ହାଟଡ଼ିହି : ହାଟଡିହି ବ୍ଲକ ସୋସୋ ପଞ୍ଚାୟତ ନିଉଦାନୀ ଗ୍ରାମରେ ହାତୀ ଉପଦ୍ରବ ଚରମ ସୀମାରେ ପହଞ୍ଚିଛି । ଅନେକ ଚେଷ୍ଟା କରୁଥିଲେ ମଧ୍ୟ ବନ ବିଭାଗ ହାତୀଙ୍କୁ ଘଉଡାଇବାରେ ସଫଳ ହୋଇପାରୁନି । ଦୁଇଟି ହାତୀ ଗତ କିଛିମାସ ହେଲା ହଦଗଡ ହସ୍ତୀ ଅଭୟାରଣ୍ୟରୁ ଚାଲିଆସି ସୋସୋ, ବାଲିବରେ. ପଢ଼ିଆରିପଲ୍ଲୀ ପଞ୍ଚାୟତର ବିଭିନ୍ନ ତୋଟାରେ ରହୁଥିବାରୁ ଲୋକମାନେ ଭୟଭୀତ ଅବସ୍ଥାରେ ଅଉନ୍ତି । ସୋସୋ, କାନପୁର, ନୁଉଦାନୀ, ବାଲିବରେଇ, ନୁଆଗାଁ, ବାଘୁଆ ପ୍ରଭୃତି ଗ୍ରାମର ଲୋକମାନେ ବିଶେଷତଃ ଆମ୍ବ ପଣସ ଚାଷ ଉପରେ ନିର୍ଭର କରିଥାନ୍ତି । ମେ ଜୁନ ମାସରେ ସାଧାରଣତଃ ଲୋକମାନେ ଆମ୍ବ, ପଣସ, ସପୁରୀ ଅମଳ କରି ଯାହା କିଛି ଦୁଇପଇସା ପାଇଥାନ୍ତି ।
ପ୍ରତିବର୍ଷ ଜଣେ ଦୁଇଜଣଙ୍କୁ ହାତୀ ଆକ୍ରମଣର ଶୀକାର ହେଉଥିବାରୁ ହାତୀ ଭୟରେ ଲୋକମାନେ ତେଟାକୁ ଯାଇ ପାରୁ ନଥିବାବେଳେ ହାତୀମାନେ ଅନେକ ନଷ୍ଟ କରିପକାଉଛନ୍ତି । ନିଉଦାନୀ ଗ୍ରାମର ଗୌରାଙ୍ଗ ଚନ୍ଦ୍ର ବଳ ୭ଏକର ଜମିରେ ସପୁରୀ ଚାଷ କରନ୍ତି । ପ୍ରତିବର୍ଷ ଏହି ସପୁରୀ ଚାଷରୁ ସେ ତିନି ଚାରିଲକ୍ଷ ଟଙ୍କାର ସପୁରୀ ବିକ୍ରୀ କରିଥାନ୍ତି । କିନ୍ତୁ ଗତ ତିନିବର୍ଷ ହେଲା ହାତୀ ଭୟରେ ସେ ସପୁରୀ ତୋଳିବାକୁ ଯାଇ ପାରୁନାହାନ୍ତି । ହାତୀମାନେ ତାଙ୍କ ଚାଷଜମିରେ ପସି ସପୁରୀ ଗୁଡିକ ଖାଇବା ସହ ଗଛ ଗୁଡିକୁ ଭାଙ୍ଗି ନଷ୍ଟଭ୍ରଷ୍ଟ କରିପକାଉଛନ୍ତି । ଗତକାଲି ରାତିରେ ହାତୀମାନେ ତାଙ୍କ ତୋଟାରେ ପସି ବ୍ୟାପକ କ୍ଷୟକ୍ଷତି କରିବାସହ ଅନେକ ପଣସ ଓ ସପୁରୀ ଖାଇ ନଷ୍ଟ କରିଦେଇଛନ୍ତି । ଫଳରେ ତାଙ୍କର ଲକ୍ଷାଧିକ ଟଙ୍କାର ସପୁରୀ ଓ ପଣସ କ୍ଷୟକ୍ଷତି ହୋଇଛିି ବୋଲି ଗୌରାଙ୍ଗ ବଳ କହିଛନ୍ତି । ସେହିପରି ବ୍ରଜ ମୋହନ ଭୋଇ ୨ଏକର ଜମିରେ ସପୁରି ଓ ପଣଷ ଚାଷ କରିଥିବାବେଳେ ହାତୀମାନେ ବାଡିରେ ପସି ସମସ୍ତ ସପୁରୀ ଓ ପଣଷ ଖାଇ ନଷ୍ଟ କରିଦେବା ସହିତ ବାଡଗୁଡିକ ଭାଙ୍ଗିରୁଜି ନଷ୍ଟ କରିପକାଇଛି ।
