ସମୟ ଥିଲା ୧୯୬୨ ମସିହା , ଚୀନ ସହିତ ଯୁଦ୍ଧର କ୍ଷତ କୁ ଭୁଲି ନଥିବା ବେଳେ ପଡୋଶୀ ଦେଶ ୧୯୬୫ ରେ ଆକ୍ରମଣ କରିଥିଲା l ଭାରତର ଦୁର୍ଭାଗ୍ୟ କେବଳ ଏତିକି ନଥିଲା, ଏହି ସମୟରେ ଭାରତରେ ଦେଖା ଦେଇଥିଲା ଅନାହାର , ଯାହାକି ଭାରତ ପାଇଁ ଗୋଟିଏ ଆହ୍ୱାନ ହୋଇ ଠିଆ ହୋଇଥିଲା l ଅନେକ ଦିନରୁ ଇଂରେଜ ମାନଙ୍କର ଗୋଲାମୀ ସହି ଥିବା ଭାରତକୁ ଏବେ ମଧ୍ୟ ଆହୁରି ଅନେକ ପରୀକ୍ଷା ଦେବାର ଥିଲା l ୧୯୬୫ ରେ ଭାରତର ପ୍ରଧାନମନ୍ତ୍ରୀ ଲାଲ ବହାଦୁର ଶାସ୍ତ୍ରୀ ଥିଲେ, ପାକିସ୍ତାନ ଶାସ୍ତ୍ରୀଜୀ ଙ୍କ ସରଳ ସ୍ଵଭାଵ ଦେଖି ଭାବିଥିଲା ଭାରତ ଖୁବ ଶୀଘ୍ର ଭାରତ ଆତ୍ମ ସମର୍ପଣ କରିଯିବ l ଆମେରିକୀୟ ଟ୍ୟାଙ୍କ ର ବଳ ରେ ଦମ ଦେଖାଉଥିବା ପାକିସ୍ତାନ କେବେବି ଭାବି ନଥିଲା ଯେ ଭାରତୀୟ ସେନା ପାକିସ୍ତାନ ର ଲାହୋର ପର୍ଯ୍ୟନ୍ତ ପହଞ୍ଚିଯିବ l ସେହି ଯୁଧ ସମୟରେ ପାକିସ୍ତାନ ବ୍ୟବହାର କରୁଥିବା ଆମେରିକୀୟ ଟ୍ୟାଙ୍କ ଭାଙ୍ଗିବା ଦ୍ୱାରା ଆମେରିକା ର ଅହଂକାର ଭାଙ୍ଗି ଚୁରମାର ହୋଇ ଯାଇଥିଲା l ଏହି ଯୁଦ୍ଧରେ ପାକିସ୍ତାନକୁ ଧ୍ୱଂସର ମୁଖ ଆଡକୁ ନେଉଥିବା ଭାରତକୁ ମିଳିଥିଲା ଆମେରିକାରୁ ଧମକ, ଯୁଦ୍ଧ ବନ୍ଦ କର ନଚେତ ମିଳିବ ନାହିଁ ଗହମ l
ଭାରତକୁ ଆମେରିକାର ଧମକ କଷ୍ଟ ଦେଇଥିଲା , ୧୯୬୫ ରେ ଦଶହରା ଦିନ ରାମଲୀଳା ମୈଦାନ ରେ ଶାସ୍ତ୍ରିଜୀ ରାଲି କରିଥିଲେ, ଏହି ରାଲି ରେ ଜୟ ଯବାନ ଯେ କିଶାନ ର ନାରା ଦିଆଯାଇ ଥିଲା ଓ ଶାସ୍ତ୍ରିଜୀ ଭାରତୀୟ ମାନଙ୍କୁ ଗୋଟିଏ ଓଳି ର ଖାଦ୍ୟ ତ୍ୟାଗ କରିବାକୁ କହିଥିଲେ l ସେ ନିଜେ ମଧ୍ୟ ଗୋଟିଏ ସମୟର ଖାଦ୍ୟ ତ୍ୟାଗ କରିଥିଲେ l ଯେତେବେଳେ ଭାରତୀୟ ମାନେ ଯେ ଯବାନ ଜ୍ଞ କିଷାନ ନାରା ଦେଉଥିଲେ ସେତେବେଳେ ପୁସା ଇନ୍ଷ୍ଟିଚୁଟ ର ବୈଜ୍ଞାନିକ ମାନେ ଅନାହାର କୁ ଦୂର କରିବା