୍ଲକ ଅନ୍ତର୍ଗତ ସରେଇଠାରେ ବହୁ ପୂର୍ବରୁ ଦାବି ହେଉଥିବା ଫାପୁଡିଆ ନାଳ ଉପରେ ଏକ ନୂତନ ସେତୁ ନିର୍ମାଣ ନିମନ୍ତେ ସ୍ଥାନୀୟ ବିଧାୟକ ପ୍ରଫେସର ବଦ୍ରିନାରାୟଣ ପାତ୍ରଙ୍କ ଉଦ୍ୟମରେ ନୂତନ ସେତୁର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି। ଆନନ୍ଦପୁର ପୂର୍ତ୍ତ ବିଭାଗ ଅଧିନସ୍ଥ କାର୍ଯ୍ୟ କ୍ରମରେ ଘଷିପୁରା ବିଧାୟକ ପ୍ରଫେସର ବଦ୍ରିନାରାୟଣ ପାତ୍ର ଓ ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ ଯୋଗଦେଇଥିଲେ।ଏକବର୍ଷର ମଧ୍ୟରେ ଉକ୍ତ ସେତୁର କାର୍ଯ୍ୟକୁ  ଶେଷକରିବାକୁ ନିଦ୍ଧେର୍ଶ ଦେଇଥିଲେ। ସୂଚନାଯୋଗ୍ୟ ଏହି ପୋଲ ବର୍ଷା ଋତୁରେ ପ୍ରବଳ ପାଣି ସୁଅରେ ଭାଙ୍ଗିଯାଇଥିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଗମନାଗମନ ପାଇଁ ଅସୁବିଧାରେ ସମୂଖିନ ହେଉଥିଲେ। ଏହି ଅସୁବିଧାକୁ ସବୁଦିନ ପାଇଁ ଦୂର କରିବାକୁ ଘଷିପୁରା ବିଧାୟକ ଶ୍ରୀ ପାତ୍ର ଉକ୍ତ କାର୍ଯ୍ୟପାଇଁ ୩ କୋଟି ୫୪ଲକ୍ଷ ଅର୍ଥ ମଞ୍ଜୁର କରିବାରେ ସଫଳ ହୋଇଥିଲେ ।ଏହା ଯୋଗୁଁ ସ୍ଥାନୀୟ ଲୋକେ ବହୁ ଦିନର ସମସ୍ୟା ଦୂର ହୋଇଥିବାରୁ ଶ୍ରୀ ପାତ୍ରଙ୍କ ପ୍ରତି ସନ୍ତୋଷ ପ୍ରକାଶ କରିଥିଲେ।

Ad2
Leave A Reply