ଆନନ୍ଦପୁର : ଆନନ୍ଦପୁର ପୌରପରିଷଦର ଚାରି ନମ୍ବର ୱାର୍ଡ ରୁ ମହେଶ୍ୱର ପାଢ଼ୀଙ୍କର ଶନିବାର ଦିନ ରାତିରେ ମୁର୍ତ୍ୟୁ ହୋଇଥିବା ର ଜଣା ପଡିଛି l ସୂଚନା ମୁତାବକ ଆନନ୍ଦପୁର ଲଷ୍ମୀ ବଜାର ସାହିର ମୀନକେତନ ପାଢ଼ୀ ଙ୍କ ବଡ ପୁଅ ମହେଶ୍ୱର ପାଢ଼ୀ ବୟସ 32 ଶନିବାର ଦିନ ସନ୍ଧ୍ୟା ରେ ଘଟଗାଁ ର ଗୋଳାବନ୍ଧ ଠାରେ ବାଇକ ରେ ଆସୁଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ l ଘଟଗାଁ ପୋଲିସ ଖବର ପାଇ ତୁରନ୍ତ ସେଠାରେ ପହଞ୍ଚି ଘଟଗାଁ ମେଡିକାଲ କୁ ନେଇଥିବା ବେଳେ ଡାକ୍ତର ତାଙ୍କୁ ମୁର୍ତ୍ୟୁ ବୋଲି ଘୋଷଣା କରିଥିଲେ l ଆଜି ତାଙ୍କ ମର ଶରୀର କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା କୁ ଅଣାଯାଇ ବ୍ୟବଚ୍ଛେଦ ପରେ ତାଙ୍କ ବସଭାବନ ରେ ଶେଷ ଦର୍ଶନ ପରେ ଆନନ୍ଦପୁର ବୈତରଣୀ ନଦୀରେ ଶେଷ କୃତ ସମ୍ପଣ କରାଯାଇଥିଲା l ତାଙ୍କର ମୁର୍ତ୍ୟୁ ରେ ଆନନ୍ଦପୁର ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଥିଲା l ସେ ଜଣେ ଶାନ୍ତ ସରଳ ସମାଜ ସେବି ଭାବେ ସାଧାରଣରେ ପ୍ରିୟ ଭାଜନ ହୋଇଥିଲେ l ଆନନ୍ଦପୁର ଦିଲଦାର କ୍ଳବ ର ସଦସ୍ୟ ଥିବା ବେଳେ ଦିଲଦାର କ୍ଳବ ର ସମସ୍ତ ସଦସ୍ୟ ତାଙ୍କର ଏହି ଶେଷ କୃତ ସମ୍ପଣ ବେଳେ ସେଠାରେ ଉପସ୍ଥିତ ଥିଲେ l