ରାମଚନ୍ଦ୍ରପୁର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ, ଭଦ୍ରକ କୁ ହରାଇ ରେଲୱେ ଖୋର୍ଦ୍ଧା ଓ କଟକ କୁ ହରାଇ ଭୁବନେଶ୍ୱର ବିଜୟୀ
ଆନନ୍ଦପୁର ସବ୍ୟୁ ଘଷିପୁରା ବ୍ଲକ ରାମଚନ୍ଦ୍ରପୁର ସ୍ଥିତ ବାବା ରାମେଶ୍ୱର ଷ୍ଟାଡିଅମ ଠାରେ ପ୍ରଥମ ବାର୍ଷିକ ସର୍ବଭାରତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଆୟୋଜନ କରାଯାଇଛି। ରାମେଶ୍ୱର ଆଞ୍ଚଳିକ ଯୁବକ ସଂଘ ଦ୍ୱାରା ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ କୁ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ , ସମ୍ମାନୀତ ଅତିଥି ଭାବେ କେନ୍ଦୁଝର ଜିଲ୍ଲା ସାଧାରଣ ସମ୍ପାଦକ ଦେବାଶିଷ ପାତ୍ର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅକ୍ଷୟ କୁମାର ସାହୁ, ସମାଜସେବୀ ମଦନମୋହନ ସାହୁ, ତରୁଆ ପଞ୍ଚାୟତ ସରପଞ୍ଚ ବଳରାମ ବେହେରା, ସାଇଁକୁଳ ସରପଞ୍ଚ ବିଭାଷ ନାୟକ ଯୋଗଦେଇ ଖେଳ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି।
ରାଜ୍ୟ ବାହାର ର ତିନୋଟି ଦଳ ସମେତ ରାଜ୍ୟର୫ ଟି ଦଳ କୁ ନେଇ ଏହି ପ୍ରତିଯୋଗିତା ର ଆୟୋଜନ କରାଯାଇଛି। ଉଦଘାଟନୀ ମ୍ୟାଚ ୟୁନିକ ଏକାଦଶ ଭଦ୍ରକ ଓ ଖୋର୍ଦ୍ଧା ରେଲୱେ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ନିର୍ଧାରିତ ୧୮ ଓଭର ରେ ୟୁନିକ ଏକାଦଶ ଭଦ୍ରକ ୯ ୱିକେଟ ହରାଇ ୧୫୯ ରନ୍ ସଂଗ୍ରହ କରି ଥିଲା ବେଳେ ଖୋର୍ଦ୍ଧା ରେଲୱେ ୧୫.୪ ଓଭର ରେ ୧୬୧ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲେ। ଦ୍ଵିତୀୟ ମ୍ୟାଚ ରେ ନିର୍ଧାରିତ ୧୫ ଓଭର ରେ ରାଇଜିଙ୍ଗ୍ ଷ୍ଟୁଡେଣ୍ଟ୍ କଟକ ୯ ୱିକେଟ ହରାଇ ୧୧୧ ରନ୍ ସଂଗ୍ରହ କରିଥିଲା ବେଳେ ଏହାର ଜବାବରେ ସାଇ ଏକାଦଶ ଭୁବନେଶ୍ୱର ମାତ୍ର ୧୧.୨ ଓଭର ରେ ୧୧୩ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲେ। ବିଜୟ କୁମାର ଜେନା ଓ ରମେଶ ମହାରଣା ଖେଳ ପରିଚାଳନା କରିଥିଲେ। ସ୍କୋରର ସୁଶୀଲ କୁମାର ସୁନ୍ଦରରାଏ ଓ ଧାରା ବିବରଣୀ ବିପିନ୍ ଜେନା ପ୍ରଦାନ କରିଥିଲେ।
ମ୍ୟାଚ ଆସନ୍ତା ୨୬ ତାରିଖରେ ଶେଷ ହେଉଥିବା ବେଳେ ଚମ୍ପିୟାନ ଦଳ କୁ ଟ୍ରଫି ସହିତ୬୦ହଜାର ଟଙ୍କା ଓ ରନର୍ସଅପ କୁ ୪୦ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ। ଗ୍ରାମାଞ୍ଚଳରେ କ୍ରିକେଟର ପ୍ରଚାର ଓ ପ୍ରସାର ନିମନ୍ତେ ଏହି ଆୟୋଜନ ସହାୟକ ହେବ ବୋଲି ରାମେଶ୍ଵର ଆଞ୍ଚଳିକ ଯୁବକ ସଂଘ ର ସଭାପତି ପ୍ରଦିପ କୁମାର ସାହୁ କହିଛନ୍ତି। ଏହି ଖେଳ କୁ ଆଞ୍ଚଳିକ ଯୁବକ ସଂଘ ର ଜୟକୃଷ୍ଣ ବଳ,ରବିନ୍ଦ୍ର ସ୍ବାଇଁ, ଅଚ୍ୟୁତାନନ୍ଦ ଜେନା, ପ୍ରଦିପ ସ୍ୱାଇଁ,ବିଜୟ ସାହୁ, ଅକ୍ଷୟ ରାଉତ, କଳ୍ପତରୁ ନାଥ, ଅଭିଜିତ ଜେନା, ହେମନ୍ତ ଜେନା ଙ୍କସହ ସମସ୍ତ ସଦସ୍ୟ ଖେଳ ପରିଚାଳନା ରେ ସହଯୋଗ କରିଥିଲେ