ପାଇଁ ଉତ୍ତମ ବୀଜ ପ୍ରସ୍ତୁତ କରିବାକୁ ଲାଗି ପଡିଲେ l ଏହି ନାରା ଏତେ ପ୍ରଭାବଶାଳୀ ଥିଲା ଯେ ୧୯୬୮ ରେ ସମ୍ପୂର୍ଣ ଦେଶରେ ହରିତ କ୍ରାନ୍ତୀ ଲହର ଦେଖା ଦେଇଥିଲା l ଭାରତ ଏଭଳି ଗୋଟିଏ ଦେଶରେ ବଦଳି ଯାଇଥିଲା ଯେ ଭାରତର ବିଦ୍ୟାଳୟ ରୁ ନେଇ ସିନେମା ଘର ଗୁଡିକ ରେ ବସ୍ତା ବସ୍ତା ଶସ୍ୟ ସଂରକ୍ଷଣ କରି ରଖ ଯାଇଥିଲା l
କିନ୍ତୁ ବର୍ତମାନ ଭାରତ ୭୪ ଟି ଦେଶକୁ ଗହମ ରପ୍ତାନି କରୁଛି l ଏହି ଦେଶ ଗୁଡିକ ମଧ୍ୟରେ ସାମିଲ ରହିଛନ୍ତି ଆଫଗାନିସ୍ତାନ, ୟମାନ, ବଙ୍ଗଳାଦେଶ, ୟୁଏଇ , ଇଣ୍ଡୋନେସିଆ ଭଳି ଦେଶ ସାମିଲ ରହିଛନ୍ତି l ଭାରତ ବର୍ତମାନ ଗୋଟିଏ ଉନ୍ନତ ଅର୍ଥବ୍ୟବସ୍ଥା ଦେଶ ସହିତ ବିଜ୍ଞାନ, କୂଟନୀତୀ , ରାଜନୀତି ର ସାହସ ରେ ନିଜର ସ୍ଥାନ ତିଆରି କରିଛି l ଆଉ ଆଜି ସେହି ଦେଶ ଆମେରିକା ଭଳି ରାଷ୍ଟ୍ରର ମହତ୍ଵପୁର୍ଣ ସାମରିକ ସହଯୋଗ କରିବା ଲଇଁ ଠିଆ ହୋଇଛି l
ଦେଶ ସ୍ୱାଧୀନ ପରଠାରୁ ଭାରତ ଓ ଆମେରିକାର ସମ୍ପର୍କ ରେ ଅନେକ ଥର ବାଦବିବାଦ ଆସିଛି l ୯୦ ଦଶକ ରେ ଭାରତ ଗୋଟିଏ ବିକାଶଶୀଳ ଦେଶ ଭାବରେ ଆଗକୁ ବଢୁଥିବା ବେଳେ ୧୯୯୮ ରେ ଭାରତ ପରମାଣୁ ପରୀକ୍ଷଣ କରିଥିଲା l ସେତେବେଳେ ଆମେରିକା ଏହାକୁ ଖୋଲାଖୋଲି ବିରୋଧ କରିଥିଲା l ତତ୍କାଳୀନ ରାଷ୍ଟ୍ରପତି ଉଇଲିୟମ କ୍ଲିଣ୍ଟନ ଭାରତ ସହିତ ସମସ୍ତ ସମ୍ପର୍କ ଛିନ୍ନ କରିବାର ଧମକ ଦେଇଥିଲେ l କିନ୍ତୁ ୯ /୧୧ ରେ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଉପରେ ଆତଙ୍କବାଦୀ ଆକ୍ରମଣ ଆମେରିକାର ଆକ୍ଷି ଖୋଲି ଦେଇଥିଲା l ସେତେବେଳେ ଏହି ଆତଙ୍କବାଦ ଯନ୍ତ୍ରଣା କୁ ଆମେରିକା ଅନୁଭବ କରିଥିଲା ଯାହା ଭାରତ ଅନେକ ଦିନରୁ ଭୋଗୁ ଥିଲା l ଅନ୍ୟ ପକ୍ଷରେ ଏସିଆ ମହାଦେଶ ରେ ଚୀନ ଗୋଟିଏ ଶକ୍ତିଶାଳୀ ରାଷ୍ଟ୍ର ଭାବରେ ମୁଣ୍ଡ ଟେକୁଥିବା ବେଳେ ଆମେରିକା ଭାରତର ସାହାଯ୍ୟ ଲୋଡିଥିଲା l
