Odisha news

ପାଟଳିପଙ୍କ ପଂଚାୟତରେ ଶେଷ ହେଲା ୯୫ ପ୍ରବାସୀଙ୍କ ସଂଗରୋଧ ଅବଧି

0

ମହାକାଳପଡ଼ା : ମହାକାଳପଡ଼ା ବ୍ଲକ ପାଟଳିପଙ୍କ ପଂଚାୟତର ୩ଗୋଟି ସଂଗରୋଧ କେନ୍ଦ୍ରକୁ ଜିଲ୍ଲା ପ୍ରଶାସନ  ବ୍ଲକ ପ୍ରଶାସନ କୁ ଅବଗତ କରାଇ ସମ୍ପୃକ୍ତ ପଂଚାୟତକୁ ୯୫ ଜଣ ପ୍ରବାସୀଙ୍କୁ ପ୍ରେରଣ କରିଥିଲେ । ସୂଚନା ଅନୁଯାୟୀ ପଂଚାୟତ କତୃପକ୍ଷ ରଘୁନାଥପୁର କେନ୍ଦ୍ରରେ ୩୧ ଜଣ ,କୋରଟ ପଙ୍ଗା ୧୪ ଜଣ ଓ ପାଟଳିପଙ୍କ କେନ୍ଦ୍ରରେ ୫୦ ଜଣ ପ୍ରବାସେୀଙ୍କୁ ଅନ୍ତେବାସୀ ଭାବେ ଗ୍ରହଣ କରିଥିଲେ । ମାତ୍ର ପଂଚାୟତ କତୃପକ୍ଷ ଓ ପ୍ରଶାସନିକ କଳର ଅବହେଳାରୁ ରଘୁନାଥପୁର କେନ୍ଦ୍ରରେ ୩୧ ଜଣ ଅନ୍ତେବାସୀ ମେ ୨୬ ତାରିଖରେ ପଂଞିକୃତ ହୋଇଥିବା ବେଳେ କୋରଟପଙ୍ଗା ଓ ପାଟଳିପଙ୍କ କେନ୍ଦ୍ରର ୬୪ ଜଣ ମେ ମାସ ୨୭ ତାରିଖରେ ପଂଞିକୃତ ହୋଇ ସଂଗରୋଧ ଅବଧି ଆରମ୍ଭ ହୋଇଥିଲା ।

ତଦନୂଯାୟୀ ରଘୁନାଥପୁର କେନ୍ଦ୍ରର ୩୧ ଜଣ ଅନ୍ତେବାସୀଙ୍କ ଗୃହ ପ୍ରତ୍ୟାବତ୍ତନ ପ୍ରମାଣ ପତ୍ର ଯୋଗାଇ ଦିଆଯାଇଥିବା ବେଳେ ଅନ୍ୟ ୨ଟି କେନ୍ଦ୍ରର ଏକ ସମୟରେ ଆସି ସଂଗରୋଧ ରେ ରହିଥିବା ଅନ୍ତେବାସୀ ମାନଙ୍କୁ ଗୃହ ପ୍ରତ୍ୟାବର୍ତ୍ତନ ପ୍ରମାଣ ପତ୍ର  ମିଳିପାରିନାହିଁ । ପ୍ରମାଣ ପତ୍ର ନପାଇବାରୁ ୬୪ ଜଣ ଅନ୍ତେବାସୀ ମାନେ ମଙ୍ଗଳବାର ଦିନ ସନ୍ଧ୍ୟା ସମୟରେ ନିଜ ନିଜ ଅଂଚଳରୁ ଡ଼କାଇ ଥିବା ଗାଡ଼ି ଯୋଗେ ଚାଲିଯାଇଥିବାର ଜଣାପଡ଼ିଛି । ତେବେ ପ୍ରଶାସନିକ କଳ ଓ ପଂଚାୟତ କତୃପକ୍ଷଙ୍କ ତାଳମେଳ ନ ରହିବାରୁ ଏଭଳି ସମସ୍ୟା ଉପୁଯିଥିବାର ଆଶଙ୍କା ହୋଇଛି । ଏଣୁ ଆଗାମୀ ଦିନରେ ଉଭୟ କତୃପକ୍ଷ ଠିକଣା ରୂପେ ତାଳମେଳ ରଖି ଦାୟିତ୍ୱ ସମ୍ପନ୍ନଭାବେ କାର୍ଯ୍ୟ ନିର୍ବାହ କଲେ ସମସ୍ୟା ଉପୁଜିବ ନାହିଁ ବୋଲି ବୃଦ୍ଧି ଜିବୀ ମହଲରେ ମତପ୍ରକାଶ ପାଇଛି ।

Leave A Reply