Odisha news

ଚାଣକ୍ୟ ନୀତି : ଏଭଳି ଧନ ଅର୍ଜନ କରୁଥିବା ଲୋକେ ସବୁବେଳେ କାଙ୍ଗାଳ ହୋଇ ରହି ଥାଆନ୍ତି

0

ଚାଣକ୍ୟ ନୀତି ମଣିଷର ସ୍ଵଭାଵ କୁ ନେଇ ଦର୍ଶାଇ ଥାଏ l କିଛିଟା ଲୋକ ଏଭଳି ରହି ଥାଆନ୍ତି ଯିଏକି ଯେତେ ଧନ ଅର୍ଜନ କଲେ ମଧ୍ୟ ତାଙ୍କୁ ଅଣ୍ଟି ନଥାଏ l ସେଥିପାଇଁ ସେହି ଲୋକ ମାନଙ୍କର ସ୍ଵଭାଵ ହିଁ ଦାୟୀ l ଆଜିର ଚାଣକ୍ୟ ନୀତିରେ କିଭଳି ଉପାୟରେ ଲୋକ ମାନେ ଧନ ଅର୍ଜନ କଲେ ସ୍ଥାୟୀ ହୋଇ ରହି ନଥାଏ l

* ଯେଉଁ ଲୋକ ମାନେ ବେଇମାନୀ କରି ପଇସା ରୋଜଗାର କରନ୍ତି , ସେମାନଙ୍କ ଧନ ସ୍ଥାୟୀ ହୋଇ ରହି ନଥାଏ l କାହିଁକି ନା ଏହି ଧନ ଅନ୍ୟକୁ କଷ୍ଟ ଦେଇ ଓ ଅନ୍ୟ ସହିତ ଛଳନା କରି ରୋଜଗାର କରାଯାଇ ଥାଏ l ଏଭଳି ଧନ ଅଯଥା ରେ ଖର୍ଚ୍ଚ ହୋଇ ଯାଇଥାଏ l

– ଯେଉଁ ଲୋକ ମାନେ ସକାଳେ ଡେରିରେ ଉଠି ଥାଆନ୍ତି ଓ ଅଳସୁଆ ଭଳି ଜୀବନ କୁ ଉପଭୋଗ କରି ପଇସା ଖର୍ଚ୍ଚ କରି ଥାଆନ୍ତି ଏଭଳି ଲୋକ ଙ୍କ ନିକଟରେ ଧନ ସ୍ଥାୟୀ ହୋଇ ରହି ନଥାଏ l କାହିଁକି ନା ସୂର୍ଯ୍ୟ ଉଦୟ ଓ ସୂର୍ଯ୍ୟାସ୍ତ ସମୟରେ ଶୋଇ ରହିଥିବା ବ୍ୟକ୍ତି ଙ୍କ ଉପରେ ଲକ୍ଷ୍ମୀଙ୍କ କୃପା ରହି ନଥାଏ l

– ଅନ୍ୟ କୁ କଟୁ କଥା କହୁଥିବା ବ୍ୟକ୍ତି ନିକଟରେ ଧନ କଦାପି ରହି ନଥାଏ l ଅହଂକାର ମଣିଷ କୁ ଦରିଦ୍ରତା ର ସମୁଖୀନ କରାଇ ଥାଏ l ଯେଭଳି ଆବଶ୍ୟକତା ଠାରୁ ଅଧିକ ଭୋଜନ ମଣିଷ କୁ ଅସୁସ୍ଥ କରିଥାଏ ସେହିଭଳି ଆବଶ୍ୟକତା ଠାରୁ ଅଧିକ କ୍ରୋଧ ମଣିଷ କୁ ଧ୍ବଂସ କରିଥାଏ l

– ଯିଏ ମନ ସହିତ ଶରୀର କୁ ଅଶୁଦ୍ଧ ରଖିଥାଏ ଏଭଳି ମଣିଷ ନିକଟରେ ଧନ ରହି ନଥଏ l କାହିଁକି ନା ଏଭଳି ବ୍ୟକ୍ତି ସ୍ଵଭାଵ ରେ କୃପଣ ହୋଇ ଥାଆନ୍ତି l ତେଣୁ ଦାନ ନାକରୁଥିବା ବ୍ୟକ୍ତି ଦରିଦ୍ରତା ର ଶିକାର ହୋଇଥାଏ l

Leave A Reply