Odisha news

ନୀଳଗିରିରେ ଉଦ୍ଘାଟିତ ହେଲା କୃଷିମେଳା

ନୀଳଗିରି : ନୀଳଗିରି ଡାକବଙ୍ଗଳା ପରିସରରେ ଜିଲ୍ଲା କୃଷି ବିଭାଗ ପକ୍ଷରୁ ଦୁଇ ଦିନିଆ ଜିଲ୍ଲାସ୍ତରୀୟ କୃଷି ମେଳା ଆୟୋଜିତ କରାଯାଇଥିବା ବେଳେ ରବିବାର ଦିନ ଉକ୍ତ ମେଳାର ଉଦ୍ଘାଟନ ଅବସରରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଉପସ୍ଥିତ ରହି କୃଷିଭିତ୍ତିକ ଉପରେ ·ଷୀମାନଙ୍କୁ ଦିଗ୍ଦର୍ଶନ ଦେବା ସହ ଆଜିର ପରିବର୍ତ୍ତନଶୀଳ ପରିବେଶକୁ ଆଖି ଆଗରେ ରଖି ପ୍ରତ୍ୟେକ କୃଷକ ନିଜ ତଥା ନିଜ ପରିବାରର ସଦସ୍ୟମାନଙ୍କର ଜୀବନକୁ ସୁଖମୟ କରିବାକୁ ହେଲେ ଜୈବିକ ସାର ପ୍ରୟୋଗ ଅତ୍ୟନ୍ତ ଜରୁରୀ ବୋଲି ମତ ରଖିଥିଲେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ଭ୍ରାମ୍ୟମାଣ ମୂର୍ତ୍ତିକା ପରୀକ୍ଷା ଗାର ଭେନକୁ ଜିଲ୍ଲାବାସୀଙ୍କ ଉଦେ୍ଦଶ୍ୟରେ ଲୋକାର୍ପିତ କରିଥିଲେ । ଏହି ଅବସରରେ ସମ୍ମାନୀତ ଅତିଥି ଭାବେ ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକ ଉପସ୍ଥିତ ରହି କୃଷିକ୍ଷେତ୍ରରେ ଉନ୍ନତି ଘଟିଲେ ସମାଜର ଆର୍ଥିକ ମାନଦଣ୍ଡର ଅଭିବୃଦ୍ଧି ହେବ ବୋଲି ସୂଚନା ଦେଇଥିଲେ ।

ଅନ୍ୟତମ ସମ୍ମାନୀତ ଅତିଥି ଭାବେ ପି.ସି. କେ.ବି.କେ. ବାଲେଶ୍ୱରର ସୁନୀଲ କୁମାର ମହାପାତ୍ର, ଏସ.ଡି.ଭି.ଓ. ନୀଳଗିରି ପତିତପାବନ ବଳ, କୃଷି ଜିଲ୍ଳା ଅଧିକାରୀ ସଂଜୟ କୁମାର ପାଣି, ମଞ୍ଚାସୀନ ରହି କୃଷିଭିତ୍ତିକ ଉପରେ ଆଲୋକପାତ କରିଥିଲେ । ମଞ୍ଚପରି·ଳନା କରିଥିଲେ ବରହମପୁରର ସହକାରୀ କୃଷି ଅଧିକାରିଣୀ ନୀଳିମାପ୍ରିୟ ଦର୍ଶନୀ ମହାପାତ୍ର । ନୀଳଗିରି ସହକାରୀ କୃଷି ଅଧିକାରୀ ସନାତନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । କୃଷି ମେଳାରେ ୧୭ଗୋଟି ଷ୍ଟଲ ଅଂଶଗ୍ରହଣ କରିଥିବା ବେଳେ ଉଭୟ କେନ୍ଦ୍ରମନ୍ତ୍ରୀ ଓ ବିଧାୟକ ପରିଦର୍ଶନ କରିଥିଲେ । ୨ଦିନିଆ କୃଷି ମେଳାରେ ପ୍ରାଣୀସଂପଦ ବିଭାଗ, ଉଦ୍ୟାନ ବିଭାଗ, କୃଷି ବିଭାଗ, ମତ୍ସ୍ୟ ବିଭାଗ, ମୂର୍ତ୍ତିକା ସଂରକ୍ଷଣ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ନୀଳଗିରିର ଦୁଇ ଦିନିଆ କୃଷିମେଳା ଜିଲ୍ଲାର ପ୍ରଥମେ ହୋଇଥିବା ବେଳେ ଜିଲ୍ଲାର ଅନ୍ୟ ୫ଟି ସ୍ଥାନରେ ହେବ ବୋଲି ଅଧିକାରୀ ସୂଚନା ଦେଇଛନ୍ତିା

Comments are closed.