ଏପରିକି ୧୦ହଜାର ଟଙ୍କାର ସପୁରୀ ପାଇବା କଷ୍ଟକର ହୋଇପଡିଛି । ସେହିପରି ରଜତ ଭୋଇ ମଧ୍ୟ ୨ଏକରରୁ ଉର୍ଦ୍ଧ ଜମିରେ ଆମ୍ବ, ପଣଷ ଚାଷ କରୁଥିବାବେଳେ ୩ବର୍ଷ ହେଲା ହାତୀ ଙ୍କ ଉପଦ୍ରବ ଯୋଗୁଁ ବ୍ୟାପକ କ୍ଷତିର ସମ୍ମୁଖୀନ ହେଉଛନ୍ତି । ସେହିପରି ବିପିନି ବିହାରୀ ବଳଗୋଟିଏ ଏକର ଜମିରେ ସପୁରୀ ଚାଷ କରିଥିବାବେଳେ ବାଡ ଓ ମଜୁରୀ ବାବଦ ଖର୍ଚ୍ଚ ମଧ୍ୟ ପାଇପାରୁ ନାହାନ୍ତି । ସେହିପରି କୈଳାଶ ଚନ୍ଦ୍ର ବଳ, ବାମନ ଚରଣ ଜେନା, ଉଦୟନାଥ ପାତ୍ର, ସୁରେନ୍ଦ୍ର ବେହେରା, ଟୁନା ପାତ୍ର, ଦେବସ୍ନାନ ବଳ, ସୁଶାନ୍ତ ବଳଙ୍କଏକର ଏକର ଜମିର ଫସଲ ନଷ୍ଟ ହୋଇପଡିଛି । ବନ ବିଭାଗ ଚାଷୀ ମାନଙ୍କୁ ୁପଯୁକ୍ତ କ୍ଷତିପୁରଣ ପ୍ରଦାନ କରୁନଥିବାରୁ ଚାଷୀମାନେ ହତାଶ ହୋଇପହିଛନ୍ତି । ଧାର କରଜ କରି ଚାଷ କରିଥିବା ଚାଷୀମାନେ ଉପଯୁକ୍ତ କ୍ଷତିପୁରଣ ନପାଇଲେ ଆନେ୍ଦାଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ଚେତାବନୀ ମଧ୍ୟ ଦେଇଛନ୍ତି । ଏ ସମ୍ପର୍କରେ ବନଖଣ୍ଡ ଅଧିକାରୀ ସୁମିତ କୁମାର ମହାନ୍ତିଙ୍କୁ ପଚାରିବାରେ ସେ ହାତୀ ଘଉଡାଇବା ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ହାତୀମାନେ ପୁନର୍ବାର ଆମ୍ବ ପଣଷ ଖାଇବାକୁ ପସିି ଆସୁଛନ୍ତି । ସେଥିପାଇଁ ବିଭିନ୍ନ ସ୍ଥାନରେ ତାରବାଡ କରାଯାଇ ଥିଲେବି ତାହାକୁ ମାନୁ ନାହାନ୍ତି । ବର୍ତ୍ତମାନ ନୁଆ ପଦ୍ଧତିରେ ମହୁ ଚାଷ କରାଯାଇ ହାତୀଙ୍କୁ ଘଉଡାଇବାକୁ ଏକ ଯୋଜନା ଆରମ୍ଭ କରାଯାଇଛି । ଆଉ କ୍ଷତିଗ୍ରସ୍ତ ଚାଷୀଙ୍କ କ୍ଷୟକ୍ଷତି ଆକଳନ କରାଯାଇ ଉପଯୁକ୍ତ କ୍ଷତିପୁରଣ ଦେବାର ବ୍ୟବସ୍ଥା କରୁଛୁ ବୋଲି ସେ କହିଛନ୍ତି ।