ତାଳଚେର ତା ୨୩/୦୧ ସିଏସ୍ଆର୍ ଅର୍ଥରୁ ପ୍ରାୟ ୫ଶହକୋଟି ଟଙ୍କା ବିନିମୟରେ ତାଳଚେର ଘଂଟପଡ଼ାଠାରେ ନିର୍ମାଣ ହୋଇଥିବା ମେଡ଼ିକାଲ କଲେଜ୍ ହାଇଟେକ୍ ହାତକୁ ଯିବାନେଇ କୁହାଯାଉଛି । କୁଆଡ଼େ ଏଥିନେଇ ଟେଣ୍ଡର ପ୍ରକ୍ରିୟା ସରିଯାଇଛି । ମାତ୍ର ପଂଚାୟତ ନିର୍ବାଚନର କଟକଣାକୁ ନେଇ ଘୋଷଣା ହେବା କଥା ବାକି ରହିଥିବା ଚର୍ଚ୍ଚା ପରିସର ମଧ୍ୟକୁ ଆସିଛି ।
ତାଳଚେର ଏକ ଖଣିଖାଦାନ ଅଂଚଳ ହୋଇଥିବାରୁ ଏଠାରେ ଜଳ, ସ୍ଥଳ, ଆକାଶ ପ୍ରଦ୍ୟୁଷିତ । ଏଠିକାର ଅଂଚଳବାସୀ ଏଥିପାଇଁ ବିଭିନ୍ନ ମାରାତ୍ମକ ରୋଗର ଶୀକାର ହୋଇ ଚିକିତ୍ସା ପାଇଁ ବାହାରକୁ ଯାଇ ବହୁ ଅର୍ଥବ୍ୟୟ କରିଥାନ୍ତି ଏବଂ ସେଥି ମଧ୍ୟରୁ କିଏ ଆରପୁରକୁ ଚାଲିଯାଇଛନ୍ତି ତ ଆଉ କିଏ ଜୀବନ ସହ ସଂଗ୍ରାମ ଚଲାଇଥାନ୍ତି । ଏହାକୁ ନେଇ ସ୍ଥାନୀୟ ଅଂଚଳବାସୀ ବାରମ୍ବାର ଦାବି କଲାପରେ ସିଏସ୍ଆର୍ ଅର୍ଥରୁ ତାଳଚେରରେ ମେଡ଼ିକାଲ କଲେଜ୍ କରିବାପାଇଁ ସରକାର ନିଷ୍ପତି ନେଲେ । ତଦ୍ ଅନୁଯାୟୀ ବହୁ ବିଳମ୍ବ ହେଉ ପଛେ ୫ଶହ ଶଯ୍ୟା ବିଶିଷ୍ଟ ମେଡ଼ିକାଲ କଲେଜର କୋଠରୀ ନିର୍ମାଣ କରାଗଲା । ଏହି କୋଠରୀ ନିର୍ମାଣ କରିବା ପରେ ଏହାକୁ ଚଳାଇବା ପାଇଁ ତିନିବର୍ଷରୁ ଉର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ଉଭୟ ସରକାରଙ୍କ ବାଦବିବାଦକୁ ନେଇ ଭୂତ କୋଠିରେ ପରିଣତ ହେଲା ।
ଏହାକୁ ସ୍ଥାନୀୟ ଅଂଚଳବାସୀ, ଗଣମାଧ୍ୟମ ପ୍ରତିନିଧି, ବୁଦ୍ଧିଜୀବୀ ଏହି କଲେଜକୁ ରାଜ୍ୟ ସରକାର ଚଳାନ୍ତୁ ବୋଲି କହୁଥିବା ବେଳେ ଆଉ କେହି ଏମସିଏଲ ଚଳାଇବା ପାଇଁ ଦାବି ହୋଇ ଆସୁଥିଲା । ମାତ୍ର ଏବେ କୁଆଡ଼େ ପ୍ରାଇଭେଟ୍ ହାଇଟେକ୍ ସଂସ୍ଥାକୁ ଟେକି ଦିଆଯାଇଥିବାକୁ ନେଇ ବିଭିନ୍ନ ମହଲରେ ମୁଖ୍ୟ ପ୍ରସଙ୍ଗ ହୋଇଛି । ସ୍ଥାନୀୟ ଅଂଚଳବାସୀ ଚିକିତ୍ସା ପାଇଁ ଗଲେ ମୋଟା ଅଙ୍କର ଅର୍ଥ ଖର୍ଚ୍ଚାନ୍ତରେ ପଡ଼ିବେ, ତେବେ ଏହି ଘରୋଇ କମ୍ପାନୀ ହାତକୁ ଯଦି ମେଡ଼ିକାଲ କଲେଜ ଟେକି ଦିଆଯାଏ, ତେବେ ଆପଣମାନେ ଖୁସିତ! ଏହାକୁ ନେଇ ଏବେ ସମସ୍ତଙ୍କ ମୁହଁରେ ଏହି ଗୋଟାଏ କଥା ଶୁଣିବାକୁ ମିଳୁଛି ।