୧୦ ହଜାର ଲିଟର କ୍ଷୀର ରେ ସ୍ନାନ କଲେ ବାବା ବାଲିକପିଳେଶ୍ବର ମହାଦେଵ ରାଜ୍ୟ By On Feb 15, 2021 Share କୋଣାର୍କ : ରାମଚଣ୍ଡୀ ଥାନା ଅଧିନ ବାଲି କପିଳେଶ୍ବର ମହାଦେବଙ୍କପୀଠରେ ତ୍ରୟୋଦଶତମ କ୍ଷୀର ସାଗରମେଳା ଶନିବାର ଦିନ ସଂପନ୍ନ ହୋଇଛି । ଶ୍ରଦ୍ଧାଳୁମାନଙ୍କ ଆଗମନକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ କୋଭିଡ଼ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯାଇ ଏହି କ୍ଷୀରସାଗରମେଳା ଆୟୋଜନ କରାଯାଇଥିଲା । ପ୍ରାୟ ୧୦ ହଜାରରୁ ଅଧିକ ଲିଟର କ୍ଷୀରରେ ବାବାକପିଳେଶ୍ବରଙ୍କୁ ସ୍ନାନ କରାଯିବା ପରେ ପର୍ଯ୍ୟାୟକ୍ରମେ ସମସ୍ତ ନୀତିକାର୍ଯ୍ୟ ସଂପନ୍ନ କରାଯାଇଥିଲା ।କ୍ଷୀରସାଗରମେଳା କମିଟିର ସଭାପତି ସୁରେନ୍ଦ୍ର ବେହେରାଙ୍କ ସମେତ ଟିକନାଗ୍ରାମର ବରିଷ୍ଠ ନେତୃତ୍ବ ନିରଂଜନ ବେହେରା, ତରକୋର ଗ୍ରା.ପ ସମିତି ସଭ୍ୟ କାଶିନାଥ ନାୟକ ,ସେବାୟତ କମିଟିର ସଭାପତି, ସଂପାଦକ , ସମସ୍ତ କର୍ମକର୍ତା, ସୁତନ ଓ ତରକୋର ପଂଚାୟତର ସରପଂଚ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ପୂର୍ବାହ୍ନରୁ ଅପରାହ୍ନ ପର୍ଯ୍ୟନ୍ତ କପିଳେଶ୍ବରପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିଲା ।ପୁଲିସ ପ୍ରଶାସନ ପକ୍ଷରୁ କୋଭିଡ଼ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯାଇ ଏହି ଉତ୍ସବ ଆୟୋଜିତ ହୋଇଥିଲା । Share
Comments are closed.