Odisha news

“ଅମ୍ପନ”ବାତ୍ୟା କୁ ଦୃଷ୍ଟିରେ ରଖି ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଉଛି ସ୍ଥାନାନ୍ତରିତ କରାଯାଉଛି , ଆରମ୍ଭ ହେଲା ପାରାଦୀପରେ ବର୍ଷା ପବନ

0

ଜଗତସିଂହପୁର: ବାତ୍ୟା ଅମ୍ପନକୁ ଦୃଷ୍ଟିରେ ରଖି ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଉଛି। ଏହିକ୍ରମରେ ଜଗତସିଂହପୁରରେ ୯୦୭୬ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଏହି ଲୋକଙ୍କୁ ସ୍ଥାନାନ୍ତର କରାଯାଇ ୧୧୨ଟି ଆଶ୍ରୟସ୍ଥଳୀରେ ରଖାଯାଇଥିବା ନେଇ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି।

ଜିଲ୍ଲାର ୯୦୭୬ ଲୋକ କେଉଁ ସ୍ଥାନରୁ କେଉଁଠି ସ୍ଥାନାନ୍ତର କରାଯାଇଛି, ସେନେଇ ସବିଷେଶ ତଥ୍ୟ ରଖିଛନ୍ତି। ବାଲିକୁଦାରୁ ୫୫୦ ଜଣ ୧୫ ଟି ଆଶ୍ରୟସ୍ଥଳୀରେ ରହିଛନ୍ତି। ଏରସମାରୁ ୨୫୦୧ ଜଣ ୩୪ଟି ଆଶ୍ରୟସ୍ଥଳୀରେ ଅଛନ୍ତି। କୁଜଙ୍ଗରୁ ୨୩୩୮ ଜଣ ୩୩ଟି ଆଶ୍ରୟସ୍ଥଳୀରେ ଅଛନ୍ତି। ପାରାଦୀପରେ ୩୪୯୮ ଜଣ ୨୦ଟି ଆଶ୍ରୟସ୍ଥଳୀରେ ଅଛନ୍ତି। ତିର୍ତ୍ତୋଲରୁ ୧୮୯ଜଣ ୧୦ଟି ଆଶ୍ରୟସ୍ଥଳୀରେ ଅଛନ୍ତି। ଏନେଇ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ।

ତେବେ ଅମ୍ପନ ପ୍ରଭାବରେ ପାରାଦୀପରେ ୬୦ କିମି ବେଗରେ ବହୁଛି ପବନ। ଘଣ୍ଟା ପ୍ରତି ୬୦-୭୦ କିମି ଯାଏ ପବନ ବହୁଛି। ଉତ୍ତର ପୂର୍ବ ଆଡ଼କୁ ପବନ ବହୁଛି ଓ ବର୍ଷା ମଧ୍ୟ ହେଉଛି। ତେବେ ପାରାଦୀପ ଅଞ୍ଚଳରେ ୭୫.୩ ମିମି ବର୍ଷା ରେକର୍ଡ କରାଯାଇଛି। ତେବେ ଏନେଇ ଜଗତସିଂହପୁର ଜିଲ୍ଲାପାଳ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି।

ତେବେ ଓଡ଼ିଶାରେ ୫ଟି ଜିଲ୍ଲାରେ ଏହାର ଅଧିକ ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଥିଲା। ଏବେ ପାରାଦୀପ ଠାରୁ ୨୫୦ କିମି ଦୂରରେ ଅମ୍ପନ ରହିଛି।  ୧୯୯୯ ମହାବାତ୍ୟାରେ ସବୁଠାରୁ କ୍ଷତିଗ୍ରସ୍ତ ଏହି ଜିଲ୍ଲା ହୋଇଥିଲା।

Leave A Reply