ଆନନ୍ଦପୁର : ହାଟଡିହି ବ୍ଲକ ସଢାଛକ ଠାରେ ରାଜ୍ଯର ତିନିଶହ ରୁ ଅଧିକ ବିଦ୍ବାନ,କବି,କଳାକାର,ସମାଜସେବୀ ,ସଫଳ ଚାଷୀ ଓ ଶିକ୍ଷା ସଂସ୍କୃତି ଅନୁଷ୍ଠାନର କର୍ମକର୍ତ୍ତାଙ୍କ ଉପସ୍ଥିତ ରେ ଅନୁଷ୍ଠିତ ହୋଇଯାଇଛି “ସଖା-87 ପୂଜ୍ଯ ପୂଜା କାର୍ଯ୍ୟକ୍ରମ। ପ୍ରଥିତଯଶା ସମାଜସେବୀ ପ୍ରଣବଲ୍ଲଭ ମଲ୍ଲିକ ଙ୍କ ସମ୍ମାନାର୍ଥେ ଅନୁଷ୍ଠିତ ଏ ଭବ୍ଯ କାର୍ଯ୍ୟକ୍ରମ ରେ କେନ୍ଦ୍ର ସାହିତ୍ଯ ଏକାଡେମୀ ପୁରସ୍କାର ପ୍ରାପ୍ତ ବରିଷ୍ଠ ସାହିତ୍ୟିକ ଡକ୍ଟର ରାମଚନ୍ଦ୍ର ନାୟକ ପୌରୋହିତ୍ୟ କରିଥିଲେ।ଅନ୍ୟତମ ଅତିଥି ଭାବେ ଆଧ୍ୟାତ୍ମିକ ଗୁରୁ ତଥା ବେଦଧାମ ଫୁଲନଖରା ର ଅଧ୍ୟକ୍ଷ ସ୍ବାମୀ ସୁଧାନନ୍ଦ ସରସ୍ଵତୀ ,ଦୟାନନ୍ଦ ଆଶ୍ରମ ଗୁରୁକୁଳ ର ଅଧ୍ୟକ୍ଷ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା,ବିଶିଷ୍ଟ କଥାକାର ପ୍ରଫେସର ମନୋରଞ୍ଜନ ମହାନ୍ତି,ବିଶିଷ୍ଟ ରାଜନେତା ନିରଞ୍ଜନ ପଟ୍ଟନାୟକ,ଜୟଦେବ ଜେନା ପ୍ରମୁଖ ଯୋଗଦେଇ 87ବର୍ଷ ରେ ପଦାର୍ପଣ କରିଥିବା ପ୍ରାଣବଲ୍ଲଭ ମଲ୍ଲିକ ତଥା ତାଙ୍କର ଜୋଷ୍ଠ ଓ କନିଷ୍ଠ ଭ୍ରାତା ଙ୍କୁ ଉତ୍ତରୀୟ ଫଳକ ଅର୍ପଣ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ।ଏହି ଅବସରରେ ଶିକ୍ଷା ସାହିତ୍ୟି ସଂଗୀତ ସମାଜସେବା ଆଦି ବିଭିନ୍ନ ଦିଗରେ ପାରଦର୍ଶିତା ହାସଲ କରିଥିବା 87 ବ୍ଯକ୍ତି ବିଶେଷ ଙ୍କୁ ଅତିଥି ମାନେ ଉତ୍ତରୀୟ ଓ ଫଳକ ଦେଇ ସମ୍ବର୍ଦ୍ଧିତ କରିଥିଲେ।
ଏ ଅବସରରେ “ପରମ ପୂଜ୍ୟ ପ୍ରାଣବଲ୍ଲଭ” ଗ୍ରନ୍ଥ ଅତିଥି ମାନଙ୍କ ଦ୍ଵାରା ଲୋକାର୍ପିତ ହୋଇ ସମସ୍ତ ଅଂଶ ଗ୍ରହଣକାରୀଙ୍କୁ ବିତରଣ କରାଯାଇଥିଲା ।ଚାରିଟେବଲ୍ ଟ୍ରଷ୍ଟ ଟ୍ରଷ୍ଟ ଦ୍ବାରା ଆୟୋଜିତ ଏ ବର୍ଣ୍ଣାଢ୍ଯ କାର୍ଯ୍ୟକ୍ରମକୁ ଟ୍ରଷ୍ଟ ର ମାନେଜମେଣ୍ଟ ଟ୍ରଷ୍ଟି କବି ଡ.ଅଶୋକ କୁମାର ପୁହାଣ ସଂଯୋଜନା କରିଥିଲେ ଓ ଟ୍ରଷ୍ଟ ର ଅଧ୍ୟକ୍ଷ ଅଲେଖ ଚନ୍ଦ୍ର ମଲ୍ଲିକ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ପରିଶେଷରେ ସ୍ବରୂପିଣୀ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।
