ନୂଆଦିଲ୍ଲୀ : ଚଳଚିତ୍ର ଅଭିନେତା ସୋମବାର ସକାଳୁ ସୋସିଆଲ ମିଡିଆରେ ଆଲୋଚନାର ସମ୍ମୁଖୀନ ହୋଇଛନ୍ତି l ଘଟଣାଟି ହେଉଛି ଏହି ପରି ତୁର୍କୀର ରାଷ୍ଟ୍ରପତିଙ୍କ ପତ୍ନୀ ଏମିଲିଙ୍କ ସହିତ ସାକ୍ଷାତ କରିଛନ୍ତି l ଏମିତିରେ ଏହି ସାକ୍ଷାତକାର ଗୋଟିଏ ବନ୍ଧୁତ୍ୱ ପୂର୍ଣ୍ଣ ସାକ୍ଷାତ୍କାର ଥିଲା ,କିନ୍ତୁ ଏଠାରେ ଅଧିକାଂଶ ବ୍ୟକ୍ତି ବିଶେଷ ପ୍ରଶ୍ନ ପଚାରିଛନ୍ତି ଯେ ଅମୀର ଖାନଙ୍କର ଭାରତ ବିରୋଧୀଙ୍କ ସହିତ କି ପ୍ରକାର ବନ୍ଧୁତା l ତୁର୍କୀର ରାଷ୍ଟ୍ରପତି ଜଣେ ଇସ୍ଲାମିଷ୍ଟ ରାଷ୍ଟ୍ରପତି ଅଟନ୍ତି ଓ ଲଗାତାର ସେ ଭାରତ ବିରୋଧୀ ବୟାନ ଦେଇ , ଲୋକ ଲୋଚନରେ ରୁହନ୍ତି l କାଶ୍ମୀର ପ୍ରସଙ୍ଗରେ ସେ ଖୋଲାଖୋଲି ଭାବରେ ଭାରତର ବିରୋଧ କରିଥିଲେ l
ଗୋଟିଏ ପକ୍ଷରେ ଯେଉଁଠି ଅମୀର ଖାନଙ୍କୁ ବିରୋଧ କରାଯାଉଛି ଅନ୍ୟ ପକ୍ଷରେ ତାଙ୍କୁ ସମର୍ଥନ କରି ମଧ୍ୟ ଜନସାଧାରଣ ତାଙ୍କ ସହିତ ଠିଆ ହେଉଛନ୍ତି l ଅମୀର ଖାନଙ୍କୁ ନେଇ ଏହି ଆଲୋଚନା ଏଥିପାଇଁ ଜାରି ରହିଛି କାରଣ ପୂର୍ବରୁ ସେ ଅସହିଷ୍ଣୁତାକୁ ନେଇ ମତ ଦେଇଥିଲେ ଯେ ଭାରତରେ ରହିବାକୁ ଡର ଲାଗୁଛି l ଅମୀର ଖାନଙ୍କର ତୁର୍କୀର ରାଷ୍ଟ୍ରପତିଙ୍କ ପତ୍ନୀଙ୍କ ସହିତ ବନ୍ଧୁତାକୁ ନେଇ BJP ,RSS ଓ BHP ପକ୍ଷରୁ ପ୍ରତିବାଦ ଦେଖାଦେଇଛି l କିନ୍ତୁ କଂଗ୍ରେସ ଏହି ସମ୍ପୂର୍ଣ୍ଣ ମାମଲାକୁ ବେକାର କଥାବଳି କଥା ବୋଲି ମତ ଦେଇଛି l
ଏହି ପୁରା ବିବାଦକୁ ନେଇ ବିଜେପିର ପ୍ରବକ୍ତା ଗୌରବ ଭାଟିଆ କହିଛନ୍ତି ଏହା ତାଙ୍କର ନିଜର ସ୍ୱତନ୍ତ୍ରତା ଅଟେ କିନ୍ତୁ ଦେଶ ପ୍ରତି ଗୋଟିଏ ନାଗରିକର ମଧ୍ୟ କିଛି କର୍ତ୍ତବ୍ୟ ରହିଛି l ଅମୀର ଖାନ ଭାରତୀୟ ମାନଙ୍କର ସେହ୍ନ ପାଇଁ ଦୁନିଆରେ ପ୍ରସିଦ୍ଧ ହୋଇଛନ୍ତି l ତୁର୍କୀ ସର୍ବଦା ଭାରତ ବିରୋଧରେ ମତ ଦେଇଥାଏ ,ଆମକୁ ବିଶ୍ୱାସ ରହିଛି ଯେ ଅମୀର ଖାନଙ୍କ ହୃଦୟରେ ମଧ୍ୟ ଗୋଟିଏ ଭାରତୀୟ ରହିଛି l ଇଏ ସେହି ତୁର୍କୀ ଯିଏ ଦିଲ୍ଲୀ ଦଙ୍ଗା ସମୟରେ କହିଥିଲା ଭାରତରେ ମୁସଲମାନ ମାନଙ୍କୁ ପ୍ରତାଡ଼ିତ କରାଯାଉଛି l ଅମୀର ଖାନଙ୍କର ଏହି ସାକ୍ଷାତ୍କାରକୁ ନେଇ ଭାରତରେ ବର୍ତମାନ ରାଜନୈତିକ ଆଲୋଚନା ଲାଗି ରହିଛିଅ l