Odisha news

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ଏବଂ ତାଙ୍କ ସ୍ବର୍ଗତଃମା’ଙ୍କ ପ୍ରତି ଅପମାନ ଜନକ ଏବଂ ଅଶାଳୀନ ଭାଷା ବ୍ୟବହାର ପାଇଁ କଂଗ୍ରେସକୁ ସମାଲୋଚନା କଲେ ମାନ୍ୟବର କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ

0

ନୂଆଦିଲ୍ଲୀ (Suvendra Pattanaik) : ମାନନୀୟ କେନ୍ଦ୍ରଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ସ୍ବର୍ଗତଃମା’ଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ କରିବା ପ୍ରସଙ୍ଗରେ କଂଗ୍ରେସକୁ ସମାଲୋଚନା କରିଛନ୍ତି।ଏହା ପୂର୍ବରୁ ବିହାରର ଦରଭଙ୍ଗାରେ ଏକ ରାଜନୈତିକ କାର୍ୟ୍ୟକ୍ରମରେ କଂଗ୍ରେସ ଏବଂ ଆରଜେଡି କର୍ମୀମାନେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ତାଙ୍କ ସ୍ବର୍ଗତଃମା’ଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରୁଥିବାର ଏକ ଭିଡିଓ ସାମ୍ନାକୁ ଆସିଥିଲା।

ସୋସିଆଲ ମିଡିଆ ଢ ରେ ଏକ ପୋଷ୍ଟରେ ଶ୍ରୀ ଶାହ ଉଲ୍ଲେଖ କରିଛନ୍ତି, “ବିହାରର ଦରଭଙ୍ଗାରେ କଂଗ୍ରେସ ଏବଂ ଆରଜେଡି ମଞ୍ଚରେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ଏବଂ ତାଙ୍କର ସ୍ବର୍ଗତଃମା’ଙ୍କ ପ୍ରତି ଯେଉଁ ପ୍ରକାରର ଅପଶବ୍ଦ ଏବଂ ଅଶାଳୀନ ଭାଷା ବ୍ୟବହାର କରାଯାଇଥିଲା ତାହା କେବଳ ନିନ୍ଦନୀୟ ନୁହେଁ ବରଂ ଆମ ଗଣତନ୍ତ୍ର ପାଇଁ ଏକ କଳଙ୍କ।”

ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ଶ୍ରୀ ଶାହ କହିଛନ୍ତି, “ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ରାଜନୀତିର ସବୁଠାରୁ ନିମ୍ନ ସ୍ତରକୁ ଖସି ଯାଇଛି।ସେମାନେ ସହ୍ୟ କରିପାରିବେନାହିଁ ଯେ ଜଣେ ଗରିବ ମା’ର ପୁଅ ଗତ୧୧ ବର୍ଷ ଧରି ପ୍ରଧାନମନ୍ତ୍ରୀ ଭାବେ ସେବା କରି ଆସୁଛନ୍ତି ଏବଂ ନିରନ୍ତର ଭାବେ ଦେଶକୁ ଆଗକୁ ନେଉଛନ୍ତି।”

କଂଗ୍ରେସ ପୁଣିଥରେ ବିଷାକ୍ତ ରାଜନୀତିର ମୂଳ ରୂପକୁ ଫେରି ଆସିଛି ବୋଲି ଶ୍ରୀ ଶାହ କହିଛନ୍ତି, “ଏହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ କଂଗ୍ରେସ ତା’ର ପୁରୁଣା ପଥକୁ ଫେରି ଯାଇଛି, ଯାହା ମାଧ୍ୟମରେ ଏହା ସବୁବେଳେ ଦେଶର ରାଜନୈତିକ ସଂସ୍କୃତିକୁ ବିଷାକ୍ତ କରିବାକୁ ଚେଷ୍ଟା କରିଛି।”

ପୋଷ୍ଟରେ ଶ୍ରୀ ଶାହ ଏହା ମଧ୍ୟ ମନେପକାଇ ଦେଇଛନ୍ତି, “ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ସମୟଠାରୁ ଆଜି ପର୍ୟ୍ୟନ୍ତ ଗାନ୍ଧୀ ପରିବାର ମୋଦୀଜୀଙ୍କ ବିରୁଦ୍ଧରେ ଘୃଣା ପ୍ରସାର କରିବାରେ କୌଣସି ସୁଯୋଗ ଛାଡ଼ି ନାହାଁନ୍ତି। କିନ୍ତୁ ବର୍ତ୍ତମାନ, ସେମାନେ ଶାଳୀନତାର ସବୁ ସୀମା ଅତିକ୍ରମ କରି ସାରିଛନ୍ତି ।ଯାହା କି ପ୍ରତ୍ୟେକ ମାଆ ଏବଂ ପ୍ରତ୍ୟେକ ପୁଅ ପ୍ରତି ଅପମାନ, ଯାହା ପାଇଁ ଦେଶର୧.୪କୋଟି ଲୋକ ସେମାନଙ୍କୁ କେବେ କ୍ଷମା କରିବେ ନାହିଁ।”

Leave A Reply