ଆମେରିକାର ମିନିୟାପୋଲିସ ସହରରେ କ୍ୟାଥୋଲିକ ସ୍କୁଲ ରେ ବୁଧବାର ଅଗଷ୍ଟ ୨୭ ତାରିଖ ର ଦିନ ଆତଙ୍କବାଦୀ ଆକ୍ରମଣ ହୋଇଥିଲା, ପ୍ରାରମ୍ଭିକ ଯାଞ୍ଚ ପରେ FBI ପକ୍ଷରୁ ଏହାକୁ ଆତଙ୍କବାଦୀ ଆକ୍ରମଣ ବୋଲି କହିଥିଲା, ଏବଂ ଧାର୍ମିକ ହିଂସା ର ନାମ ଦିଆଯାଇଥିଲା l
ଆମେରିକାର ମିନିୟାପୋଲିସ ରେ ଗୋଟିଏ ସ୍କୁଲ ରେ ବୁଧବାର ଅଗଷ୍ଟ ୨୭ ତାରିଖରେ ବିଦ୍ୟାଳୟ ରେ ପ୍ରାର୍ଥନା ଚାଲିଥିବା ସମୟ ରେ ଚର୍ଚ୍ଚ ର ଝରକା ଦେଇ ଭିତରେ ଥିବା ପିଲା ମାନଙ୍କ ଉପରେ ଗୁଳି ଚଳାଯାଇଥିଲା , ଏହି ଆକ୍ରମଣ ରେ ୨ ଟି ଛୁଆ ଙ୍କର ମୃତ୍ୟୁ ହୋଇଯାଇଥିଲା, ଯେବେକି ୧୭ ରୁ ଅଧିକ ଜଣ ଆହତ ହୋଇଥିଲେ, ପରେ ଆକ୍ରମଣକାରୀ ନିଜକୁ ଗୁଳି ମାରି ଆତ୍ମହତ୍ୟା କରିଥିଲେ l
ନିୟୁକ ଇଣ୍ଡିଆ ର ଅର୍ଥ କଣ –
ସୁଟର ଙ୍କ ବନ୍ଧୁକ ରେ ନିୟୁକ ଇଣ୍ଡିଆ ଏବଂ ମାଶା ଆଲ୍ହା ଲେଖା ଯାଇଥିଲା, ସୁଟର ଙ୍କ ବନ୍ଧୁକ ର ମେଗଜିନ ଉପରେ ଟ୍ରମ୍ପ ଙ୍କୁ ନେଇ ମଧ୍ୟ ଗୋଟିଏ ଶବ୍ଦ ଲେଖାଯାଇଥିଲା, ଏଥିରେ ଲେଖାଥିଲା ଡୋନାଲଡ ଟ୍ରମ୍ପ ଙ୍କୁ ମାରିଦିଅ ଏହାଦ୍ୱାରା ଇସ୍ରାଏଲ ର ପତନ ହେବା ଜରୁରୀ ଅଟେ, ଏବଂ ନିୟୁକ ଇଣ୍ଡିଆ ଲେଖାଯାଇଥିଲା, ନିୟୁକ ଇଣ୍ଡିଆ ଅର୍ଥ ଇଣ୍ଡିଆ ଉପରେ ନିୟୁକ୍ଳିଅର ଆଟାକ କରାଯାଉ, କୁହାଯାଉଛି ଯେ କଟରପନ୍ଥୀ ଇସ୍ଲାମିକ ବିଚାରଧାରା ପ୍ରଭାବିତ ହେଉଥିଲା l
ଆକ୍ରମଣ ପୂର୍ବରୁ ବେଷ୍ଟ ମ୍ୟାନ ନିଜ ନାମରେ ଥିବା ୟୁଟ୍ୟୁବ ଚ୍ୟାନେଲ ରେ ଗୋଟିଏ ଭିଡିଓ ପକାଇଥିଲା, ଭିଡିଓ ରେ ସେ ରାଇଫଲ, ସର୍ଟ ଗନ ଏବଂ ପିସ୍ତଲ ଭଳି ଅସ୍ତ୍ର ଦେଖାଇଥିଲା, ଏବଂ କହିଥିଲା ଛୋଟ ହତିଆର ମୋ ପାଇଁ , ଯଦି ଆବଶ୍ୟକ ହେଲା ବ୍ୟବହାର କରାଯିବ l
ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଟ୍ରାନ୍ସ ଜେଣ୍ଡାର ଅଧିକାର କୁ ନେଇ ପ୍ରତିବନ୍ଧକ ଲଗାଇଛନ୍ତି, କୁହାଯାଉଛି ଯେ ଏହି ନୀତି ବେଷ୍ଟମ୍ୟାନ ମଧ୍ୟରେ କ୍ରୋଧ ଭରି ଦେଇଛି, ଏହାକୁ ନେଇ ରାଜନୈତିକ ଅସନ୍ତୋଷ ମଧ୍ୟ ଟ୍ରମ୍ପ ଙ୍କ ବିରୁଦ୍ଧରେ ଦେଖା ଦେଇଛି l