ଆଜିକାଲି ର ଅନିୟମିତ ଜୀବନ ଶୈଳୀ କାରଣରୁ ଏସିଡିଟି ଗୋଟିଏ ସାଧାରଣ ରୋଗ ଭାବରେ ସମସ୍ତଙ୍କ ନିକଟରେ ଦେଖା ଯାଉଛି । ଏହା ପ୍ରାୟ ସମସ୍ତ ଆୟୁ ବର୍ଗ ର ଲୋକଙ୍କ ନିକଟରେ ଦେଖା ଯାଉଛି । ଏସିଡିଟି ସମସ୍ୟା ଭୁଲ୍ ଖାଦ୍ୟ ପେୟ ପ୍ରଣାଳୀ କିମ୍ବା ଦୀର୍ଘ ସମୟ ଧରି ଖାଲି ପେଟରେ ରହିବା କାରଣରୁ ହେଉଛି ।
*ଏସିଡିଟି ର ମୁଖ୍ୟ କାରଣ –
-ମସଲା ଯୁକ୍ତ ଖାଦ୍ୟ ଖାଇବା
-କାଫିନ ଅଧିକ ମାତ୍ରାରେ ସେବନ କରିବା
-ମୋଟାପା କାରଣରୁ ଏସିଡିଟି ସମସ୍ୟା
-ଅଲ୍କୋହଲ ଅଧିକ ମାତ୍ରାରେ ସେବନ
– ଠିକ୍ ସମୟରେ ଭୋଜନ ନକରିବା
-ନିଦ ଠିକ୍ ରେ ନହେବା
-ଖାଇବା ପରେ ତୁରନ୍ତ ଶୋଇବା
* ଏସିଡିଟି ର ଲକ୍ଷଣ –
– ପେଟ ସବୁବେଳେ ଭରି ହୋଇ ରହିବା
– ବାନ୍ତି ବାନ୍ତି ଲାଗିବା
– ଆମ୍ବିଳା ହେକୁଟି ଆସିବା
– ମୁଣ୍ଡ ବିନ୍ଧା
– ଛାତିରେ ପୋଡ଼ା ଓ ପେଟ ପୋଡ଼ା
ଉପଚାର –
* ନିୟମିତ ସକାଳୁ ଉଠିଲେ ଖାଲି ପେଟରେ ଜିରା ପାଣି ସେବନ କରନ୍ତୁ। ଆପଣ ଗୋଟିଏ ପାତ୍ର ରେ ଗୋଟିଏ ଗ୍ଲାସ୍ ପାଣି ନେଇ ସେଥିରେ ଗୋଟିଏ ଚାମଚ୍ ଜୀରା ପକାଇ ଫୁଟାଇ ନିଅନ୍ତୁ। ଏହାପରେ ତାକୁ ଥଣ୍ଡା କରି ଛାଣି ସେଥିରେ ଲେମ୍ବୁ ରସ ମିଶାଇ ସେବନ କରନ୍ତୁ ।
* ଏସିଡିଟି ସମସ୍ୟା ରୁ ନିଜକୁ ରକ୍ଷା କରିବା ପାଇଁ ଅଧା ଚାମଚ୍ ଜୁଆଣି ଓ ଅଧା ଚାମଚ୍ ପାନ ମାଧୁରୀ ନିଅନ୍ତୁ। ଏହାପରେ ଏହାକୁ ଉଷୁମ୍ କରି କଳା ଲୁଣ ସହିତ ସେବନ କରି ଉଷୁମ୍ ପାଣି ରେ ଖାଆନ୍ତୁ । ଦେଖିବେ ଆରାମ ମିଳିବ ।
* ତୁଳସୀ ପତ୍ର ପେଟ ସମସ୍ୟା ରୁ ଆରାମ ଦେଇଥାଏ । ଯଦି ଆପଣଙ୍କ ର ଏସିଡିଟି ସମସ୍ୟା ଦେଖା ଯାଉଚି ତେବେ ଗୋଟିଏ ପାତ୍ର ରେ ତୁଳସୀ ପତ୍ର ପାଣି ରେ ପକାଇ ଫୁଟାନ୍ତୁ । ଏହାପରେ ତାକୁ ସେବନ କରନ୍ତୁ ।
* ଅଦା ଏସିଡିଟି ରୁ ତୁରନ୍ତ ଆରାମ ଦେଇଥାଏ । ତେଣୁ ପ୍ରତିଦିନ ରାତିରେ ଖାଇ ସାରି ଅଦା କୁ ଛେଚି ତାହାକୁ ପାଣି ରେ ପକାଇ ଫୁଟାନ୍ତୁ । ଏହାପରେ ସେହି ପାଣିକୁ ସେବନ କରନ୍ତୁ । ଦେଖିବେ ଏସିଡିଟି ସମସ୍ୟା ରୁ ଆରାମ ମିଳିବ ।
|
ReplyForward
|