Odisha news

ତ୍ରିଶୂଳିଆରେ ହେବ ମେଟ୍ରୋ କେନ୍ଦ୍ରୀୟ ହବ୍ : ୫ଟି ଓ ନବୀନ ଓଡ଼ିଶା ଅଧକ୍ଷ ଭି.କେ ପାଣ୍ଡିଆନ  ଭୁବନେଶ୍ୱର-କଟକ ମେଟ୍ରୋ ପ୍ରକଳ୍ପର କାମ ସମୀକ୍ଷା

0
ବାରଙ୍ଗ : ରବିବାର ବଢିଭୋର ସମୟରେ  ୫ଟି ଓ ନବୀନ ଓଡ଼ିଶା ଅଧକ୍ଷ ଭି.କେ ପାଣ୍ଡିଆନ  ଭୁବନେଶ୍ୱର-କଟକ ମେଟ୍ରୋ ପ୍ରକଳ୍ପର କାମ ସମୀକ୍ଷା କରିଛନ୍ତି ।ଆସନ୍ତା ୨୦୨୪ ଜାନୁୟାରୀ ପହିଲାରେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପର ଶିଳାନ୍ୟାସ କରିବାର ଯୋଜନା ରହିଥିବାରୁ  ପ୍ରଶାସନିକ ସ୍ତରରେ ତତ୍ପରତା ଦେଖାଦେଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଭି.କେ ପାଣ୍ଡିଆନ ବରିଷ୍ଠ ଅଧିକାରୀଙ୍କ ସହିତ ମେଟ୍ରୋ ରେଳଷ୍ଟେସନ ଟର୍ମିନାଲପ୍ରକଳ୍ପ ପାଇଁ ପ୍ରସ୍ତାବିତସ୍ଥାନ ଓ ତ୍ରିଶୂଳିଆଛକ ବସଡିପୋ ବୁଲି ଦେଖିଥିଲେ। ପ୍ରଥମପର‌୍ୟ୍ୟାୟରେ ଏହି ମେଟ୍ରୋପ୍ରକଳ୍ପ ତ୍ରିଶୂଳିଆକୁ ଭାୟା  ଚନ୍ଦ୍ରଶେଖରପୁର, ଜୟଦେବବିହାର, ବାଣୀବିହାର, ମାଷ୍ଟରକ୍ୟାଣ୍ଟିନ ଓ ରାଜମହଲଛକ ଦେଇ ଭୁବନେଶ୍ବର ବିମାନବନ୍ଦରକୁ ସଂଯୋଗକରିବ। ମେଟ୍ରୋପ୍ରକଳ୍ପ ନିର୍ମାଣ କାମ ଯେପରି ଠିକ୍ ସମୟରେ  ଆରମ୍ଭହେବ ସେ ସମ୍ପର୍କରେ ପାଣ୍ଡିଆନ ବରିଷ୍ଠ ଅଧିକାରୀ ମାନଙ୍କ  ସହ ଆଲୋଚନା କରିଥିଲେ। ତ୍ରିଶୂଳିଆରେ ନିର୍ମାଣହେବ ମେଟ୍ରୋ ରେଳପ୍ରକଳ୍ପର କେନ୍ଦ୍ରୀୟଡିପୋ। ଏଠାରେ ପ୍ରକଳ୍ପର କମାଣ୍ଡ ଓ କଣ୍ଟ୍ରୋଲ ବ୍ୟବସ୍ଥା ସହିତ ମେଟ୍ରୋ ଟ୍ରେନର ମରାମତି ଓ ଷ୍ଟାବିଲିଙ୍ଗ ସୁବିଧା ମଧ୍ୟ ରହିବ। ତ୍ରିଶୂଳିଆ ଛକରେ ଓଏସଆରଟିସିର ନିର୍ମାଣ କରାଯାଉଥିବା ନୂଆବସଷ୍ଟାଣ୍ଡକୁ  ପରବର୍ତ୍ତୀସମୟରେ ଆହୁରି ସମ୍ପ୍ରସାରିତ କରାଯାଇ ମେଟ୍ରୋଷ୍ଟେସନ ସହିତ ସମନ୍ୱିତ କରାଯାଇ ଏକକ ରହଣିସ୍ଥଳ ଭାବରେ ବିକଶିତ କରାଯିବ। କଟକ ଓ ଭୁବନେଶ୍ଵର ପାଇଁ ତ୍ରିଶୂଳିଆ ହେବ ପ୍ରମୁଖ ଟ୍ରାଫିକ ହବ୍। ସେପଟେ ଦୈତନଗରୀକୁ ବାଙ୍କୀ ଓ ଆଠଗଡପଟୁ ତ୍ରିଶୂଳିଆ ହେବ ଗେଟ୍ ୱେ।
ସୂଚନାଯୋଗ୍ୟ  ଯୋଗ୍ୟ ଯେ ଚଳିତ ବର୍ଷ ଏପ୍ରିଲରେ ଉତ୍କଳ ଦିବସ  ଅବସରରେ ମୁଖ୍ୟମନ୍ତ୍ରୀ ମେଟ୍ରୋ ପ୍ରକଳ୍ପ ବିଷୟରେ ଘୋଷଣା କରିଥିଲେ। ଏଥିପାଇଁ ଡିପିଆର ମଧ୍ୟ ସରକାରଙ୍କ ଅନୁମୋଦନ ଲାଭ କରିଛି। ଭୁବନେଶ୍ଵରରୁ ଖୋର୍ଦ୍ଧା,ପୁରୀ ଓ କଟକ ସହରରେ  ମେଟ୍ରୋ ରେଳ ସମ୍ପ୍ରସାରିତ କରିବା ପାଇଁ  ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ଜରିଆରେ ମାଷ୍ଟର ପ୍ଳାନ ପ୍ରସ୍ତୁତ କରାଯାଉଛି। ଏନେଇ ପାଣ୍ଡିଆନ ସମସ୍ତ ବିଷୟରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ନିର୍ଦ୍ଧାରିତ ଚାରି ବର୍ଷର ସମୟ ସୀମା ମଧ୍ୟରେ ଯେପରି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବ ସେଥିପାଇଁ ୫ଟି ନୀତି ଅନୁସରଣ କରି ପ୍ରକଳ୍ପର ସମସ୍ତ କାମକୁ ଭଲ ଭାବରେ ତଦାରଖ କରିବା ପାଇଁ ପଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ। ପାଣ୍ଡିଆନଙ୍କ ସହିତ ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ଇଲେକ୍ଟ୍ରୋନିକ୍ସ ତଥା ଆଇଟି ବିଭାଗର ପ୍ରମୁଖ ସଚିବ ଶ୍ରୀ ମନୋଜ ମିଶ୍ର, କଟକ ଜିଲ୍ଲା ପ୍ରଶାସନ, ଭୁବନେଶ୍ଵର ମେଟ୍ରୋ ରେଳ କର୍ପୋରେସନ ଓ ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଗସ୍ତ କରିଥିଲେ।

Leave A Reply