ଜୋ ବାଇଡେନ ପ୍ରଶାସନ ରେ ଭାରତ ଆମେରିକାର ସମ୍ପର୍କ –
ଜୋ ବାଇଡେନ ହେଉଛନ୍ତି ଆମେରିକାର ୪୬ ତମ ରାଷ୍ଟ୍ରପତି ଓ କମଳା ଦେବୀ ହାରିସ ପ୍ରଥମ ମହିଳା ଓ ପ୍ରଥମ ଭାରତୀୟ ଓ ଆଫ୍ରିକୀୟ-ଆମେରିକା ଉପରାଷ୍ଟ୍ରପତି ପଦବୀ ବିମଣ୍ଡିତ କରିଥିଲେ l ଜୋ ବାଇଡେନ ଓ କମଳା ହାରିସ ୨୦ ଜାନୁଆରୀ ୨୦୨୧ ରେ ପଦବୀ ର ଶପଥ ନେଇଥିଲେ l ପ୍ରଧାନମନ୍ତ୍ରୀ ମୋଦୀ ୨୪ ଡିସେମ୍ବର ୨୦୨୧ ରେ ସଂଯୁକ୍ତ ରାଜ୍ୟ ଆମେରିକାର ରାଷ୍ଟ୍ରପତି
ଜୋ ବାଇଡେନ ଙ୍କ ସହିତ ପ୍ରଥମ ସାକ୍ଷାତ କରିଥିଲେ l ଏହି ସାକ୍ଷାତ କାରରେ ଉଭୟ ନେତା ଦ୍ୱିପାକ୍ଷିକ ସହଯୋଗ କୁ ମଜବୁତ କରିବା ପାଇଁ ସମୀକ୍ଷା କରିଥିଲେ l ପ୍ୟାରିସ ଜଳବାୟୁ ଚୁକ୍ତି ଏହାର ଗୋଟିଏ ଉଦାହରଣ l ଅକ୍ଟୋବର ୨୭ ୨୦୨୦ ରେ ଭାରତ ଓ ସଂଯୁକ୍ତ ରାଜ୍ୟ ଆମେରିକା ବେଶିକ ଏକ୍ସଚେଂଜ ଏଣ୍ଡ କୋ-ଅପରେସନ ଏଗ୍ରିମେଣ୍ଟ ରେ ହସ୍ତାକ୍ଷର କରିଥିଲେ l ଏହା ଭାରତ ସରକାରଙ୍କ ରକ୍ଷା ମନ୍ତ୍ରଣାଳୟ ଓ ଆମେରିକା ରକ୍ଷା ବିଭାଗ ର ରାଷ୍ଟ୍ରୀୟ ଭୁ -ସ୍ଥାନୀୟ ଗୁଇନ୍ଦା ବିଭାଗ ମଧ୍ୟରେ ଭୁ- ସ୍ଥାନୀୟ ସହଯୋଗ ଉପରେ ରାଜିନାମା ଅଟେ l ଏହା ଉଭୟ ଦେଶର ସୈନ୍ୟଙ୍କ ରକ୍ଷା ନିମିତ୍ତ ସକ୍ଷମ କରିବ l
ଆମେରିକା ଆରମ୍ଭରୁ ଭାରତକୁ ଏସିଆର ଗୋଟିଏ ଶକ୍ତିଶାଳୀ ରାଷ୍ଟ୍ର ଭାବରେ ଗ୍ରହଣ କରି ଆସିଛି l ସ୍ୱାଧୀନତା ପରେ ରୁଷ ଭାରତର ବନ୍ଧୁ ଭଳି ସହଯୋଗ କରି ଆସିଛି l ଆମେରିକା କୁ ଏହା ଭୟଭୀତ କରାଇ ଥାଇ ପରେ ଯେ ରୁଷ ର ଭାରତକୁ ସମର୍ଥନ ଅନ୍ୟ ଏସିଆ ଦେଶ ମାନଙ୍କ ମଧ୍ୟରେ ତା ପାଇଁ କୌଣସି ବିପଦ ଆଣି ନଦେଉ l ନିକଟରେ ରୁଷ ର ବିଦେଶ ମନ୍ତ୍ରୀ ସର୍ଗଇ ଲାବରୋବ ଭାରତର ସ୍ୱତନ୍ତ୍ର ବିଦେଶ ନୀତିର ପ୍ରଶଂସା କରିଥିଲେ l