Odisha news

ବେଲଗୁଣ୍ଠାରେ ଶ୍ରୀ ମାଁ ରୁଦ୍ର କାଳୀଙ୍କ ମନ୍ଦିର ପ୍ରତିଷ୍ଠା

0

ବେଲଗୁଣ୍ଠା-୨୪/୧-ବେଲଗୁଣ୍ଠା ସହରର ଖଦାଳ ସାହି ଠାରେ ଶ୍ରୀ ମାଁ ରୁଦ୍ର କାଳୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି ।ଏହି ମହୋତ୍ସବ ୨୦ ତାରିଖ ଠାରୁ ଆରମ୍ଭ ହୋଇଥିବା ବେଳେ ଆଜି ଅର୍ଥାତ ୨୪ ତାରିଖରେ ସମାପନ ହୋଇଅଛି ।ଦୀର୍ଘ ୫ ଦିନ ଧରି ହୋଇଥିବା ଏହି ଉତ୍ସବରେ ୨୦ ତାରିଖରେ ବ୍ରାହ୍ମଣ ବରଣ,ଦୀକ୍ଷା ଗ୍ରହଣ ବନଯାଗ,ମଣ୍ଡଳକରଣ, ଜଳଯାତ୍ରା ଓ ଅଙ୍କୁରାରୋପଣ ହୋଇଥିବା ବେଳେ ୨୧ ତାରିଖରେ କର୍ମାରମ୍ଭ,ସୁର୍ଯ୍ୟ ପୂଜା, ଶାଲା ସଂସ୍କାର,ଯଞ୍ଜ ଆରମ୍ଭ ଓ ରତ୍ନ ଗର୍ଭ ମୁଦ୍ରା କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା ।

ସେହିପରି ୨୨ ତାରିଖରେ କାରୁଶାଲା ଓ ଦେବାଧିବାସ,ସଂଧ୍ୟାରେ ସ୍ନାନ ଶୟନ ଓ ଚଣ୍ଡିଯଜ୍ଞ ,୨୩ ତାରିଖରେ ଦେବାଳୟ ସଂସ୍କାର,ସିଂହାସନ ପ୍ରତିଷ୍ଠା,ଦେବୀଙ୍କ ପ୍ରାଣ ପ୍ରତିଷ୍ଠା,୨୪ ତାରିଖରେ ମାଁ ରୁଦ୍ର କାଳୀଙ୍କ ମୃଣ୍ମୟୀ ପ୍ରତିମା ସହିତ ନଗର ପରିକ୍ରମା ,ସିଂହାସନରେ ଦେବୀଙ୍କ ସ୍ଥାପନା  ଅନୁଷ୍ଠିତ ହୋଇଥିବା ବେଳେ ସଂଧ୍ୟା ୫ ଘଟିକା ସମୟରେ ପୁର୍ଣ୍ଣହୁତି ହୋଇଥିଲା ।ବ୍ରାହ୍ମଣ ମାନଙ୍କ ବେଦ ପାଠରେ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା  ।

ମହୋତ୍ସବରେ ପଞ୍ଚକୁଣ୍ଡ ପ୍ରତିଷ୍ଠା କରାଯାଇ ଏକକାଳୀନ ଅଧିବାସ,ହୋମଯଜ୍ଞ କରାଯାଇ ଏକକାଳୀନ ପୁର୍ଣ୍ଣାହୁତୀ ହୋଇଥିଲା ।ଗୁରୁଯଜ୍ଞର କର୍ତ୍ତା ରୁପେ ସପତ୍ନୀକ ପ୍ରଶାନ୍ତ କୁମାର ପାଣିଗ୍ରାହୀ, ଋକ୍ ବେଦ ଯଜ୍ଞର କର୍ତ୍ତା ଭାବେ ବଣିକସଂଘ ସଭାପତି ସନ୍ନତ କୁମାର ସୁବୁଦ୍ଧି ଓ ତାଙ୍କ ସହଧର୍ମିଣୀ,ସାମ୍ ବେଦ ଯଜ୍ଞ କର୍ତ୍ତା ରୁପେ ବାଳକୃଷ୍ଣ ପାତ୍ର ଓ ତାଙ୍କ ଧର୍ମ ପତ୍ନୀ, ଯଜୁଃବେଦ ଯଜ୍ଞ କର୍ତ୍ତା ଭାବେ ସାଇରାମ ପାତ୍ର ଓ ତାଙ୍କ ପତ୍ନୀ ,ଅଥର୍ବ ବେଦ ଯଜ୍ଞ କର୍ତ୍ତା ଭାବେ ସଞ୍ଜିବ କୁମାର ପାତ୍ର ଓ ତାଙ୍କ ପତ୍ନୀ କାର୍ଯ୍ୟ ତୁଲାଇ ଥିଲେ ।ପଣ୍ଡିତ ଦିଗାମ୍ବର ଷଢ଼ଙ୍ଗୀ ଓ ବିଜୟ କୃଷ୍ଣ ଶରଣପୁର ଶାସନର ପଣ୍ଡିତ ମାନଙ୍କ ଦ୍ୱାରା କାର୍ଯ୍ୟ ସମ୍ପାଦନ ହୋଇଥିଲା ।

ଏଥିରେ ମନ୍ଦିର ପରିଚାଳନା କମିଟିର ସଭାପତି କେ.ଜିତେନ୍ଦ୍ର ସୁବୁଦ୍ଧି, ଉପସଭାପତି ପବିତ୍ର କୁମାର ସାହୁ ଓ ସିମାଞ୍ଚଳ ନାଇକ, ସମ୍ପାଦକ କୈଳାସ କୁମାର ମହାପାତ୍ର,ଯୁଗ୍ମ-ସମ୍ପାଦକ ଜଗନ୍ନାଥ ନାଇକ,କୋଷାଧ୍ୟକ୍ଷ ଭି.ରବୀନ୍ଦ୍ର ନାଥ ପାତ୍ର,ଲାଲୁ ପଣ୍ଡା, ସରୋଜ ଶତପଥୀ, ସତ୍ୟ ପାତ୍ର,କାଳିଆ ସାହୁ,ଯୋଗେନ୍ଦ୍ର ନାଇକ, କାମ୍ପ ନାଇକ,ବିଭୀଷଣ ନାଇକ ପରିଚାଳନା କରିଥିବାବେଳେ ଖଦାଳ ସାହି ଓ ବାଙ୍କ ବଜାର ସାହି ବାସିନ୍ଦା ସହଯୋଗ କରିଥିଲେ ।

Leave A Reply

Your email address will not be published.