ଆନନ୍ଦପୁର : ଆଜି ଆନନ୍ଦପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ପକ୍ଷରୁ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ 2024 ଉଦ୍ଘାଟନ ହୋଇଯାଇଛି ll ସକାଳ 7 ଘଟିକା ସମୟରେ ମୁଖ୍ୟ ଅତିଥି ଆନନ୍ଦପୁର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ମହାନ୍ତ ପଥ ଉତ୍ସବ 2024 ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ll ଏହି ପଥ ଉତ୍ସବରେ ଆନନ୍ଦପୁର ଉପଖଣ୍ଡର ସମସ୍ତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ NCC କ୍ୟାରେଟର ଛାତ୍ରଛାତ୍ରୀ ମାନେ ବହୁ ସଂଖ୍ୟାରେ ଯୋଗ ଦାନ ଦେଇଥିବା ବେଳେ ଆନନ୍ଦପୁର ପ୍ରଶାସନ ଅଧିକାରୀ ମାନେ ଯୋଗ ଦେଇ ଏହି ପଥ ଉତ୍ସବ ବ୍ରଜବନ୍ଧୁ ବିଦ୍ୟାଳୟ ଠାରୁ ବାହାରି ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ 2024 କୁ ସଫଳ କରିବା ନିମନ୍ତେ ଫ୍ଲାଗକାର୍ଡ ଧରି ଜନସାଧାରଣଙ୍କୁ ସଚେତନ କରାଇଥିଲେ ll 2024 ନିର୍ବାଚନ ପୂର୍ବରୁ ଶେଷ ଥର ଲାଗି ଭୋଟର ତାଲିକା ସଂଶୋଧନ ପକ୍ରିୟା ଆଜି ଠାରୁ ଆରମ୍ଭ ହୋଇଛି ସେଥି ନିମନ୍ତେ ଆନନ୍ଦପୁର ଉପଜିଲ୍ଲାପାଳଙ୍କ ସଭାପତିତ୍ୱ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ll ଏଥିରେ ଉପସ୍ଥିତ ଥିଲେ ଆନନ୍ଦପୁର ଉପଜିଲ୍ଲାପାଳ ଚିତ୍ତରଞ୍ଜନ ମହାନ୍ତ,ଘସିପୁରା ତହସିଲଦାର ନୀଳକଣ୍ଠ ବେହେରା, ଘସିପୁରା BDO ମାନସ କୁମାର ସାମଲ ,ହାଟଡିହି BDO ସୌମ୍ୟଶ୍ରୀ ପାଣିଗ୍ରାହୀ, ତହସିଲଦାର ହାଟଡିହି ହାବିଲ ସାକ ସହାଳୀ, ସଂଗ୍ରାମ କେଶରୀ ଧଳ ଆନନ୍ଦପୁର ତହସିଲଦାର, ପ୍ରମୁଖ ଉପସ୍ଥିତ ରହି ଆଜିର ଏହି ସଂକ୍ଷିପ୍ତ ସଂଶୋଧନ ରେ ମନ୍ତବ୍ୟ ପ୍ରଦାନ କରିଥିଲେ ll ଯେଉଁ ମାନଙ୍କର ବୟସ 18 ବର୍ଷ ହୋଇଥିବ ସେମାନଙ୍କର ନାମ ଭୋଟର ତାଲିକାରେ ରହି ପାରିବ ନିର୍ବାଚନ କମିଶନ ଙ୍କ ପକ୍ଷରୁ ଅନଲାଇନ ବ୍ୟବସ୍ଥା ହୋଇଛି ll ଫର୍ମ 6 ରେ ନୂଆ ଭୋଟର ଆବେଦନ କରିବା ସହିତ ଫର୍ମ 7 ନାମ ଓ ବିୟୋଗ କରିପାରିବେ ll ସେହିପରି ଫର୍ମ ନମ୍ବର 8 ରେ ତ୍ରୁଟି ସଂଶୋଧନ କରି ପାରିବେ ll ଏଥି ନିମନ୍ତେ ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବ୍ଲକ, ତହସିଲ ଓ ବୁଥ୍ ସ୍ତରୀୟ ଅଧିକାରୀଙ୍କୁ ଏ ନେଇ ବିଜ୍ଞପ୍ତି ଜାରି କରାଯାଇଛି ll ଆଜିର ଏହି ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମରେ 27/10/2023 ଠାରୁ 09/12/2023,1 ଜାନୁୟାରୀ,1 ଏପ୍ରିଲ,1 ଜୁଲାଇ,1ଅକ୍ଟୋବର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ସମୟ ମଧ୍ୟରେ ଜଣେ ଭୋଟର ପଞ୍ଜିକରଣ ପାଇଁ ଆବେଦନ କରି ପାରିବେ ll ଶେଷରେ ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ କ୍ୟୁଇଜ, ଡ୍ରଇଁ, ଝୋଟି, ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗିତା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ll ବିଶେଷ ଆକର୍ଷଣ ବାଲୁକା ଶିଳ୍ପୀଙ୍କ ଦ୍ୱାରା ଏକ ଭୋଟର ସମ୍ପର୍କୀୟ କଳା ଚିତ୍ର ପଦର୍ଶନ କରାଯାଇଥିଲା ll ଆଜିର ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଗୌରାଙ୍ଗ ଚରଣ ଜେନା, ସିନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ, ଶୁଭେନ୍ଦୁ ସାହୁ ଓ ଉପଖଣ୍ଡ ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ସଫଳ କରିଥିଲେ ll