Odisha news

ଦନେଇପୁରରେ ହାତୀ ଆକ୍ରମଣରେ ଜଣେ ଗୁରୁତର

0

ହାଟଡ଼ିହି  : ହାଟଡିହି ବ୍ଲକ ପଢ଼ିଆରିପଲ୍ଲି ପଞ୍ଚାୟତର ଦନେଇପୁର ଗ୍ରାମରେ ହାତୀ ଆକ୍ରମଣରେ ଆଜି ଜଣେ ଗୁରୁତର ହୋଇଥିବା ଜଣାଯାଇଛି । ଜଂଗଲ ବିଭାଗର କର୍ମଚାରୀମାନେ ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନାକୁ ନେଇ ଚିକିତ୍ସା କରୁଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଆଗରପଡା ଥାନା ମହାନ୍ତିପଡା ଗ୍ରାମର   ବିଶ୍ୱନାଥ ସାହୁ ନାମକ ଜଣେ ବ୍ୟକ୍ତି ଦନେଇପୁରର ନିଜର ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇଥିବାବେଳେ ହଠାତ ତାକୁ ଆମ୍ବ ତୋଟା ଭିତରେ ଥିବା ଦନ୍ତାଟି ଆକ୍ରମଣ କରିଥିଲା ।

ହାତୀଟି ଶୁଣ୍ଢରେ ବିଶ୍ୱନାଥଙ୍କୁ ଟେକି  ଫୋପାଡି ଦେଇଥିଲା । ମାତ୍ର ବିଶ୍ୱନାଥ ପିନ୍ଧିଥିବା ଲୁଙ୍ଗିଟି ଫିଟିଯାଇ ଏକ ଗଛମୁଳରେ ପଡିବାରୁ ହାତୀଟି ସେହି ଲୁଙ୍ଗିଟିକୁ ଦଳିମକଚି ପଳାଇଥିଲା । ଫଳରେ ଅଳ୍ପକେ ବିଶ୍ୱନାଥର ଜୀବନ ବଞ୍ଚିଯାଇଥିଲା । ଖବରପାଇ ହଦଗଡ ରେଞ୍ଜର ସୁମିତ ମହାନ୍ତି ଓ ଫରେଷ୍ଟର କେଦାର ପାତ୍ରଙ୍କ ସମେତ ଜଂଗଲ ବିଭାଗର କର୍ମଚାରୀମାନେ ପହଞ୍ଚି ଆହତ ବିଶ୍ୱନାଥକୁ ପ୍ରଥମେ ଆଗରପଡା ଓ ସେଠାରୁ ଭଦ୍ରକ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଉଛନ୍ତି । ଗତ କିଛିଦିନ ହେଲା ଏଠାରେ ହାତୀ ଉପଦ୍ରବ ବୃଦ୍ଧି ପାଇଥିବାବେଳେ ଗତ କିଛିଦିନ ମଧ୍ୟରେଗ୍ଦ ଦୁଇଜଣ ଲୋକଙ୍କ ଜୀବନ ନେଇଛି ଏହି ଦନ୍ତା । ଏହାକୁନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

Leave A Reply

Your email address will not be published.